ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ

Spread the love

ବାଲିଗୁଡ଼ା,(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଅଞ୍ଚଳରେ ୨୦୧୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଦୀର୍ଘ ୧୧ ବର୍ଷ ପରେ ଆଜି ମାନ୍ୟବର ସହକାରୀ ଦୌରା ଜଜ ଙ୍କ ଅଦାଲତ ରାୟ ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତ କୁ ୭ ବର୍ଷ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି । ଘଟଣା ପ୍ରକାରେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ ପଞ୍ଚାୟତର ଗଚେରୀ ଗାଁ ରେ ୨୦୧୩ ମସିହା ମାର୍ଚ୍ଚ ୧୭ ତାରିଖ ରାତି ୯ ଟା ସମୟରେ ସିମୀ ମାଝି ଙ୍କ ଘରେ ପଶି ଡକାୟତି କରି ସିମୀ ମାଝି ଙ୍କ ଝିଅ ପିନ୍ଧିଥିବା ସୁନା ଅଳଙ୍କାର ,ରୂପା ସାମଗ୍ରୀ ଓ ଘରେ ଥିବା ଟଙ୍କା ଲୁଟି ନେଇଥିଲେ ।ଏ ନେଇ ତୁମୁଡିବନ୍ଧ ଥାନା ରେ ଏକ ମାମଲା ରୁଜୁ ହୋଇଥିଲା ଏହି ଗ୍ୟାଙ୍ଗ ରେ ୭ ଜଣ ରହିଥିବା ବେଳେ ତୁମୁଡିବନ୍ଧ ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ସସିକେଲା ଗ୍ରାମର ପାଣ୍ଡବ ରାଣା ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ଙ୍କୁ ଗିରଫ କରିଥିଲା । ଦୀର୍ଘ ବର୍ଷ ବିଚାର ପରେ ଆଜି ମାନ୍ୟବର ସହକାରୀ ଦୌରା ଜର୍ଜ ଅଦାଲତ ଙ୍କ ବିଚାରପତି ଅପୂର୍ବ କୁମାର ରାୟ ପାଣ୍ଡବ ରାଣା ଙ୍କୁ ୭ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜୋରିମାନା ଅନାଦେୟ ୩ ମାସ ସଜା ଶୁଣାଇ ଛନ୍ତି । ଏହି ମାମଲା ଟି ସରକାରୀ ଓକିଲ ସୁରେଶ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।

Related Posts

About The Author

Add Comment