ଧର୍ମଶାଳା, ୨୭/୦୬/୨୦୨୧ (ସନ୍ଧାନ ନିଉଜ) -ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ବଡଧରଣର ସଫଳତା ।ଦିନକୁ ଦିନ ଡକାୟତ ଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆଜି ଏଇ ସଫଳତା ମିଳିଛି । ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବାବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍, ୮ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ଛିନତାଇ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲା ବାହାରର ବିଭିନ୍ନ ଥାନାରେ ୧୦ରୁ ଅଧିକ ଛିନତାଇ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।ଅନ୍ୟପଟେ ଏହି ଘଟଣାର ମାଷ୍ଟରମାଇଣ୍ଡ କଟକ ସଦର ଥାନା ବ୍ରାହ୍ମଣୀଝରିଲୋ ଗ୍ରାମର କୁଦୁଶ ଖାନ୍କୁ ପୋଲିସ ଗିରଫ କରିବା ସହ ସଂପୃକ୍ତ ଥିବା ଅନ୍ୟ ୪ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ସଦର ଥାନା ଅଂଚଳର ୟୁନୁସ ଖାନ୍, ଜଗତସିଂହପୁର ଥାନା କେନ୍ଦଳା ଅଂଚଳର ଜ୍ଞାନ ରଂଜନ ସାହୁ, ବାଲେଶ୍ୱର ଥାନା ଖନ୍ତପଡା ଅଂଚଳର ସୁଶାନ୍ତ କୁମାର ଜେନା, ବ୍ରହ୍ମବରଦା ଅଂଚଳର ମହେଶ୍ୱର ସାହୁ । ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଧର୍ମଶାଳା ପୋଲିସ ସୂଚନା ଦେଇଛି । ଗିରଫ ପରେ ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।ଶ୍ରୀଯୁକ୍ତ ସାହୁ ଙ୍କ ଏଭଳି କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି।
ଡକାୟତି ଗ୍ୟାଙ୍ଗ ଠାବ, ୫ ଗିରଫ
|
June 27, 2021 |


