ଡଏଚ ବ୍ୟାଙ୍କ ଠାରୁ ପ୍ରାଥମିକ ଭାବେ ଏନ.ସି.ଡି.ସି. କୁ ୬୮.୮୭ ନିୟୁତ ୟୁରୋ ଋଣ ପ୍ରାପ୍ତି

Spread the love

ଭୁବନେଶ୍ୱର, ୧୩/୦୪/୨୧ (ସନ୍ଧାନ ନିଉଜ) : ଦେଶର ସମବାୟ ସଂସ୍ଥା ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉଦ୍ଦେଶ୍ୟ ରେ ରାଷ୍ଟ୍ରୀୟ ସହକାରୀ ଉନ୍ନୟନ ନିଗମ (NCDC) ଜର୍ମାନୀର ବୃହତ୍ତମ ବ୍ୟାଙ୍କ ଡଏଚ ବ୍ୟାଙ୍କ (Deutsche Bank) ଠାରୁ ୬୮.୮୭ ନିୟୁତ ୟୁରୋ (୬୦୦ କୋଟି) ପ୍ରାପ୍ତି ପାଇଁ ପଦକ୍ଷେପ ଗ୍ରହଣ କରିଛି। ଏନ.ସି.ଡି.ସି. ଏବଂ ଜର୍ମାନୀ ବ୍ୟାଙ୍କ ପ୍ରତିନିଧିଙ୍କ ମଧ୍ୟରେ କୃଷି କେନ୍ଦ୍ର ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ଠାରେ ଆଜି ଏକ ରାଜିନାମା ସ୍ଵାକ୍ଷରିତ ହୋଇଯାଇଛି। ମନ୍ତ୍ରୀ ମହୋଦୟ ମଧ୍ୟ ଭାରତୀୟ ଚାମ୍ବର ଅଫ କମର୍ସ (ICC) ଓ ଏନ.ସି.ଡି.ସି. ମଧ୍ୟରେ ସ୍ଵାକ୍ଷରିତ ଅନ୍ୟ ଏକ ରାଜିନାମାରେ ଅଧ୍ୟକ୍ଷତା କରିଥିଲେ ; ଯାହାଦ୍ଵାରା କୃଷକମାନଙ୍କର ବଜାର ସହ ସମ୍ପୃକ୍ତି ବୃଦ୍ଧି ପାଇବ।

କୃଷିମନ୍ତ୍ରୀ କହିଲେ ଯେ, ପ୍ରଧାନମନ୍ତ୍ରୀ ଭାରତୀୟ କୃଷିକ୍ଷେତ୍ର ପ୍ରତି ଏକ ନୂତନ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ଏବଂ ଜର୍ମାନୀ ସହିତ ଭାରତର ଆର୍ଥିକ ସମ୍ପର୍କ ଉପରେ ଗୁରୁତ୍ଵ ଆରୋପ କରିଛନ୍ତି। ଆହୁରି ମଧ୍ୟ ସେ ପ୍ରକାଶ କରିଥିଲେ ଯେ ଦେଶରେ ଗଢ଼ି ଉଠିଥିବା କୃଷକ ଉତ୍ପାଦନ ସଂଗଠନଗୁଡିକ ICC ଏବଂ ଡଏଚ ବ୍ୟାଙ୍କ ସହ ରାଜିନାମା ମାଧ୍ୟମରେ ଋଣ ସଂଗ୍ରହ ଏବଂ ବଜାର କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିପାରିବେ।

ଏହା ଏକ ପ୍ରାଥମିକ ପଦକ୍ଷେପ ଯେ ଏକ ପ୍ରମୁଖ ୟୁରୋପୀୟ ବ୍ୟାଙ୍କ ଏନ.ସି.ଡି.ସି. କୁ ଆର୍ଥିକ ସହାୟତା ପାଇଁ ଆଗେଇ ଆସିଛି ; ଯାହା ଫଳରେ ଯେଉଁ ସମୟରେ COVID-୧୯ ସମସ୍ୟା ଆର୍ଥିକ ସହାୟତା ଦିଗରେ ଏକ ଆହ୍ୱାନ ଭାବେ ସମସ୍ୟା ସୃଷ୍ଟି କରିଛି ସେ ସମୟରେ ଭାରତୀୟ ଆର୍ଥିକ ସଂସ୍ଥା ମାନଙ୍କ ଆତ୍ମବିଶ୍ଵାସ ବୃଦ୍ଧି ପାଇପାରିବ।

ଡଏଚ ବ୍ୟାଙ୍କ AG ର ସିଇଓ ଏବଂ ରାଷ୍ଟ୍ରମୁଖ୍ୟ କୌଶିକ ଶାପାରିଆ ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ କରିଛନ୍ତି ଯେ କୃଷିକ୍ଷେତ୍ର ପାଇଁ ଏନ.ସି.ଡି.ସି. ସହ ସେ ସମ୍ପର୍କ ଦୃଢୀଭୂତ କରିବାକୁ ଚାହାନ୍ତି।

ଏନ.ସି.ଡି.ସି. ପରିଚାଳନା ନିର୍ଦେଶକ ସନ୍ଦୀପ ନାୟକ କହିଛନ୍ତି ଯେ, ଏହି ଅର୍ଥ କୃଷକ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ, ସ୍ଥାୟୀ ତଥା ପାଣିପାଗ ସହାୟକ କୃଷି ପାଇଁ ସହାୟତା ପ୍ରଦାନ କରିବ। ପରିଚାଳନା ନିର୍ଦ୍ଦେଶକ ପୁଣି କହିଥିଲେ ଯେ ୧୯୬୩ ମସିହାରେ ସମ୍ପୃକ୍ତ ସଂସ୍ଥାର ପ୍ରତିଷ୍ଠା ପରଠାରୁ ତାହା କୃଷକ ମାନଙ୍କର ସାମର୍ଥ୍ୟଯୁକ୍ତ ଜୀବିକା ନିର୍ବାହ ଯାତ୍ରାରେ ସହାୟତା ପ୍ରଦାନ କରିଆସୁଛି।

ଜର୍ମାନୀ ପାଇଁ ସହକାରୀ ସଂସ୍ଥା ଉଲ୍ଲେଖନୀୟ ତଥ୍ୟ ନୁହେଁ। ବାସ୍ତବରେ ବର୍ତ୍ତମାନ ଜର୍ମାନୀରେ ୭୫୦୦ ସହକାରୀ ସଂସ୍ଥା ୨୦ ନିୟୁତ ସଭ୍ୟଙ୍କ ଦ୍ଵାରା ପରିଚାଳିତ। ପକ୍ଷାନ୍ତରେ ଭାରତୀୟ ସହକାରୀ ସଂସ୍ଥା ବିଶ୍ଵ ସାରଣୀର ଅଗ୍ରଭାଗରେ ସ୍ଥାନିତ। ଭାରତୀୟ କୃଷକ ମାନଙ୍କ ମଧ୍ୟରୁ ୯୪% ଅନ୍ୟୂନ ଗୋଟିଏ ସହକାରୀ ସଂସ୍ଥାର ସଭ୍ୟ ଅଟନ୍ତି। ଭାରତ ସରକାରଙ୍କ ଦ୍ଵାରା ପ୍ରଣୀତ ଆଧୁନିକ କୃଷିନୀତି ସହକାରମାନଙ୍କୁ ତୃଣମୂଳ ସ୍ତରରୁ ପ୍ରୋତ୍ସାହିତ କରିଆସୁଛି।

ଜର୍ମାନ କମ୍ପାନୀମାନଙ୍କ ଦ୍ଵାରା ବହୁବର୍ଷ ଧରି ଭାରତରେ ପ୍ରବର୍ତ୍ତିତ ବିଭିନ୍ନ ବାଣିଜ୍ୟିକ ସ୍ଵାର୍ଥ ମଧ୍ୟରେ ଡଏଚ ବ୍ୟାଙ୍କ ଙ୍କ ଉଦ୍ୟମ ଅନ୍ୟତମ। ଆଜିର ଦିନରେ ୧୭୦୦ରୁ ଅଧିକ ଜର୍ମାନ କମ୍ପାନୀ ଭାରତରେ କାର୍ଯ୍ୟକ୍ଷମ ଅଛନ୍ତି ଏବଂ ପାଖାପାଖି ୪ ଲକ୍ଷ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କର୍ମନିଯୁକ୍ତି ପ୍ରଦାନ କରି ଆସୁଛନ୍ତି। ଜର୍ମାନୀ ହେଉଛି ଭାରତର ସର୍ବବୃହତ ୟୁରୋପୀୟ ବାଣିଜ୍ୟିକ ଅଂଶୀଦାର ଏବଂ ପ୍ରମୁଖ ୧୦ଟି ବିଶ୍ଵ ଅଂଶୀଦାରଙ୍କ ମଧ୍ୟରୁ ଅନ୍ୟତମ।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ଏନ.ସି.ଡି.ସି. ୧୯୬୩ ମସିହାରେ ପ୍ରତିଷ୍ଠିତ ଏକ ବୈଧାନିକ ସଂସ୍ଥା। ୨୦୧୪ ମସିହା ପରଠାରୁ ଏହା ବିଭିନ୍ନ ସହକାରୀ ସଂସ୍ଥା ମାନଙ୍କୁ ପ୍ରାୟ ୧୬ ବିଲିୟନ ୟୁରୋ ଋଣ ପ୍ରଦାନ କରି ସାରିଛି। ନେଟ ଶୁନ୍ୟ ଏନପିଏ (NPA) ସହ ଏନ.ସି.ଡ଼ି.ସି. ବିଭିନ୍ନ ରାଜ୍ୟରେ ଅବସ୍ଥାପିତ ୧୮ ଗୋଟି ଆଞ୍ଚଳିକ ନିର୍ଦ୍ଦେଶାଳୟ କୁ ଅର୍ଥ ପ୍ରଦାନ କରି ଆସିଛି।

ସେହିପରି ଡଏଚ ବ୍ୟାଙ୍କ ମଧ୍ୟ ସଙ୍ଘୀୟ ଓ କାରବାର ବ୍ୟାଙ୍କିଙ୍ଗ, ଋଣ ପ୍ରଦାନ ଆଦି କୁ ଧ୍ୟାନର ସହ ଖୁଚୁରା ଏବଂ ବେସରକାରୀ ବ୍ୟାଙ୍କ, ସରକାର ଏବଂ ଅନ୍ୟମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରେ। ବିଗତ ୪୦ ବର୍ଷ ମଧ୍ୟରେ ଡଏଚ ବ୍ୟାଙ୍କ ଭାରତରେ ସର୍ବବୃହତ ବୈଦେଶିକ ବ୍ୟାଙ୍କରେ ପରିଣତ ହୋଇପାରିଛି ଏବଂ ଦେଶର ୧୬ ଗୋଟି ସହରରେ ଏହାର ଶାଖାମାନ କ୍ରିୟାଶୀଳ। ଶାପାରିଆ କହନ୍ତି ସମାଜ ଏବଂ ଜନସାଧାରଣଙ୍କ ଉନ୍ନତି ଦିଗରେ ବ୍ୟାଙ୍କ ସର୍ବଦା କାର୍ଯ୍ୟରତ।

ଭାରତୀୟ ଚାମ୍ବର ଅଫ କମର୍ସ ର କୃଷି ବ୍ୟାପାର ଏବଂ ଖାଦ୍ୟ ପ୍ରକ୍ରିୟାକରଣ ର ଅଧ୍ୟକ୍ଷ ଆଦିତ୍ୟ ବାଗ୍ରୀ କହନ୍ତି, ଆଇସିସି ଓ ଏନ.ସି.ଡି.ସି. ମଧ୍ୟରେ ସ୍ଵାକ୍ଷରିତ ଏମଓୟୁ, ଏଫ.ପି.ଓ ଦ୍ୱାରା ରପ୍ତାନି ପ୍ରୋତ୍ସାହନ ଉପରେ ବିଶେଷ ଧ୍ୟାନ ଦେବ।

Related Posts

About The Author

Add Comment