ଠିକାଦାର ଆଣିଛାଡି ଚାଲିଗଲା, ଭୋକଉପାସରେ ଚାଲିଚାଲି ଫେରୁଛନ୍ତି ଶ୍ରମିକ

Spread the love

ଚଣ୍ଡିଖୋଲ, ୨୯/୩ (ସନ୍ଧାନ ନିୟୁଜ/ମାନସ ରାଉତ) ସୁଦୁର କଲିକତାର ମାଲଦାରୁ କିଛି ଶ୍ରମିକକୁ ଓଡିଶାର ରାଜ୍ୟର କେନ୍ଦ୍ରପଡା ଜିଲ୍ଲାରେ ଘର କାର୍ଯ୍ୟ ପାଇଁ ଆଣି ଘର କାମରେ ଲଗାଇଥିଲା ଏହି ଅଂଚଳର ଜଣେ ଠିକାଦାର । କୋରନା ପାଇଁ ରାଜ୍ୟରେ ଲକ ଡାଉନ ଘୋଷଣା ହେବା ପରେ ଉକ୍ତ ଠିକାଦାର ଜଣଙ୍କ ଆଉ ଶ୍ରମକକୁ ଦେଖାଦେଇନଥିଲେ ଏପରକି ତାଙ୍କର ଖାଦ୍ୟପେୟ କଥାବି ବୁଝିନଥିଲେ । କିଛିଦିନ ଭୋକଉପାସରରେ ରହିବା ପରେ ଆଜି ବାଧ୍ୟ ହୋଇ କଲିକତା ଫେରିବା ପାଇଁ ବାହାରିପଡିଥିଲେ ମାଲଦାର ଏହି ୧୨ଜଣ ଶ୍ରମିକ । କେନ୍ଦ୍ରପଡାରେ ଘର ତିଆରି କାମରେ ପାଇଁ ଆଣିଥିବା ଏହି ଶ୍ରମିକ ମାନଙ୍କୁ ଠିକାଦର ଜଣଙ୍କ ମାତ୍ର ୫୦୦ ଟଙ୍କା ଦେଇଥିବା ବେଳେ ଆଉ ଅର୍ଥ ନଦେଇ ଫେରାର ହୋଇଯାଇଥିଲା । ଫଳରେ ସେଥିରେ ଖାଇବା ପିଇବା ପରେ ଆଉ ଅର୍ଥ ନଥିଲା । ଯାହା ଫଳରେ ସେମାନେ ବାଧ୍ୟ ହୋଇ ଆଜି କେନ୍ଦ୍ରପଡାରୁ ଚାଲିଚାଲି ଫେରିଥିଲେ । ଚଣ୍ଡଖୋଲ ଏତେ ଲୋକଙ୍କୁ ଦେଖି ଚଣ୍ଡିଖୋଲ ପୋଲିସ ଅଟକାଇ ସମ୍ପୁଣ୍ଣ ଭାବେ ବୁଝିବା ପରେ ଚଣ୍ଡିଖୋଲ ପାଣ୍ଡି ଅଧିକାରୀ ସୁଶୀଲ କୁମାର ନାୟକ ଏକ ଟ୍ରକ ଗାଡି ଜରିଆରି ତାଙ୍କୁ କଲିକତା ପଠାଇଛନ୍ତି ।

Related Posts

About The Author

Add Comment