ଠିଆ ହୋଇଥିବା ହାଇୱା ଡମ୍ଫର ପଛ ପଟେ ପିଟି ହୋଇ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ

Spread the love

ସୁନ୍ଦରଗଡ଼ ତା:୧୬-୦୨-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ତଲସରା ଥାନା ଅନ୍ତର୍ଗତ ପୋଷ୍ଟ ଅଫିସ ପଡା ରାସ୍ତା କଡରେ ଠିଆ ହୋଇଥିବା ହାଇୱା ଡମ୍ଫର ର ଜଣେ ବାଇକ ଆରୋହୀ ହାଇୱା ଡମ୍ଫର  ପଛ ପଟେ ପିଟି ହୋଇ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଥିବା ଖବର ମିଳିଛି l ସୂଚନା ଅନୁସାରେ ବାଲିଶଙ୍କରା ସରବାହାଲ ଗ୍ରାମର ଅପିନ ବରିହା (୨୮)ବାଲିଶଙ୍କରା ପଟୁ ସବଡେଗା ପଟକୁ ବାଇକ (OD 16P5374)ଯୋଗେ ଯାଉଥିବା ବେଳେ ରାସ୍ତାରେ ତଲସରା ପୋଷ୍ଟ ଅଫିସ ପଡା ରାସ୍ତା କଡରେ ଠିଆ ହୋଇଥିବା ଏକ ହାଇୱା ଡମ୍ଫର (CG 12BD 1062)କୁ ବାଇକ ଆରୋହୀ ଭାରସାମ୍ୟ ହରାଇ ଡମ୍ଫର ର ପଛ ପଟେ ପିଟି ହୋଇ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଯାଇଛି।  ଏ ଘଟଣା ର ଖବର ପାଇ ତଲସରା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ମୃତକ ର ପରିଚୟ ତଦନ୍ତ କରିବା ସହିତ ମୃତକ ଙ୍କ ପରିବାର କୁ ଫୋନ ଯୋଗେ  ଘଟଣା ସ୍ଥଳକୁ ଡକାଇ ଥିଲେ ଏବଂ ଶବ ବ୍ୟବଛେଦ ପାଇଁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ  ପଠାଇ ଥିଲେ l

Related Posts

About The Author

Add Comment