ଯାଜପୁର ସଦର, ୨୦.୭.୨୩//ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ପଂଚାୟତରେ ଜମି ବିବାଦ ଘଟଣାକୁ ନେଇ ଲଙ୍କାବାଲିସାହି ଗ୍ରାମର ତ୍ରୈଲୋକ୍ୟ ନାଥ ସାହୁ(୪୦) ୨୦୧୭ ମସିହା ମାର୍ଚ୍ଚ ୧୭ ତାରିଖରେ ଟ୍ରାକ୍ଟର ଚଢ଼ାଇ ସେହି ଗ୍ରାମର ଭିମସେନ ମଲିକ(୨୪)କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଯାଜପୁର ସଦର ଥାନାରେ ଏକ ମାମଲାର ରୁଜୁ କରାଯାଇଥିଲା । ମାମଲା ଘଟଣାକୁ ନେଇ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶୁଣାଣୀ କରି ଜଜ୍ ସୁନିଲ କୁମାର ଦାଶ ଅଭିଯୁକ୍ତ ତ୍ରୈଲୋକନାଥ ସାହୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଏଠାରେ ସୂଚନା ଯୋଗ୍ୟ ଯେ, ଜମି ଜମା ବିବାଦକୁ କେନ୍ଦ୍ରକରି ମୃତ ଭିମସେନ ମଲିକ ଖଣ୍ଡାସ ନିକଟରେ ଥିବା ଜମିରୁ ଚାଷ କରି ବାଦାମ ଉପାଡ଼ୁଥିବା ବେଳେ ଭିମସେନ ଓ ତ୍ରୈଲୋକ୍ୟ ମଧ୍ୟରେ ବଚସା ହୋଇଥିଲା । ବଚସାକୁ କେନ୍ଦ୍ର କରି ତ୍ରୈଲୋକ୍ୟନାଥ ସାହୁ, ଭିମସେନ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟ କରିଥିଲା । ହତ୍ୟା ଅଭିଯୋଗରେ ତ୍ରୈଲୋକ୍ୟନାଥ ସାହୁ ଗିରଫ ହୋଇ ଜେଲ ଯାଇଥିବା ବେଳେ, ଭିମସେନଙ୍କ ବନ୍ଧୁ ଅକ୍ଷୟ ମଲିକଙ୍କ ଉପରେ ତୈଲୋକ୍ୟନାଥ ଟ୍ରାକ୍ଟର ଚଢ଼ାଇ ଦେବାରୁ ତାଙ୍କ ନାମରୁ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଅକ୍ଷୟ କଟକରେ ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଆସିଥିଲା । ଘଟଣା ସମ୍ପର୍କରେ ଭିମସେନ ପରିବବାର ପକ୍ଷରୁ ଯାଜପୁର ସଦରଥାନା ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲେ । ୧୪ ଜଣ ସାଖି ମାନଙ୍କୁ ନେଇ ତାଙ୍କ ବୟାନକୁ ଆଧାର କରି ବୁଧବାର ଦିନ ଯାଜପୁର ଅତିରିକ୍ତ ଜିଲ୍ଲାଜଜ୍ ସୁନିଲ କୁମାର ଦାଶ ଅଭିଯୁକ୍ତ ତ୍ରୈଲୋକ୍ୟନାଥ ସାହୁକୁ ୩୦୨ ଦଫାରେ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ରେଜେନ୍ଦ୍ର ପ୍ରସାଦ ନାୟକ ପରିଚାଳନା କରୁଥିଲେ । ତ୍ରୈଲୋକ୍ୟନାଥ ସାହୁକୁ ହତ୍ୟା ଅଭିଯୋଗରେ ଆଜୀବନ କରାଦଣେଣ୍ରେ ଦଣ୍ଡିତ କରାଗଲା ।
ଟ୍ରାକ୍ଟର ଚଢ଼ାଇ ହତ୍ୟା କରିଥିବା ଅଭିଯୋଗରେ ଆସାମୀକୁ ଆଜୀବନ କାରାଦଣ୍ଡ
|
July 20, 2023 |
![](https://sandhannews.com/wp-content/uploads/2023/07/sandhan.jpeg)