ଟ୍ରାକ୍ଟରରୁ ଖସି ମହିଳା ଶ୍ରମିକ ମୃତ, ମୃତଦେହ ଛାଡି ଚାଳକ ଫେରାର୍

Spread the love

ପାଟଣା, ୨୨/୧୦ (ସନ୍ଧାନ ନିଉଜ) : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ନୁଶୁରିପଶି ମୁଣ୍ଡା ସାହିର ଜଣେ ମହିଳା ଶ୍ରମିକଙ୍କର ମଙ୍ଗଳବାର ଟ୍ରାକ୍ଟରରୁ ଖସି ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଶ୍ରମିକ ଜଣଙ୍କ ଶ୍ରମିକ ଟୁକୁରା ମୁଣ୍ଡାଙ୍କ ପତ୍ନୀ ମିନା ମୁଣ୍ଡା(୩୫)।
ସୂଚନା ଅନୁସାରେ, ଯେଉଁ ଟ୍ରାକ୍ଟରରେ ମିନା ଶ୍ରମଜୀବି ଭାବେ କାମ କରୁଥିଲେ ସେହି ଟ୍ରାକ୍ଟର ଉପରୁ ସେ ତଳକୁ ଖସି ପଡିବା ପରେ ତାଙ୍କ ଉପରେ ଟ୍ରାକ୍ଟର ଚଢିଯାଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମିନାଙ୍କର ମୃତ୍ୟୁ ହୋଇଯାଇଥିବା ଦେଖି ଟ୍ରାକ୍ଟରରେ ଥିବା ଅନ୍ୟ ଶ୍ରମଜୀବି ହତଚକିତ ହୋଇପଡିଥିଲେ । ଅନ୍ୟ ଉପାୟ ନପାଇ ଟ୍ରାକ୍ଟର ଚାଳକ ମୃତକ ମିନାଙ୍କ ମୃତଦେହକୁ ଟ୍ରାକ୍ଟରରେ ଲଦି ଆଣି ତାଙ୍କ ଘର ନିକଟରେ ପକାଇଦେଇ ଫେରାର୍ ହୋଇଯାଇଥିଲା। ଉଭୟ ଟ୍ରାକ୍ଟର ଚାଳକ ଓ ଶ୍ରମଜୀବିମାନେ ସେହି ଗ୍ରାମର ବୋଲି ଜଣାପଡିଛି । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related Posts

About The Author

Add Comment