ଚଣ୍ଡିଖୋଲ,୦୭,୦୬(ସନ୍ଧାନ ନିୟୁଜ)-ଆଜି ଅପରାହ୍ନରେ ବଡ଼ଚଣା ବ୍ଲକ ଖୋସାଲିପୁର ରେଲେୱ ଫାଟକ ନିକଟରେ ଥିବା ଆଦିବାସୀ ସାହି ନିକଟରେ ଟ୍ରାକଟର ଓଲଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ପାଞ୍ଚଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ମୃତ୍ୟୁ ବରଣ କରିଥିବା ନାମ ରୀତିକ ତରାଇ (୨୪) ବୋଲି ଜଣାଯାଇଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।ଏହି ଶ୍ରମିକ ମାନଙ୍କୁ ରେଳ ବିଭାଗର ଠିକା ସଂସ୍ଥା କେ.ଭି.ଆର.ସି.ପି.ଏଲ.ର ଧାନମଣ୍ଡଳ ଠାରେ ହେଉଥିବା ରେଳ ବିଭାଗର କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକମାନେ କାର୍ଯ୍ୟ ସାରି ଟ୍ରାକଟରରେ ଯୋଗେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଖୋସାଲିପୁର ଆଦିବାସୀ ସାହି ନିକଟରେ ଓଲଟି ପଡିଥିଲା ଫଳରେ ଟ୍ରାକଟର ତଳେ ଚାପି ହେଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବସି ଥିବା ଅନ୍ୟ ପାଞ୍ଚ ଜଣ ଶ୍ରମିକ ହେଇଥିଲେ.ସମସ୍ତ ଶ୍ରମିକ ମାନଙ୍କୁ ୧୦୮ ଆମ୍ବୁଲାନସ ଦ୍ୱାରା ସ୍ଥାନୀୟ ଲୋକମାନେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ.ଶ୍ରମିକମାନେ ବାହାରର ଲୋକ ହେଇଥିବାରୁ ସେମାନଙ୍କର ପରିଚୟ ମିଳିପାରିନାହିଁ । ତେବେ କଟକ ବଡ ମେଡିକାଲରେ ଗୁରୁତର ମଧ୍ୟରୁ ଅନ୍ୟ ତିନି ଜଣ ମହିଳା ଏବଂ ୨ଜଣ ପୁରୁଷ ମୃୁତ୍ୟ ବରଣ କରିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଠିକାକାର୍ଯ୍ୟରେ ନିୟୋଜିତ କରିଥିବା ଠିକାସଂସ୍ଥା ଘଟଣାସ୍ଥଳରୁ ଚମ୍ପଟ ମାରିଥିବାରୁ ପକୃତ ସତ୍ୟ ପଦାକୁ ଆସିପାରିନାହିଁ । କେହି କେହି ଠିକାସଂସ୍ଥାର ଚମ୍ପଟ ମାରିବା ଯୋଗୁ ୬ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଘଟ କରାଯାଇଥିବା ନେଇ ପ୍ରଚାର କରାଯାଇଥିବା ନେଇ ଅସମର୍ଥିତ ସୂତ୍ରରୁ ଜଣାପଡିଛି ।
ଟ୍ରାକଟର ଓଲଟି ୧ ମୃତ,୫ ଗୁରୁତର,
|
June 7, 2023 |
![](https://sandhannews.com/wp-content/uploads/2023/06/WhatsApp-Image-2023-06-07-at-9.34.27-AM.jpeg)