ଟ୍ରଲର ଧକ୍କାରେ ଭାଙ୍ଗିଲା ଟୋଲ ଗେଟ

Spread the love

ବ୍ରଜରାଜନଗର, ୨୩/୧୦ (ସନ୍ଧାନ ନିଉଜ) : ବେଳପାହଡ଼ରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ଟ୍ରଲର ବୁଧବାର ସକାଳ ୯.୩୦ରେ ଗାନ୍ଧି ଛକ ଟୋଲ ଗେଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟୋଲ ଗେଟର କ୍ୟାବିନ ଚୁରମାର ହେବା ସହ ଲୁହା ଖୁଣ୍ଟ ଗୁଡିକ ଉପୁଡି ଯାଇଥିବା ଜଣାପଡିଛି। ହେଲେ ଏଥିରେ କେହି ଆହତ ହୋଇନଥିବା ବେଳେ ବିପରିତ ଦିଗରୁ ଆସୁଥିବା ଗାଡି ଗୁଡିକ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରଲର ଓ ତାର ଚାଳକକୁ ଅଟକ ରଖାଯାଇଛି।
ସୂଚନାଯୋଗ୍ୟ ଯେ, ୪୯ନମ୍ବର ଜାତୀୟ ରାଜପଥ ନୂଆଡ଼ିହି ଠାରେ ଟୋଲ ଗେଟଟି ଅନେକ ଦିନରୁ ନିର୍ମାଣ ହୋଇଥିଲେ ହେଁ କାର୍ୟ୍ୟକ୍ଷମ ହୋଇ ପାରିନଥିଲା। ବହୁ ବାଦ ବିବାଦ ପରେ ଗତ ମାସ ୨୪ ତାରିଖରୁ ଏଠାରେ କର ଆଦାୟ କରାଯାଉଛି। ହେଲେ ଅନପଯୁକ୍ତ ଓ ତ୍ରୁଟିପୂର୍ଣ୍ଣ ଢଙ୍ଗରେ ଟୋଲ ଗେଟଟି ନିର୍ମାଣ କରାଯାଇଥିବାରୁ ଗତ ବର୍ଷକ ମଧ୍ୟରେ ଭାରିଯାନ ଧକ୍କାରେ ଏକାଧିକ ଥର ଏହି ଟୋଲ ଗେଟ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଆଜିର ଘଟଣାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଲାଗି ରହିଛି ।

Related Posts

About The Author

Add Comment