ବେତନଟୀ, 28.11.2020 (ଲିଙ୍ଗରାଜ ପଣ୍ଡା): ବେତନଟୀ ଥାନା ୧୮ନଂ ଜାତୀୟରାଜପଥ ଦାନ୍ତିଆମୁହାଁ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜନୈକ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ମୃତକ ଜଣକ ହେଉଛନ୍ତି ଭାଲିଆଡିହା ପଞ୍ଚାୟତ ପଚାଖାଳି ଅଞ୍ଚଳର ରବିନ୍ଦ୍ରନାଥ ମିଶ୍ର(୬୫) ସୂଚନା ମୁତାବକ ରବିନ୍ଦ୍ର ନିଜର ବାଇକ(ଓଆର୧୧ଡି-୦୯୩୬)ଯୋଗେ ଦାନ୍ତି ଆମୁହାଁ ଆଡକୁ ଯାଉଥିବା ବେଳେ ବେତନଟୀ ଅଭିମୁଖେ ଆସୁଥିବା ଏକ ଟ୍ରକ ଓଡି–୦୪କେ-୩୦୩୬) ତୁଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ରବିନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ବେତନଟୀ ଥାନା ଏସଆଇ ବିନୟ ରଞ୍ଜନ ପରିଡ଼ା ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ପିଛାକରି କାବୁ କରିଥିଲେ ୧୦୩୩ ଆମ୍ବୁଲାନ୍ସ ଯୋଗେ ରବିନ୍ଦ୍ରଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା ସେଠାରେ ଶବ ବ୍ୟବଚ୍ଛେଦ ପୂର୍ବରୁ ପରିବାରବର୍ଗଙ୍କ ନିଷ୍ପଭିକ୍ରମେ ରବିନ୍ଦ୍ରଙ୍କ ଚକ୍ଷୁଦାନ କରାଯାଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ସହିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତିରେ ଉସୂର୍ଗୀକୃତ ଥିବା ରବିନ୍ଦ୍ର ନିଜର ଜୀବନକାଳରେ ଅନେକ ଜନକଲ୍ୟାଣ କାର୍ଯ୍ୟ କରିଥିବା ବେଳେ ମୃତ୍ୟୁ ପରେ ବି ତାଙ୍କର ଚକ୍ଷୁ ଜଣକର ଜୀବନକୁ ଆଲୋକିତ କରିପାରିବ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଥିବା ସାନପୁଅ ପ୍ରଣୟ ମିଶ୍ର(ଟୁନା) ସୂଚନା ଦେଇଛନ୍ତି । ଏପଟେ ତାଙ୍କର ମୃତ୍ୟୁ ଖବର ପାଇ ବାରମାଇଲ ଅଞ୍ଚଳର ସମସ୍ତ ଦୋକାନବଜାର ବନ୍ଦ କରିଦିଆଯାଇଥିଲା। ଏନେଇ ୨୬୧ ୨୦ରେ ଏକ ମାମଲା ରୁଜୁକରି ବଡଜାମବଣି ଫାଣ୍ଡିଅଧିକାରୀ ପବିତ୍ରମୋହନ ପ୍ରୋଜେକ୍ଟ ଛାଉଣୀ’ର ନିର୍ଦ୍ଦେଶକ ବିଭୁଦତ୍ତ ଦାସ, ପ୍ରାକ୍ତନ ଜିଲ୍ଲାପରିଷଦ ଅର୍ଜୁନ ପାତ୍ର, ଯୁବସମାଜସେବୀ ମହେଶ୍ୱର ମହାନ୍ତି ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଏହା ବାରମାଇଲ ତଥା ସମଗ୍ର ଚିତ୍ରଡା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଛନ୍ତି । ଖବରପାଇ ବହୁ ବିଶିଷ୍ଟବ୍ୟକ୍ତି ପଚାଖାଳିସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ ପୂର୍ବକ ସମବେଦନା ଜଣାଇଥିଲେ ବେତନଟୀ ପୁ ଲିସ ଦୁ ର୍ଘ ଟଣା ଘଟାଇଥିବା ଟ୍ରକଚାଳକ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ଧନୁର୍ବର ଖୁଣ୍ଟିଆ(୪୪)କୁ ଅଟକ ରଖିଛି ।