ଟ୍ରକ୍‍-ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୨ ଗୁରୁତର

Spread the love

ବାଲିଗୁଡା,30/9(ସନ୍ଧାନ ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର  ରାମପୁର ଛକରେ ଏକ ଟ୍ରକ୍‍ ସହିତ ବାଇକ୍‍ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ଅଧିକ ଚିକିତ୍ସାପାଇଁ ବ୍ରହ୍ମପୁର ପଠାଇ ଦିଆଯାଇଛି। ତାଙ୍କର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାଯାଇଛି।ଖବର ପ୍ରକାରେ, ମଙ୍ଗଳ ବାର ଅପରାହ୍ନରେ ଏକ ଟ୍ରକ୍‍ ରାୟଗଡ଼ାରୁ ବଲାଙ୍ଗିର ଯାଉଥିବା ବେଳେ ହଠାତ୍‍ ଏକ ବାଇକ୍‍ ଆସି ସମ୍ମୁଖରେ ଧକ୍କା ହୋଇଥିଲା। ବାଇକରେ ବସିଥିବା ତିନିଜଣ ଯାକ ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ତୁମୁଡ଼ିବନ୍ଧ ଓ ପରେ ଅଧିକ ଚିକିତ୍ସା ପାଇଁ ବାଲିଗୁଡ଼ା ନିଆଯାଇଥିଲେ ମଧ୍ୟ ଗୁରୁ୍‍ତର ଥିବା ବ୍ୟକ୍ତିଙ୍କର ବାଟରେ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ବାଲିଗୁଡ଼ାରେ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ଗରୁତର ଥିବା ଜଣକୁ ବ୍ରହ୍ମପୁର ରେଫର କରାଯାଇଛି। ବାଇକ୍‍ର ଯାତ୍ରୀମାନେ ଏକ ସୁଦ୍ଧକାମରେ ଯୋଗଦେଇବା ପାଇଁ ଲଙ୍କାଗଡ଼ରୁ ତୁମୁଡ଼ିବନ୍ଧ ପଂଚାୟତ ଅନ୍ତର୍ଗତ ବନବନ୍ଧ ସାହିକୁ ଯାଉଥିଲେ। ଖବର ପାଇ ପୁଲିସ୍‍ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‍କୁ ଜବତ କରିବା ସହିତ ଗାଡ଼ି ଚାଳକକୁ ଅଟକ ରଖିଛି। ଏନେଇ ଏକ ମାଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ତଦନ୍ତ ଅଧିକାରୀ ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି।

Related Posts

About The Author

Add Comment