ଟିକା ନପାଇ ଫେରିଲେ ସାଧାରଣ ଜନତା: କରୋନା କଟକଣା ପାଳନ ଓ ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇ ଦେବାକୁ ନିବେଦନ କଲା ଉତ୍କଳ ବିକାଶ ପରିଷଦ

Spread the love
କଟକ, ୦୭/୦୫ (ସନ୍ଧାନ ନିଉଜ) ସମ୍ପ୍ରତି ମହାମାରୀ କରୋନା ସଂକ୍ରମଣର ଦିତୀୟ ଲହର ପ୍ରକୋପ ଦ୍ରୁତଗତିରେ ମାଡିଚାଲିଥିବାବେଳେ ଟିକାଦାନ କେନ୍ଦ୍ର ମାନଙ୍କରେ ଟିକାର ଅଭାବ ଦୃଷ୍ଟିରୁ ଜନସାଧାରଣ ଟିକା ନେବାରେ ଅନେକ ସମସ୍ୟା,ଟିକା ନପାଇ ଫେରିବା କଟକ ସଦରର ବେଣ୍ଟକାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର,କନ୍ଦରପୁର ଆଉ କିଶନନଗର ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଦେଖାଦେଇଛି । ସୂଚନାଯୋଗ୍ୟ ଦିତୀୟ ଡୋଜ ଟିକା ନେବାକୁ ବେଣ୍ଟକାର ଉଚ୍ଚ ବିଦ୍ୟାଳୟ ପରିସରରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ସମସ୍ୟାର ସମାଧାନ ପୁର୍ବକ ଟିକାଦାନ କେନ୍ଦ୍ରରେ କରୋନା କଟକଣା ପାଳନ,କେବଳ ଟିକା ପଞ୍ଜିକୃତ ବ୍ୟକ୍ତି ବିଶେଷ ନିଜର ଧାର୍ଯ୍ୟ ସମୟ ଅନୁଯାୟୀ ଟିକାକେନ୍ଦ୍ରରେ ଉପସ୍ଥିତ ହେବା, ପ୍ରଶାସନ ପକ୍ଷରୁ ଉପଯୁକ୍ତ ପର୍ଯ୍ୟାପ୍ତ ପରିମାଣରେ ଟିକା ପ୍ରଦାନ,ଟିକାଦାନ କେନ୍ଦ୍ରରେ ଆବଶ୍ୟକ ମୁତାବକ ପୋଲିସ ମୁତୟନ ସହ ଭିଡ ନିୟନ୍ତ୍ରଣ ଆଦି ବିଭିନ୍ନ ପଦକ୍ଷେପ ନେବାକୁ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ, କୃଷକ ନେତା ଦେବିପ୍ରସାଦ ପତି,ଅଶିମ୍ ଦାଶ,ଅଭିରାମ ଦଳାଇ,ଗାନ୍ଦି ଗୁରୁ ଦାସ ,ବୁବୁନ୍ ମହାପାତ୍ର,ପର୍ଶୁରାମ ବେହେରା,ବିଜୟ ସ୍ୱାଇଁ, ଶରତ ଦାସ,ଶକଂର ବେଉରା,ଗଜେନ୍ଦ୍ର ବେହେରା,ଅନିଲ୍ ମହାପାତ୍ର,ଅମିତ୍ ଦାଶ,ବିଶ୍ୱରଞନ ସେଠି,ସମ୍ଭୁ ବୌଠାଳୁ,ଜ୍ୟାେତି ଜେନା,ବିରଜା ଭୁଶଣ ପତି,ତାପସ ମହାପାତ୍ର, ଆନ୍ଦ ଦେବତା,ଶରତ ରାଉଳ,ବିଜୟ ନାୟକ,ଅଜୁ ସାମଲ,ପୁସ୍ପରଞନ ପ୍ରଧାନ,ରସାନନ୍ଦ ବେହେରା,ବିକାଶ ପରିଡା,ସନ୍ତୋଷ ବିଶ୍ୱାଳ,ମଗଂରାଜ ସେଠୀ ପ୍ରମୁଖ କାର୍ଯ୍ୟକର୍ତା ରାଜ୍ୟ ସରକାର ଓ ଜନସାଧାରଣ ମାନଙ୍କୁ ବିନମ୍ର ନିବେଦନ କରିଛନ୍ତି ।

Related Posts

About The Author

Add Comment