ଯୋଡ଼ା୨୭/୧୨ (ସନ୍ଧାନ ନିୟୁଜ) ମଙ୍ଗଳବାର ଦିନ ଅପରାହ୍ନ ୩ ଘଟିକା ରେ ଯୋଡ଼ା ସହରରେ ଅବସ୍ଥାପିତ ଟାଟା ଡ଼ିଏଭି ସ୍କୁଲ ର ତମ ବାର୍ଷିକଉତ୍ସବଏକ ବନ୍ୟାଢ୍ୟ ପରିବେଶ ମଧ୍ୟରେ ମହାସମାହାର ରେ ପାଳନ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ଅତୁଲ ଭଟନାଗର (ଓମ୍ କ୍ୟୁ )ଜି. ଏମ, ସନମାନିତ ଅତିଥି ରୂପେ ଯୋଡ଼ାଟାଟା ଷ୍ଟିଲ ର ମୁଖ୍ୟ ସରୋଜ ବାନାର୍ଜୀ ଙ୍କ ସମେତ ଅନ୍ୟାନ୍ୟ ବରଣ୍ୟ ଅତିଥି ମାନେ ଯୋଗ ଦେଇଥିଲେ l ବିଦ୍ୟାଳୟର କଳା ଶିକ୍ଷକ ସୁଧୀର କୁମାର ସ୍ୱାଇଁ ଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅଙ୍କିତ ହୋଇଥିବା ୩୨ ଫୁଟ ର ବିରାଟକାୟ କାନଭାସ ଚିତ୍ରକଳା ଗ୍ୟାଲେରୀ କୁ ଉଦଘାଟନ କରିଥିଲେ l କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷର ପୁରସ୍କାର କୁ ଏକାସଙ୍ଗେ ୨୫୦ ଛାତ୍ରଛାତ୍ରୀ ଙ୍କୁ ପ୍ରମାଣପତ୍ର ସହ ଟ୍ରଫି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା l ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ବି. ସାଇଶିବା ବାର୍ଷିକ ବିବରଣୀ ପାଠ କରିବା ସହିତ ଆଗାମୀ ଦିନରେ ବିଦ୍ୟାଳୟ କେମିତି ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଅଗ୍ରଗତି କରିବ, ଏଥିପାଇଁ ଅଭିଭାବକ ମାନଙ୍କର ସହଯୋଗ କାମନା କରିଥିଲେ l ଉତ୍ସବ ର ଅନ୍ୟତମ ଅତିଥି ଶ୍ରୀ ବାନାର୍ଜୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଶିକ୍ଷା ପାଇଁ କଠିନ ପରିଶ୍ରମ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ l ପୁରସ୍କାର ବିତରଣ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ସଞ୍ଜୟ ସାହରେ,ଭିକାରି ସିଂ, ଶାନ୍ତନୁ ବାହିନୀପତି,ଧୀରେନ୍ଦ୍ର ନାଥ ସାମଲ, ସୁଧୀର ପରିଡା, କେ.ଈଶ୍ୱର ପ୍ରସାଦ ଶିକ୍ଷୟିତ୍ରୀ ସଂଘମିତ୍ରା ପ୍ରଧାନ, ସ୍ମିତା ମିଶ୍ରଏବଂ ଆଭାରାଣୀ ବଳ ପ୍ରମୁଖ ସହ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
ଟାଟା ଡ଼ିଏଭି ସ୍କୁଲର ବାର୍ଷିକଉତ୍ସବ ୟୁନିଗଲ ୨୨
|
December 28, 2022 |