ସୁନ୍ଦରଗଡ , ୦୧/୦୨/୨୦୨୧ (ସନ୍ଧାନନିଉଜ/ରୋଶନ ପଟେଲ) ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ରତନପୁର ପଞ୍ଚାୟତ ର ବାଲିଜୋରି ଓ କିଆକଛାର ଗ୍ରାମ ରେ ‘ଓଡିଶା ପୁଷ୍ଟିମହୋତ୍ସବ’ ପାଳିତ ହୋଇଯାଇଛି I ଦୁଇ ଗ୍ରାମ ର ସ୍ୱୟଂସହାୟକ ଗୋଷ୍ଠୀ କୁ ନେଇ ଗୌଡ଼ପଡI ମଣ୍ଡପ ରେ ପୁଷ୍ଟିମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହେଲା I ଏଥିରେ ଶିଶୁମଙ୍ଗଳା ସମିତିସଭ୍ୟ ମହେନ୍ଦ୍ର କୁମାର ପଟେଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲେ I ଅପପୁଷ୍ଟି ଦୂର କରିବା,ଘରେ ଘରେ ପନିପରିବା ଚାଷ କରିବା,ଗର୍ଭବତୀ ନାରୀ ର ଯତ୍ନ ନେବା ଆଦି ବିଷୟରେ କହିଥିଲେ , ସରପଞ୍ଚ ମହେଶ୍ୱର ଓରାମ , ସମିତିସଭ୍ୟ ସୀତାକାନ୍ତ ପଟେଲ , ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ I ଭିନ୍ନ ଭିନ୍ନ ପ୍ରକାରର ଫଳମୂଳ ଏବଂ ପନିପରିବା ମିଶ୍ରିତ ତିଆରି ହୋଇଥିବା ଖାଦ୍ୟ ପ୍ରଦର୍ଶିତ ହୋଇଥିଲା I ସେଠାରେ ଏକ ବକୃତା ପ୍ରତିଯୋଗିତା ଆୟୋଜନ କରI ଯାଇଥିଲା , ଯେଉଁଥିରେ ପ୍ରଥମ ସ୍ଥାନ ଖିରୋଦିନୀ ମଗର ,ଦ୍ଵିତୀୟ ସ୍ଥାନ ଲିଳିମା ଛତ୍ରିଆ ଏବଂ ତୃତୀୟ ସ୍ଥାନ ରାଜଲକ୍ଷ୍ମୀ ଦାସ ଅଧିକାର କରିଥିଲେ I I ଖାଦ୍ୟ ଉପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇ ଥିଲା I କାର୍ଯ୍ୟକ୍ରମ ରେ ବିଭିନ୍ନ ଅଞ୍ଚଳ ର ଅଙ୍ଗନବାଡି କର୍ମୀ ଏବଂ ଆଶାକର୍ମୀ ମାନେ ସହଯୋଗ କରିଥିବା ବେଳେ ସିଆରପି ନଳିନ ନାଏକ ପରିଚାଳନା କରି ଥିଲେ I ଏହି ମହୋତ୍ସବ ରେ ପାଖ ଅଞ୍ଚଳର ମହିଳା ମାନେ ବହୁ ପରିମାଣ ରେ ଯୋଗ ଦେଇ ଥିଲେ I
ଟାଙ୍ଗରପାଲି ବ୍ଲକ ରେ ପୁଷ୍ଟିମହୋତ୍ସବ ପାଳିତ
|
February 2, 2021 |