ଟାଇଲ୍ ବୋହିବା ବେଳେ ଶ୍ରମିକଙ୍କ ମୃତ୍ୟୁ

Spread the love

ବଲାଙ୍ଗୀର, 21.01.2021(ସନ୍ଧାନ ନିଉଜ୍): ବଲାଙ୍ଗୀରରେ ଟାଇଲ କାମ କରୁଥିବା ବେଳେ ଅଘଟଣ ଘଟିଛି । ଟାଇଲ ବୋହୁଥିବା ବେଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ପୋଲିସ ଲାଇନ ନିକଟରେ ଥିବା ଗୋପାଳ ଅଗ୍ରୱାଲଙ୍କ ଘର କାମ ବେଳେ ଘଟିଛି ଅଘଟଣ । ଟାଇଲ ବୋହୁଥିବା ବେଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କାଲସାଇପଳୀର ସୁଧୀର ବଞ୍ଚୋର । ଅନ୍ୟ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଦୁଇ ଜଣଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶବକୁ ପୋଷ୍ଟ ମର୍ଟମ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ଟାଉନ ପୋଲିସ୍ ।

 

Related Posts

About The Author

Add Comment