ଟର୍ଚ୍ଚ ଆଲୁଅରେ ରୋଗୀ ଚିକିତ୍ସା; ଏମିତି ଚାଲିଛି ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବା

Spread the love

ବୈପାରିଗୁଡା, ୨୧/୫ (ସନ୍ଧାନ ନିୟୁଜ) – ଟର୍ଚ୍ଚ ଆଲୁଅରେ ରୋଗୀ ଚିକିତ୍ସା ।କୋରାପୁଟ ଜିଲ୍ଲାର ବୈପାରିଗୁଡା ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏମିତି ଏକ ଦୃଶ୍ୟ ପଦାକୁ ଆସିଛି ଯାହାକି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ହଠାତ ଲାଇନ ପଳେଇବା ଯୋଗୁଁ ଜରୁରୀକାଳୀନ ଲାଇନ ର ବ୍ୟବସ୍ତା ନ ଥିବାରୁ ରୋଗୀଙ୍କୁ ଟର୍ଚ୍ଚ ଆଲୋକ ରେ ଚିକିତ୍ସିତ କରୁଥିବା ଦେଖିବାକୁ ମିଳିଛି ।ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କମ ବେଡ଼ ବିଶିଷ୍ଟ ହୋଇଥିବା ଯୋଗୁଁ ବେଡ଼ ଅଭାବରୁ ରୋଗୀଙ୍କୁ ବାରଣ୍ଡାରେ ତଳେ ଶୁଆଇ ଚିକିତ୍ସିତ କରୁଥିବା ଘଟଣା ପଦାକୁ ଆସିଛି ।ଏହି ଚିକିତ୍ସା ପୁଣି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଡାକ୍ତର ଙ୍କ ଉପସ୍ଥିତିରେ କରୁଥିବା ଦେଖିବାକୁ ମିଳିଛି ।ଏହି ଘଟଣା ଏକ ନିନ୍ଦନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ଜଣାପଡିଛି ।ତେଣୁ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଗ୍ରାମାଞ୍ଚଳର ଲାଇନ ସଂଯୋଗ ବଦଳରେ ସହରାଞ୍ଚଳର ଲାଇନ ସଂଯୋଗ କରିବା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବେଡ଼ ମଧ୍ୟ ବଢାଇବା ପାଇଁ ସାଧାରଣ ରେ ଦାବି ହେଉଛି ।

  ରିପୋର୍ଟ – ସରୋଜ କୁମାର ଲେଙ୍କା

Related Posts

About The Author

Add Comment