ଟଙ୍କା ନେଇ ବିନା ଜରିମାନାରେ ଭାରିଯାନକୁ ଖସାଇଦେଲେ ଚଣ୍ଡିଖୋଲ ଆରଟିଓ

Spread the love

ବିନା ଜରିମାନାରେ ଭାରିଯାନକୁ ଖସାଇଦେଲେ ଚଣ୍ଡିଖୋଲ ଆରଟିଓବିନା ଜରିମାନାରେ ଭାରିଯାନକୁ ଖସାଇଦେଲେ ଚଣ୍ଡିଖୋଲ ଆରଟିଓ
ଚଣ୍ଡିଖୋଲ,୬/୧୨( ସନ୍ଧାନ ନିଉଜ୍ରରto): ୧୬ ନମ୍ବର ଜାତୀୟ ରାଜପଥର ଛତିଆ-ଚଣ୍ଡିଖୋଲ ରାସ୍ତାରେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଭାରିଯାନ ତଲାସୀ କରାଯାଉଥିଲା। ଗତ ଶନିବାର ଅପରାହ୍ନରେ ଡବ୍ଳୁ( ବି ୩୩ ଇ ୨୩୫୨) ନମ୍ବର ବିଶିଷ୍ଟ ଆଇରନ ବୋଝେଇ ଟ୍ରକକୁ ବିଭାଗ ପକ୍ଷରୁ ଜବତ କରାଯାଇଥିଲା। ସେହି ଟ୍ରକରେ କ୍ଷମତା ଠାରୁ ଅଧିକ ମାଲ ପରିବହନ ହେଉଥିବା ଜଣାପଡିଥିଲା। ଉକ୍ତ ଗାଡିକୁ ରାସ୍ତା କଡରେ ଅଟକ ରଖାଯାଇ ଜରିମାନା ପାଇଁ ଚାଳକଙ୍କୁ ଅବଗତ କରାଇଥିଲେ ଆରଟିଓ ଅଫିସର କର୍ମଚାରୀ। ପରେ ଏହି ଘଟଣା ସଂପୃକ୍ତ ଟ୍ରକ ମାଲିକ ଙ୍କ ନଜରକୁ ଆସିବା ପରେ ମାମଲା ର ରଫାଦଫା ଘଟଣା ସ୍ଥଳରେ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ୭୦ ହଜାର ଟଙ୍କା ଜରିମାନା ହେବ ବୋଲି ଚାଳକଙ୍କୁ କହିବା ପରେ ଟ୍ରକ ମାଲିକ ଙ୍କ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚି ବିନା ଜରିମାନା ରେ ଜବତ ଗାଡିକୁ କିପରି ନେଇ ଆସିଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ପଚାରିବାରୁ, ସେଭଳି କୈଣସି ଗାଡି ଜବତ ହୋଇନଥିବା ନେଇ ସଫେଇ ଦେଇ ଘଟଣା କୁ ଏଡାଇ ଦେଇଥିଲେ। କିନ୍ତୁ ଏହି ରାଜପଥ ରେ ଦୈନିକ ଶତାଧିକ ଭାରିଯାନ ଯାତାୟାତ କରୁଥିବା ବେଳେ ଆବଶ୍ୟକ ଠାରୁ କମ୍ ଜରିମାନା ଆଦାୟ ଏବେ ପରିବହନ ବିଭାଗ କୁ ସନ୍ଦେହ ପରିସରକୁ ନେଇ ଆସିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।

Related Posts

About The Author

Add Comment