ବୁଗୁଡା ୦୪/୦୨ (ସନ୍ଧାନ ନିଉଜ) ବୁଗୁଡା ଅଞ୍ଚଳରେ ମିଳୁଥିବା ବୋତଲ ଓ ପକେଟ ପାଣି କେତେ ବିଶୁଦ୍ଧ ? ଜନସାଧାରଣ ଟିକେ ବିଶୁଦ୍ଧ ପାଣି ପିଇବା ପାଇଁ ବୋତଲ ପିଛା କୋଡିଏ ଟଙ୍କାରୁ ଉର୍ଦ୍ଧ୍ବ ଦେଇ କିଣୁଛନ୍ତି ହେଲେ ଅଧିକାଂଶ ଲୋକ ପିଉଛନ୍ତି ଦୂଷିତ ପାଣି। ବୁଗୁଡା ଅଞ୍ଚଳରେ ଚାଲିଛି ଏକାଧିକ ନକଲି ପାଣି ଫ୍ୟାକ୍ଟେରି। ସାଧାରଣ ପାଣି, ବୋତଲ ଓ ପାଉଚରେ ପ୍ୟାକିଙ୍ଗ କରି ବିକ୍ରି ପାଇଁ ଆସୁଛି ବଜାରକୁ। ଲୋକଙ୍କ ବିଶ୍ୱାସରେ ବିଷ ଦେଇ ନକଲି ପାଣି ବିକା ଯାଉଥିବା ବେଳେ ଗ୍ରାହକ ଅସଲି ଭାବି ଟଙ୍କା ଦେଇକରି ପିଉଛନ୍ତି ବ୍ରାଣ୍ଡେଡ଼ ଦୂଷିତ ପାଣି। ନାମିଦାମୀ ବ୍ରାଣ୍ଡେଡ଼ କମ୍ପାନୀର ଲେବୁଲ ମାରି ବିକାଯାଉଛି ଏହି ନକଲି ଦୂଷିତ ପାଣି। ଆଗକୁ ଖରା ସମୟ ଆସୁଥିବା ଯୋଗୁ ଲୋକମାନେ ନିଶ୍ଚିତ ଭାବେ ଏହି ପାଣି ଅଧିକ ସଂଖ୍ୟାରେ କିଣି ପିଇବେ। ଲୋକମାନେ ବିଶୁଦ୍ଧ ପାଣି ବଦଳରେ ପିଇବେ ଦୂଷିତ ଥଣ୍ଡା ପାଣି। ଯାହା ଦ୍ୱାରା ବିଭିନ୍ନ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ ପ୍ରଶାସନ ନକଲି ଫ୍ୟାକ୍ଟେରି ଉପରେ ଚଢ଼ାଉ କରି ନକଲି ଜିନିଷ ଜବତ କରି ଆସାମୀମାନଙ୍କୁ ଗିରଫ କରୁଥିବା ବେଳେ ବୁଗୁଡା ଅଞ୍ଚଳରେ ଏହା ଅବାଧରେ ଚାଲୁଥିବା ଜନସାଧାରଣ ଆଲୋଚନା କରୁଛନ୍ତି।
ଟଙ୍କା ଦେଇ ପିଉଛନ୍ତି ବ୍ରାଣ୍ଡେଡ଼ ଦୂଷିତ ପାଣି
|
February 4, 2021 |