ଟଙ୍କା କାରବାରକୁ ନେଇ ପଥରରେ ଛେଚି ଛେଚି କରିଥିଲେ ହତ୍ୟା

Spread the love
  •  
  •  
  •  
  •  
  •  

ସମ୍ବଲପୁର, 21.01.2021(ସନ୍ଧାନ ନିଉଜ୍):-  ସମ୍ବଲପୁର ସୁନାପାଲି ଅଞ୍ଚଳରେ ଗତ ଡିସେମ୍ବର ୬ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ସମ୍ବଲପୁର ପୋଲିସ । ଦେଢ ମାସ ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଧନୁପାଲି ପୋଲିସ । ଗତ ଡିସେମ୍ବର ୬ ତାରିଖରେ ଖେତିପଡାର ମହମ୍ମଦ ଅଫତାଫକୁ ହତ୍ୟା କରି ଏକ ପୋଖରୀ ନିକଟରେ ଫୋପାଡି ଦେଇ ପଳାଇଥିଲେ । ତେବେ ଦୀର୍ଘ ଦେଢ ମାସ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରିଛନ୍ତି । ଟଙ୍କା ପଇସା କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା । ଘଟଣା ଦିନ ଅଭିଯୁକ୍ତ ଅଜୟ ମୁଣ୍ଡା ଓ ରାକେଶ ଖମାରି ଇଟାରେ ଅଫତାବଙ୍କ ମୁଣ୍ଡ ଏବଂ ମୁହଁକୁ ଛେଚି ଛେଚି ହତ୍ୟା କରିଥିବା ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୪ଟି ଟିମ୍ ଗଠନ କରିଥିଲା ।

 

Related Posts

About The Author

Add Comment