ଯାଜପୁର ସଦର,୨୧ା୦୭(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଜୟସିଂହଡ଼ା ଗ୍ରାମର ଜଣେ ମହିଳା ଆଉ ଜଣେ ମହିଳାଙ୍କୁ ୧୫ ହଜାର ଟଙ୍କା କରଜ ଦେଇଥିବାକୁ କେନ୍ଦ୍ରକରି ଧାରନେଇଥିବା ମହିଳାଙ୍କ ପରିବାର ସଦସ୍ୟମାନେ ଧାର ଦେଇଥିବା ମହିଳାଙ୍କୁ ଗଛରେ ବାନ୍ଧି ପିଟିବା ଘଟଣା ଏଅଂଚଳରେ ଚାଞ୍ଚଲ୍ୟ ଖେଳେଇ ଦେଇଛି । ଘଟଣାରୁ ପ୍ରକାଶ ଯେ, ବନ୍ଧଡିହ ପଂଚାୟତ ଜୟସିଂହଡ଼ା ଗ୍ରାମର ଫକିର ଚରଣ ଜେନାଙ୍କ ଝୀଅ ଓରଫ ଗଡ଼ଜିତ ଗ୍ରାମର ବିକାଶ କୁମାର ରାଉତଙ୍କ ସ୍ତ୍ରୀ ବିଶ୍ୱମିତ୍ରା ରାଉତ(୩୩) ଜୟସିଂହଡ଼ା ଗ୍ରାମର ଜଣେ ମହିଳାଙ୍କୁ ୧୫ ହଜାର ଟଙ୍କା କରଜ ଦେଇଥିବା ବେଳେ, ୨ମାସ ବିତିଯାଇଥିଲେ ମଧ୍ୟ କରଜ ନେଇଥିବା ମହିଳା ଜଣଙ୍କ ଟଙ୍କା ନଦେବାରୁ ବିଶ୍ୱମିତ୍ରା ସେହି ମହିଳାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ନଦେଇ ମହିଳାଙ୍କ ପରିବାର ଲୋକମାନେ ସଙ୍ଘବଦ୍ଧ ହୋଇ ବିଶ୍ୱମିତ୍ରାକୁ ଘୋଷାଡ଼ି ନେଇ ଏକ ଗଛରେ ବାନ୍ଧିବା ଘଟଣା ଏ ଅଂଚଳରେ ଚହଳ ପକାଇଚି । ମାଡ଼ ମାରିବା ସହିତ ଗଛରେ ବାନ୍ଧି ପକାଇଥିଲେ । ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ôଚ ମହିଳାକୁ ଉଦ୍ଧାର କରିବା ସହିତ ବିଶ୍ୱମିତ୍ରା ରାଉତ ଏହି ଘଟଣା ସଂପର୍କରେ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବ୍ରହ୍ମବରାଦ ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଘଟଣା ସ୍ଥଳରେ ପହଞ୍ôଚ ଉଭୟ ପରିବାରକୁ ଏ ସମ୍ପର୍କରେ ପଚାର ଉଚରା କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏନେଇ ଗଣମାଧ୍ୟମରେ ବିଶ୍ୱମିତ୍ରା ନ୍ୟାୟ ପାଇବାପାଇଁ ଦାବି କରିଛନ୍ତି । ଫାଣ୍ଡି ଅଧିକାରୀ କାର୍ଯ୍ୟାନୁଷ୍ଟାନ ନନେଲେ ଏସ୍.ପିଙ୍କ ଦ୍ୱାରସ୍ତ ହେବେ ବୋଲି ବିଶ୍ୱମିତ୍ରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏସମ୍ପର୍କରେ ଯାଜପୁର ଜିଲ୍ଲା ଏସ୍.ପି ଦୃଷ୍ଟି ଦେବାଲାଗି ବିଶ୍ୱମିତ୍ରା ଯାଜପୁର ଜିଲ୍ଲା ଏସ୍.ପିଙ୍କ ନିକଟରେ ଦାବି କରିଛନ୍ତି । ଧର୍ମଶାଳା ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କୁ ଆମପ୍ରତିନିଧିଙ୍କୁ ଏବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଏବାବଦକୁ ଧର୍ମଶାଳା ଥାନାରେ କେସ୍ ନଂ- ୩୮୬ ରେ ଏକ ମାମଲା ରୁଜୁ କରାଯାଇଚି । ଏବଂ ଆସାମୀ ମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଟଙ୍କା କରଜକୁ କେନ୍ଦ୍ରକରି ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ
|
July 21, 2021 |
![](https://sandhannews.com/wp-content/uploads/2021/07/21-Tanka-Karaj.jpeg)