ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Spread the love

କେନ୍ଦ୍ରାପଡା, 28.01.2021 (ସନ୍ଧାନ ନିଉଜ୍): କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଗଇଦୁଆ ପାଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ମୃତକ ମହାକାଳପଡ଼ା ଥାନା ଅନ୍ତର୍ଗତ ତନ୍ତୀଆପାଳ ଗାଁର ପୀତାମ୍ବର ସେଠୀ ବୋଲି ଜଣାପଡିଛି l ତେବେ ପୀତାମ୍ବରଙ୍କ ମୃତଦେହ ପାଟ ମଝିରେ ଥିବା ଏକ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ l ଏ ନେଇ ପୋଲିସ ଖବର ପାଇବା ପରେ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି l ଏହା ଆତ୍ମହତ୍ୟା ନା ହତ୍ୟା ତାହା ଜଣାପଡ଼ିନାହିଁ l ଏ ନେଇ ପୋଲିସ କିମ୍ବା ପରିବାର ଲୋକଙ୍କର ପ୍ରତିକ୍ରିୟା ମିଳିପାରିନାହିଁ l

Related Posts

About The Author

Add Comment