ଝିଅ ଶବ ସଂସ୍କାରରେ ସାମିଲ ହୋଇ ବାପାଙ୍କୁ ମୁଖାଗ୍ନି ଦେଲେ

Spread the love

ମାଲକାନଗିରି, 10.02.2021 (ସନ୍ଧାନ ନିଉଜ୍):-  ସାଧାରଣତଃ ମହିଳା ଓ ଝିଅମାନେ ଶବ ସଂସ୍କାରରେ ସାମିଲ ହୁଅନ୍ତିନାହିଁ, କିନ୍ତୁ ମାଲକାନଗିରି ଥାନା ପ୍ରଧାନୀଗୁଡ଼ାର ସଂଯୁକ୍ତା ନାୟକ ଏହି ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ସଡ଼କ ଦୁର୍ଘଟଣାରେ ବାପାଙ୍କର ମୃତ୍ୟୁ ହୋଇଗଲା । ବାପାଙ୍କ ଅନ୍ତିମ ସଂସ୍କାର କିଏ କରିବ ସେନେଇ ମା ଓ ଗ୍ରାମବାସୀ ଚିନ୍ତିତ ଥିଲେ , କିନ୍ତୁ ବାପାଙ୍କ ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଲେ ଝିଅ । ଦୁର୍ଘଟଣାରେ ମୃତ୍ୟ ହୋଇଥିବା ପିତାଙ୍କ ଶବକୁ କାନ୍ଧରେ ବୋହିଲେ ଏବଂ ମଶାଣିକୁ ନେଇ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ଖବର ଅନୁଯାୟୀ,  ମାଲକାନଗିରି ଥାନା ପ୍ରଧାନୀଗୁଡ଼ାର ସତ୍ୟନାରାୟଣ ଅଟୋ ଚଳାଇ ନିଜ ପରିବାର ଚଳାନ୍ତି । ତାଙ୍କର ୪ଜଣ ଅଛନ୍ତି , କୌଣସି ପୁଅ ନାହାନ୍ତି । ଅଟୋ ଚଳାଇ ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳାନ୍ତି । ଶନିବାର ଦିନ ସତ୍ୟନାରାୟଣ ଅଟୋ ନେଇ ନାୟକଗୁଡ଼ା ଅଭିମୁଖେ ଯାଇଥିଲେ, କିନ୍ତୁ ମାଳିଗୁଡ଼ା ଛକ ନିକରେ ସେ ଅଟୋରୁ ଓହ୍ଲାଇ ରାସ୍ତାକଡ଼ରେ ଥିବା ଏକ ଦୋକାନକୁ ଯାଉଥିଲା । ହଠାତ୍‌ ଏହି ସମୟରେ ଏକ ଦ୍ରୁତ ବେଗରେ ବାଇକ୍‌ ଆସି ଧକ୍କା ଦେଇଥିଲା । ଯାହାଫଳରେ କି ସତ୍ୟନାରାୟଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକ ସତ୍ୟନାରାୟଣଙ୍କ ମୃତ୍ୟୁର ଖବର ପାଇ ଭାଙ୍ଗି ପଡିଥିଲେ । ସେପଟେ ତାଙ୍କର ପୁଅ ନଥିବାରୁ ଅନ୍ତିମ ସଂସ୍କାର  କିଏ କରିବେ , ସେନେଇ ମା ଓ ଗ୍ରାମବାସୀ ଚିନ୍ତିତ ହୋଇପଡିଥିଲେ ।  ହଠାତ୍‌ ଏହି ସମୟରେ ସତ୍ୟନାରାୟଣଙ୍କ ବଡ଼ ଝିଅ ସଂଯୁକ୍ତ ଆସିଥିଲେ । ମାଙ୍କ ଆଖିରୁ ଲୁହ ପୋଛି ବାପାଙ୍କ ଶବ ସଂସ୍କାର ପାଇଁ ଆଗେଇ ଆସିଥିଲା । ବାପା ଆମକୁ ପୁଅ ଭଳି ପାଳିଛନ୍ତି । ତେଣୁ ଆମେ କଣ ବାପାଙ୍କର ପୁଅ ନୁହଁ ବୋଲି କହିଥିଲେ । ବାପାଙ୍କ ଅନ୍ତିମ ସଂସ୍କାର କେହି ନକଲେ, ମୁଁ ନିଜେ ସମସ୍ତ କାମ କରିବି ବୋଲି ସଂଯୁକ୍ତା କହିଥିଲେ । ଶେଷରେ ସଂଯୁକ୍ତା ରବିବାର ଦିନ ବାପାଙ୍କ ଶବକୁ ଅନ୍ୟମାନଙ୍କ ସହ କାନ୍ଧେଇ ମଶାଣିକୁ ନେଇଥିଲେ । ମଶାଣିରେ ସମସ୍ତ ପ୍ରକାର ସଂସ୍କାର ଓ ରୀତି କରାଯାଇଥିଲା । ଶେଷରେ ବାପାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲା ସଂଯୁକ୍ତା । ଏହି ଦୃଶ୍ୟ ଦେଖି ମଶାଣିରେ ଥିବା ସମସ୍ତ ଲୋକ ନିଜ କୋହ ସମ୍ଭାଳି ପାରିନଥିଲେ , କାନ୍ଦି ପକାଇଥିଲେ । ସଂଯୁକ୍ତାଙ୍କ ସାହାସକୁ ପ୍ରଶଂସା କରିଥିଲେ ।

Related Posts

About The Author

Add Comment