ଯାଜପୁର ସଦର, ୨୦/୦୫/୨୦୨୨ (ସନ୍ଧାନ ନିଉଜ): ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପାଂୟତରେ ଗତକାଲି ବିଳମ୍ବିତ ରାତିରେ କୌଣସ କାରଣ ବସତଃ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଝାଲପଡ଼ା ପଂଚାୟତ ଝାଲପଡ଼ା ଗ୍ରାମର କାକୁଡ଼ିକୁଦ କେଦାରନାଥ ରାୟଙ୍କ ଘରେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ୍ୟାଧିକ ଟଙ୍କାରୁ ଉର୍ଦ୍ଧ ସମ୍ପତ୍ତି ପାଉଁଶ ହୋଇଯାଇଥିବା ସୂଚନା ମିଳିଚି । ଖବର ପାଇ ଯାଜପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚô ନିଅାଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ନିଅାଁର ପ୍ରକୋପ ଏତେ ଥିଲା ଯେ, କେଦାରନାଥ ରାୟଙ୍କ ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିବା ସହିତ ଘରର ସମସ୍ତ ଆସବାସ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଖବର ପାଇ ଯାଜପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚôଥିଲେ । ଆଜି ସକାଳୁ ସ୍ଥାନୀୟ ଯାଜପୁର ତହସିଲ ପକ୍ଷରୁ ତଦନ୍ତ କରାଯାଇ କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀ ରାୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାଲାଗି ଝାଲପଡ଼ା ପଂଚାୟତ ସରପଂଚ ଭାରତୀ ମଲିକ, ସମିତୀ ସଭ୍ୟ ନିର୍ମଳ କୁମାର ସାମଲ ଅଗ୍ନିବିପନ୍ନ ପରିବାରଙ୍କ ନିକଟରେ ପହଁଞ୍ଚô ସରକାରୀ ସହାୟତା ଯୋଗାଇ ଦେବାପାଇଁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ରିପୋର୍ଟ ଲେଖା ହେବା ବେଳକୁ ଯାଜପୁର ପ୍ରଶାସନ ପକ୍ଷରୁ ଏବଂ ତହସିଲ ଦାରଙ୍କ ପକ୍ଷରୁ ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯାଇଚି । ଗ୍ୟାସ ଟାଙ୍କି ଫାଟିବାରୁ ୬ ଜଣ ଗୁରୁତର ଆହତ ହୋଇ ଯାଜପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଝାଲପଡ଼ା ପଂଚାୟତରେ ଅଗ୍ନିକାଣ୍ଡ ଘଟିବାରୁ ଘର ପୋଡ଼ି ପାଉଁଶ
|
May 22, 2022 |



