ଝାରସୁଗୁଡ଼ା ସଦର ବ୍ଲକ୍ ଅନ୍ତର୍ଗତ ଚାନ୍ଦିନି ମାଲ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆମ ସଂସ୍କୃତି, ଆମ ଖେଳନା ସହିତ ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ଝାରସୁଗୁଡ଼ା ସଦର ବ୍ଲକ୍ ଅନ୍ତର୍ଗତ ଚାନ୍ଦିନି ମାଲ ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆମ ସଂସ୍କୃତି, ଆମ ଖେଳନା ସହିତ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଝାରସୁଗୁଡ଼ା ତା ୨୮/୨/୨୦୨୫( ସନ୍ଧାନ ନ୍ୟୁଜ) ଝାରସୁଗୁଡ଼ା ସଦର ବ୍ଲକ୍ ଅନ୍ତର୍ଗତ ଚାନ୍ଦିନି ମାଲ ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆମ ସଂସ୍କୃତି, ଆମ ଖେଳନା ସହିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥୀରେ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ପଟେଲ ଙ୍କ ଅଧ୍ୟକ୍ଷତାରେ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ ଚିଚିଣ୍ଡା କ୍ଲଷ୍ଟର, ସିଆରଶିସି, ସନ୍ତୋଷ କୁମାର ନଈ ଓ ମୁନା ଧୁରୁଆ ସାମ୍ନାନିୟ ଅତିଥି ରୂପେ ଯୋଗଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ପଟେଲ ,ପରିଚାଳନା କମିଟିର ସରକାରୀ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ନାଏକ, ସଭାପତି ପୂର୍ଣ୍ଣ,ଚନ୍ଦ୍ର ରାଉତ,ଠାକୁର ପ୍ରଧାନ, ପିଣ୍ଟୁ ନାଏକ,ଲକ୍ଷ୍ମଣ ସେଠ,ଘନଶ୍ୟାମ ଭାଇଶା ପ୍ରମୁଖ ଉପସ୍ଥିତ ଥିଲେ । ସରକାରୀ ଶିକ୍ଷୟିତ୍ରୀ ଅନିତା ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ତା ସହିତ ଡଲି ରାଣୀ ପଟେଲ ସଭା ସଂଯୋଜନା କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସରକାରୀ ବିଦ୍ୟାଳୟ ଶିକ୍ଷୟିତ୍ରୀ ସୁନିତା ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment