ଯାଜପୁର ସଦର,୧୨ା୦୪(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ଅନ୍ତର୍ଗତ ରାଜେନ୍ଦ୍ରପୁର ପଂଚାୟତ ନିକଟରେ ରମାଦେବୀ ମହାବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକଙ୍କ ଶବ ମିଳିବା ଘଟଣା ୪ମାସ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଆସାମୀ ଝାରାଫୁଲର ପ୍ରେମିକ ରାକେଶ ସ୍ୱାଇଁକୁ ଯାଜପୁର ପୋଲିସ ସୁନ୍ଦରପଦା ଠାରେ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିଲେ । ଏବଂ ଯାଜପୁର ପୋଲିସ ଝରାଫୁଲ ମୃତ୍ୟୁ ଘଟଣାରେ କେଉଁମାନେ ସମ୍ପୁୃକ୍ତ ଅଛନ୍ତି ତାହା ଉପରେ ନଜର ରଖିଥିବା ବେଳେ, ଝରାଫୁଲକୁ ଆଣିଥିବା ସ୍କୁଟିକୁ ଯାଜୁର ପୋଲିସ ଜବତ କରିଥିଲେ । ଦିର୍ଘ ୪ମାସ ବିତି ଯାଇଥିଲେ ମଧ୍ୟ ଅନ୍ୟ ଆସାମୀ ମାନଙ୍କୁ ପୋଲିସ ଖୋଜୁଥିଲା । ଝରାଫୁଲର ପୁରଷ ବନ୍ଧୁ ରାକେଶ ସ୍ୱାଇଁ ହାଜତରେ ଥିବା ବେଳେ, ଅନ୍ୟ ଆସାମୀ ଏବଂ ରାକେଶ ସ୍ୱାଇଁଙ୍କୁ ସହଯୋଗ କରିଥିବା ଅମରେଶ ରାତଉଙ୍କୁ ଗତ ଶନିବାର ଦିନ ଭୂବନେଶ୍ୱର ଥାନା ସହାୟତାରେ ଯାଜପୁର ପୋଲିସ ଦୁଇଟି ଟିମ୍ ଗଠନ କରି ଅମରେଶକୁ ଗିରଫ କରିଥିଲେ । ରବିବାର ଯାଜପୁର ଦୌରାଜଜ୍ କୋଟକୁ ଚାଲାଣ କରିଥିଲେ । ଜାମିନ ନାମଞ୍ଜୁର ହେବାରୁ ଆସାମୀ ଅମରେଶକୁ ଯାଜପୁର ଜେଲକୁ ପଠାଇ ଦିଆଯାଇଚି । ଅମରେଶଙ୍କ ନିକଟରୁ ଯାଜପୁର ପୋଲିସ ଝରାଫୁଲ ହତ୍ୟା ଘଟଣାର କିଛି ତଥ୍ୟ ସଂଗ୍ରହ କରିଥିବାର ଜଣାଯାଇଚି । ତଦନ୍ତ ଚାଲିଥିବା ବେଳେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ଝରାଫୁଲ ନାୟକଙ୍କୁ ଖଣ୍ଡଗିରୀ ଥାନା ଧର୍ମବିହାର ଅଞ୍ଚଳରେ ଶିବ ସାହୁ ଗେଷ୍ଟ ହାଉସର ୨୦୧ ନଂ ରୁମରେ ଗତ ଜାନୁୟାରୀ ୨୬ ତାରଖରେ ଝରାଫୁଲ ରାକେଶ ଏକାଠି ରହିଥିଲେ । ଅନ୍ୟତମ ଆସାମୀ ଏବଂ ରାକେଶର ଭାଇ ଶକ୍ତିଶେଖର ଫେରାର ରହିଥିବା ବେଳେ ଯାଜପୁର ପୋଲିସ ତାକୁ ଧରିବାରେ ସଫଳ ହୋଇନଥିବା ଦେଖିବାକୁ ମିଳିଛି । ଝରାଫୁଲର ମୃତ୍ୟୁ ରହସ୍ୟ ଏବେବି ସନ୍ଧେହ ଘେରରେ ରହିଥିବା ବେଳେ, ଅନ୍ୟତମ ଆସାମୀ ଶକ୍ତିଶେଖର ଏବେବି ଫେରାର ଅଛି । ଅମରେଶ ରାଉତ ଏହି ଗେଷ୍ଟ ହାଉସକୁ ଆସିଥିବା ସିସି ଟିଭି ଫୋଟେଜରୁ ଜଣାପଡ଼ିଥିଲା । ଝରାଫୁଲର ପ୍ରକୃତ ମୃତ୍ୟୁ ରହସ୍ୟ ସ୍ୱାସରୁ୍ଦ୍ଧ କରି ମରାଯାଇଚି । ତାକୁ ବିଷ ଦିଆଯାଇଚି ବୋଲି ଏହା ସନ୍ଧେହରେ ରହିଚି । ଶକ୍ତିଶେଖରକୁ ଗିରଫ କରିବା ପରେ ଯାଜପୁର ପୋଲିସ୍କୁ ବଡ଼ ସଫଳତା ମିଳିବ ବୋଲି ଆଶା କରାଯାଉଚି ।
ଝରାଫୁଲର ମୃତ୍ୟୁ ଘଟଣାରେ ଆଉ ଜଣେ ଗିରଫ ହେଲେ
|
April 13, 2021 |