ଜୟ ଭାରତ ଫାଉଣ୍ଡେସନ୍ ର ପ୍ରତିଭା ସମ୍ମାନ ଉତ୍ସବ

Spread the love

ବାରିପଦା  ୨୫/୮/୨୦(ଲିଙ୍ଗରାଜ ପଣ୍ଡା):- ସମାଜ ସେହି ମାନଙ୍କ ପରି ଚୟ ସୃଷ୍ଟି କରି ପାରିଛନ୍ତି । ସାମାଜିକ ଦାୟିତ୍ବବୋଧକୁ ନିଜ କର୍ତ୍ତବ୍ୟ ଭାବେ ପାଳନ କରି ଭାରତ ମସଲା ସେମିତି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତ ମସଲାକୁ କେହି ବାଧ୍ୟ କରିନଥିଲେ ସାମାଜିକ କାର୍ଯ୍ୟ କରିବାକୁ କିମ୍ବା ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରିବାକୁ । ତଥାପି ଏପରି ପଦକ୍ଷେପ ନେଇଥିବା ଏହି ଅନୁଷ୍ଠାନର ଉଦ୍ୟମ ପ୍ରଶଂସନୀୟ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର କୁମାର ଦାଶ ମତ ବ୍ୟକ୍ତ କରିଛନ୍ତି ।

ଜୟ ଭାରତ ଫାଉଣ୍ଡେସନ୍ର ୨୧ ତମ ପ୍ରତିଭା ସମ୍ମାନ ଭଟୁଆଲ୍ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାଶ ଅନୁଷ୍ଠାନକୁ ଯେତେ ଧନ୍ୟବାଦ ଦେଲେ ବି କମ୍‌ ହେବ ବୋଲି ମତ ରଖିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇ ନିଷ୍ଠା ଓ ଅଧ୍ୟବସାୟ ବଳରେ ଏହି ଅନୁଷ୍ଠାନ ଆଗକୁ ବଢି ସଫଳତାର ଯାତ୍ରା ଜାରି ରଖିଛି ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ମିଶ୍ର ଉଦ୍ୟୋଗୀମାନେ ରୋଜଗାର ସୃଷ୍ଟି କରି ଅନ୍ୟକୁ ରୋଜଗାରୀ କରାଇବା ସହ ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ଦିଗରେ ପ୍ରୋତ୍ସାହନ ଦେବାକୁ ଆହ୍ବାନ ଦେଇଥିଲେ । ବାକୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଭାରତ ମସଲା ନାରୀ ସଶକ୍ତିକରଣ ଉପରେ ପ୍ରାଧାନ୍ୟ ଦେଇ ବାରଙ୍ଗ ଅଞ୍ଚଳରେ କାରଖାନା ପ୍ରତିଷ୍ଠା କରି ସ୍ଥାନୀୟ  ପ୍ରାୟ ୨ଶହ ମହିଳାଙ୍କୁ ରୋଜଗାର ଯୋଗାଇ ଦେଇଥିବାରୁ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ। ଫାଉଣ୍ଡେସନ୍ ର  ଅଧ୍ୟକ୍ଷ ବିଶିଷ୍ଟ ଉଦ୍ୟୋଗୀ ସୁରେନ୍ଦ୍ର ନାଥ ପଣ୍ଡା ଉତ୍ସବରେ ଅଧ୍ୟକ୍ଷତା କରି‌ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ କମ୍ପାନୀ ଆଜି ବିଶ୍ଵ ଦରବାରରେ ପ୍ରତିଷ୍ଠିତ ହୋଇ ପାରିଛି ବୋଲି କହିଥିଲେ । ଭାରତ ମସଲାର ନିର୍ଦ୍ଦେଶକ ତଥା ସନ୍ଧାନ ର ସାମ୍ବାଦିକ ଲିଙ୍ଗରାଜ ପଣ୍ଡା ସ୍ୱାଗତ ଭାଷଣ ଦେଇ ପୂଜ୍ୟପୂଜା ସମ୍ମାନରେ ଫାଉଣ୍ଡେସନ୍ କେବେ ଅବହେଳା କରିନାହିଁ ବୋଲି କହି କୋଭି କଟକଣା ସତ୍ତ୍ୱେ ନିୟମ ଅନୁଯାୟୀ ଉତ୍ସବ ଆୟୋଜନ କରାଯାଇଥିବାରୁ ଖୁସି ପ୍ରକାଶ କରିଥିଲେ । ବିଶେଷକରି ସେ ସଭାପତି ଦାୟିତ୍ବରେ ଥିବା ନୂଆବଜାର ପୋତାପୋଖରୀ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଶୁଭାଙ୍ଗୀ ଦାସ ମାଟ୍ରିକ ଟପର ତାଲିକାରେ ରହି ଥିବାରୁ ଖୁସି ବ୍ୟକ୍ତ କରିଥିଲେ । କମ୍ପାନୀର ଜେନେରାଲ ମ୍ୟାନେଜର ଅପରେସନ ଅରୁଣ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିବା ସହ ବନ୍ୟା, ବାତ୍ୟା ଓ କୋଭିଡ୍ ମୁକାବିଲା ବେଳେ ୩୦ହଜାର  ଲୋକଙ୍କୁ ଖାଦ୍ୟପଦାର୍ଥ ବଣ୍ଟନ କରି କମ୍ପାନୀ ସାମାଜିକ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିବା ସୂଚନା ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ

ପକ୍ଷରୁ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଭାରତ ଗୌରବ, ବିଶିଷ୍ଟ ସାହିତ୍ୟିକା ଗାୟତ୍ରୀ ସରାଫଙ୍କୁ କଥା ଭାରତ, କୁ କେଟ୍ ତାରକା ରଶ୍ମି ରଞ୍ଜନ ପରିଡାଙ୍କୁ କ୍ରୀଡା ଭାରତ, ସିନେ ତାରକା ଏଲିନା ସାମନ୍ତରାୟଙ୍କୁ ସଂସ୍କୃତି ଭାରତ, କୃତୀ ବିଦ୍ୟାର୍ଥୀ ସୁଦୀପ ସୁଦର୍ଶନ ରାଣା (ଯୁକ୍ତ ୨ ବିଜ୍ଞାନ), ଅମୃତା ନନ୍ଦ (ଯୁକ୍ତ ୨ କଳା), ଶୁ ଭାଙ୍ଗୀ ଦାସ (ଏଚ୍ ଏସ୍ ସି ) ଏବଂ ଖୁସି ଅଗ୍ର ୱାଲ୍ (ଆଇସିଏସ୍‌ଇ)ଙ୍କୁ ବିଦ୍ୟା ଭାରତ ସମ୍ମାନରେ ସମ୍ମାନିତ କରାଯିବା ସହ ନଗଦ ଅର୍ଥ ଓ ଉପଢୌକନ ପ୍ରଦାନ କରାଯାଇଥିଲା । ସୁଲଗ୍ନା ବାରିକ ଧନ୍ୟବାଦ ଦେଇଥିଲେ । କମ୍ପାନୀର ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ ପଣ୍ଡା, ଜିଏମ୍ ଅଶ୍ବିନୀ ଦାସ, ପ୍ରଡକ୍‌ସନ୍ ହେଡ୍ ନବକୃଷ୍ଣ ପ୍ରଧାନ, ଜୟସ୍ମିତା ଧୂ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

About The Author

Add Comment