ଯାଜପୁର ସଦର, ୧୫ା୦୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଜୟସିଂହଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଶରରେ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ପ୍ରଦ୍ୱିପ ପ୍ରଜ୍ଜ୍ୱଳନ କରି କ୍ରିଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ । ବନ୍ଧଡ଼ିହ ପଂଚାୟତର ସରପଂଚ ବିକ୍ରମ ବେହେରା ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ବିଦ୍ୟଳୟର ପ୍ରଧାନ ଶିକ୍ଷକ ଯତିନ୍ଦ୍ର ମୋହନ ସାହୁଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କ୍ରିଡ଼ା ଉତ୍ସବ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ ଯୋଗଦାନ କରିଥିବା ବେଳେ, ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଭଗବତୀ ପଡ଼ିଆ ଶ୍ରୀ ସାହୁ ଯୋଗଦେଇଥିଲେ । ପଣ୍ଡିତ ଦେବେନ୍ଦ୍ର ପାଢ଼ୀଙ୍କ ବେଦ ଧ୍ୱନୀରେ ବିଦ୍ୟାଳୟ ପରିଶରରେ ପ୍ରକମ୍ପିତ ହୋଇ ଉଠିଥିଲା । ଭଗବତୀ ପଡ଼ିଆ ନୋଡ଼ାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତପନ ଧିର ଯୋଗଦେଇଥିଲେ । ଏହି ଶିକ୍ଷା ମନ୍ଦିର ପ୍ରତିଷ୍ଠାତା ଉପଦେଷ୍ଠା ମଣ୍ଡଳୀର ବରିଷ୍ଟ ନାଗରୀକ ସଦାନନ୍ଦ ପାଢ଼ୀ ଯୋଗଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ଉପସଭାନେତ୍ରୀ ବିଶାଖା ପଣ୍ଡା ଯୋଗଦାନ କରିଥିଲେ । ଅନ୍ୟ ବିଦ୍ୟାଳୟ ମାନଙ୍କୁର ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିରେନ ଦାସ ଅତିଥି ମାନଙ୍କ ପରିଚୟ ସୁଧାଂଶୁ ସେଖର ସାହୁ ପରିଚୟ ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଶୈଳବାଳା ମହାନ୍ତି, ସମରେନ୍ଦ୍ର ଘଡ଼ାଇ, ଆରତି ବେହେରା, ମଦନ ମୋହନ ସାହୁ ୧ମ ଶ୍ରେଣୀ ଠାରୁ ଆରମ୍ଭ କରି ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । କୃତ୍ତିତ୍ୱ ଅର୍ଜନ କରିଥିବା କ୍ରିଡ଼ାରେ ଯୋଗଦେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହ ପଦକ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଙ୍ଗିତ ପରିବେଶଣ କରାଯାଇଥିବା ସହିତ ନୃତ୍ୟ ପରିବେଶଣ କରାଯାଇଥିଲା । ଜୟସିଂହଡ଼ା ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରିଥିବା ବେଳେ, ନୃତ୍ୟ ପରିବେଶଣ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଷ୍ଠା ମଣ୍ଡଳୀର ବରିଷ୍ଠ ନାଗରିକ ସଦାନନ୍ଦ ପାଢ଼ୀ ୨ଶହ ଟଙ୍କା, ୫ଶହ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଥିଲା । ବିଦ୍ୟାଳୟ ପକ୍ଷରୁ ମଞ୍ଚାସିନ ଅତିଥି ମାନଙ୍କୁ ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଜୟସିଂହଡ଼ା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଶରରେ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଟିତ
|
January 15, 2023 |



