ଜ୍ୱାଇଁ ହାଣିଲା ଶ୍ୱଶୁର ଏବଂ ଶାଶୁକୁ

Spread the love

ଯାଜପୁର ସଦର, ୧୦ା୦୫ (ସନ୍ଧାନ ନିୟୁଜ): ଏହିପରି ଘଟଣା ଦେଖିବାକୁ ମିଳିଚି ବରୀ ବ୍ଲକ ଅନ୍ତର୍ଗତ ବରୀ ଥାନା ନିକଟସ୍ଥ ଯାହାକି ଯାଜପୁର ଜିଲ୍ଲାରେ ଚହଳ ପକାଇଚି । ଜ୍ୱାଇଁ ର ଆକ୍ରମଣରେ ଶାଶୁ ଓ ଶ୍ୱଶୁର ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ଥିବା ବେଲେ, ଏନେଇ ବରୀ ଥାନାରେ ଅଭିଯୋଗ ହେବାପରେ ବରୀ ଥାନା ପୋଲିସ ପକ୍ଷରୁ ଗୁଣବନ୍ତ ଜ୍ୱାଇଁକୁ ଥାନାରେ ଅକଟ ରଖିଥିବା ବେଳେ, ବରୀ ଥାନା ପୋଲିସ ପକ୍ଷରୁ ତଦନ୍ତ କରାଯାଉଚି । ଘଟଣାରୁ ପ୍ରକାଶ ଯେ, ବରୀ ଥାନା ଅନ୍ତର୍ଗତ ସାହୁପଡ଼ା ଗ୍ରାମର ରମେଶ କର ଏବଂ ତାଙ୍କ ଧର୍ମପତ୍ନୀ ସୁସମା କର ଓ ଝୀଅ ସାବିତ୍ରୀ କର ବରୀପାଳ ନିକଟରେ ନୁତନ ନିର୍ମାଣ କରାଯାଇଥିବା ଘର ପାଖରେ ବସିଥିବା ସମୟରେ ରମେଶଙ୍କ ଜ୍ୱାଇଁ ସୌମ୍ୟରଂଜନ କର ଅସଭ୍ୟ ଭାଷାରେ ଶ୍ୱଶୁର ଶାଶୁଙ୍କୁ ଗାଳି ଗୁଲଜ ଦେବା ସହିତ ଏକ କଟୁରୀ ସାହାଯ୍ୟରେ ଶାଶୁ ଶ୍ୱଶୁରଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲା । ଯାହା ଫଳରେ ଶାଶୁ ଶ୍ୱଶୁର ଗୁରୁତର ଆହତ ହୋଇଥିବା ବେଳେ, ସୁସମା ରମେଶଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବା ବେଳେ, ଯୋଗ୍ୟ ଜ୍ୱାଇଁ ଏକ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ରମେଶଙ୍କ ଝୀଅ ସାବିତ୍ରୀ ଏହି ଘଟଣାକୁ ଦେଖି ପଡ଼ିଶା ଲୋକଙ୍କୁ ଡାକିବା ସହିତ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସୂଚନା ପାଇଁ ବରୀ ପୋଲିସ ମନୋଜ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଁଞ୍ôଚ ଆହତ ପରିବାରକୁ ଚିକିତ୍ସା ପାଇଁ ପଠାଇଥିବା ବେଳେ, ଯୋଗ୍ୟବନ୍ତ ଜ୍ୱାଇଁଙ୍କୁ ବରୀ ଥାନାକୁ ଅଣାଯାଇ ପଚରା ଉଚରା କରାଯାଉଥିବା ଜଣାଯାଇଚି । ଜ୍ୱାଇ ଶ୍ୱଶୁରଙ୍କୁ କୋର୍ଟ ଚାଲାଣ କରାଗଲା ।

Related Posts

About The Author

Add Comment