ଭୁବନେଶ୍ୱର , ୦୧/୧୨/୨୦୨୦ (ସନ୍ଧାନ ନିଉଜ) ପରୀ ପ୍ରସଙ୍ଗରେ ଜୋର ଧରୁଛି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି । ପରୀକୁ ନ୍ୟାୟ ଦାବିରେ ଆଜି ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିଛି ଏବିଭିପି। ଏହି ସମୟରେ ଏବିଭିପିର ଛାତ୍ରଛାତ୍ରୀମାନେ ସିବିଆଇ ତଦନ୍ତ ଦାବି କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।
ସେପଟେ ଆଜି ବିଜେପି ମନ୍ତ୍ରୀ ଅରୁଣ ସାହୁରଙ୍କ ଇସ୍ତଫା ଦାବି ଓ ନିରପେକ୍ଷ ତଦନ୍ତ ଦାବିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିଛି।