ଜେଲରେ ୧ଲକ୍ଷ ୨୧ହଜାର କଏଦୀ ବନ୍ଦୀ; ଦୁଷ୍କର୍ମକାରୀ ୧୦.୮୯୨

Spread the love
ନୂଆଦିଲ୍ଲୀ ୭/୧୨ (ସନ୍ଧାନ ନିୟୁଜ୍) ହାଇଦ୍ରାବାଦର ମହିଳା ପଶୁ ଚିକିତ୍ସିକାଙ୍କ ଗଣଦୁଷ୍କର୍ମ ଏବଂ ହତ୍ୟାର ୪ଅଭିଯୁକ୍ତଙ୍କର ଅଦାଲତରେ ମୋକଦ୍ଦମା ଚାଲିବା ପୂର୍ବରୁ ପୋଲିସ୍ ତାଙ୍କୁ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟର ଠିକ୍ ଥିଲା ନା ଭୁଲ୍ ଏହା ଅଲଗା କଥା। କିନ୍ତୁ ଏହି ଘଟଣା ପରେ ଆଇନ୍ ବ୍ୟବସ୍ଥାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସୋଶିଆଲ ମିଡିଆରେ ସମସ୍ତେ ଏହି ଏନକାଉଣ୍ଟରକୁ ପ୍ରଶଂସା କରିଛନ୍ତି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କିନ୍ତୁ ଦେଶରେ ଭାରତୀୟ ସମ୍ବିଧାନର ଧାରା ଅନୁସାରେ ଦଣ୍ଡ ଭୋଗୁଥିବା ଏକ ଲକ୍ଷରୁ ଅଧିକ କଏଦୀଙ୍କ ମଧ୍ୟରେ ୧୦,୮୯୨ ଜଣ ଦୁଷ୍କର୍ମକାରୀ। ଅଦାଲତରେ ଲକ୍ଷ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ରହିଛି।
 ୨୦୧୭ମସିହା ସୁଦ୍ଧା ଆଇପିସି ଅନୁସାରେ ୧ଲକ୍ଷ ୨୧ହଜାର ୯୯୭ ଜଣ କଏଦୀ ଜେଲରେ ଦଣ୍ଡ ଭୋଗୁଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠୁ ଅଧିକ ୮୪ପ୍ରତିଶତ ମାମଲା ହତ୍ୟାର। ଦୁଷ୍କର୍ମ ମାମଲା ବିଷୟରେ କହିବା ଯଦି ତେବେ ୧୦.୬ପ୍ରତିଶତ ଦୁଷ୍କର୍ମକାରୀ (୧୦,୮୯୨) ଜେଲରେ ଦଣ୍ଡ ଭୋଗୁଛନ୍ତି।

Related Posts

About The Author

Add Comment