ଜେନାପୁର ପୋଲିସ ଓ ସଚେତନ ନାଗରିକ ମଞ୍ଚ ନିଆରା ଢଙ୍ଗରେ ପାଳନ କଲେ ସଡ଼କ ସୁରକ୍ଷା ସପ୍ତାହ: ଡବଲ ହେଲମେଟ୍ ଧାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ

Spread the love
ଜେନାପୁର/୨୪/୦୧/ ସନ୍ଧାନ ନିୟୁଜ୍/( ପ୍ରଶାନ୍ତ ସାମଲ) ସଚେତନ ନାଗରିକ ମଞ୍ଚ ଯେତେବେଳେ ଯାହାବି କିଛି କରୁଛି ସମସ୍ତଙ୍କଠାରୁ ଟିକେ  ଭିର୍ଣ୍ଣ  ଢଙ୍ଗରେ ସେହି ପରି ଆଜି ଏକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ରେ ଏକ ନିଆରା ଢଙ୍ଗରେ ପାଳନ କରିଛି ।ଆମ୍ଭମାନଙ୍କର ରକ୍ତ ସଡ଼କ ପାଇଁ ନୁହେଁ ଏହାକୁ ସଡ଼କ ରେ ଦେବନାହିଁ। ବିନା ହେଲମେଟ୍ ରେ ଗାଡ଼ି ଚାଳନା ଜୀବନ ଟା ହୁଏ ଭଙ୍ଗା ଖେଳନା।  ପୋଲିସ ପାଇଁ ନୁହେଁ ନିଜ ପରିବାର ର ସୁରକ୍ଷା ପାଇଁ ଆପଣ ସଦା ସର୍ବଦା ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ। ଆଉ ଡବଲ ହେଲମେଟ କୁ ପୁରସ୍କାର ସ୍ୱରୂପ ଏକ ପୁଷ୍ପିତ ମନ୍ଦାର ଗଛସହ ହିତକର ବାର୍ତା ପ୍ରଦାନ କରିଥିଲେ ।
ଏପରି କିଛି ନିଆରା ସଚେତନତା ସହିତ ସଚେତନ ନାଗରିକ ମଞ୍ଚ ଓ ଜେନାପୁର ପୋଲିସ ଦୁର୍ଘଟଣା ପ୍ରବଣ   ୫୩ ନମ୍ବର ଜାତୀୟ ରାଜପଥ କବାଟବନ୍ଧ ବ୍ରାହ୍ମଣୀ ସେତୁ ଉପରେ ଆରମ୍ଭ କରିଥିଲେ ସଡ଼କ ସୁରକ୍ଷା ଅଭିଯାନ। କୋମଳମତି  ପିଲା ମାନଙ୍କ ଦ୍ଵାରା ସଡ଼କ ସୁରକ୍ଷା ସଚେତନତା ର ବାର୍ତା ବହୁ ମନଲୋଭିଥିଲା। ଜେନାପୁର ଥାନା ଅଧିକାରୀ ଆଶିଷ କୁମାରସାହୁ ଙ୍କ ହସ୍ତ ରୁ ଡବଲ ହେଲେମଟ ଧାରୀ ମାନଙ୍କ ପାଇଁ ପୁରସ୍କାର ସୋରୁପ ଥିଲା ଏକ ଫୁଲଚାରା।ପୁରସ୍କାର ପାଇ ବେଶ ଖୁସି ବ୍ୟକ୍ତ କରିଥିଲେ ମଟର ସାଇକେଲରେ ଆରୋହିମାନେ। ଏହି  ରାଜପଥଟିର ନିର୍ମାଣ କାର୍ଯ୍ୟ ଚାଲୁ ଥିବାରୁ ସଡ଼କ ସୁରକ୍ଷା ସଚେତନତା ବେଶ ଜରୁରୀ ବୋଲି ସଚେତନ ନାଗରିକ ମଞ୍ଚର  ସଭ୍ୟମାନେ ବ୍ୟକ୍ତପ୍ରକାଶ କରିଥିଲେ। ୫୩ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ ଚାଲୁଥିବା ବେଳେ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ବେଳେ ଅଞ୍ଚଳ ବାସୀ ବେଶ ଖୁସି ଅଛନ୍ତିବୋଲିଜଣାଯାଉଛି ।

Related Posts

About The Author

Add Comment