ଯାଜପୁର,ଜେନାପୁର, ୫/୨ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ ) ଗତ ଚାରି ତାରିଖଠାରୁ ଦଶତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ସଡ଼କ ସୁରକ୍ଷା ସପ୍ତାହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ଆୟୋଜିତହେଉଛି. ଏହି ଅବସରରେ ଆଜିମଙ୍ଗଳବାର ପୁର୍ବାହ୍ନ ଏଗାରଘଟିକା ସମୟରେ ଯାଜପୁର ଜିଲ୍ଲା ଜେନାପୁର ଥାନାପକ୍ଷରୁ ସ୍ଥାନୀୟ ଜେନାପୁର ଡିଗ୍ରି ମହାବିଦ୍ୟାଳୟ ପରି ସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରଥଙ୍କ ସଭାପତିତ୍ଵରେ ଆୟୋଯିତ ଏହି କାର୍ଯ୍ୟକ୍ରମରେ ଜେନାପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାଶ ମୁଖ୍ୟ ଅତିଥିରୁପେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ମଦ୍ୟପାନର କୁପରିଣାମ. ଡ୍ରାଇଭି ଲାଇସେନ୍ସ. ହେଲେମେଟ ଓ ବୀମାକରଣର ସତଉପଯୋଗ . ଦ୍ରୁତଗାଡିଚାଳନାର ଭୟାବହତା ଆଦି ସଡ଼କସୁରକ୍ଷାର ବିଭିନ୍ନଦିଗ ଓ ସରକାରୀ ନିୟମବଳି ସମ୍ପର୍କରେ ପ୍ରଶ୍ନଉତ୍ତର ମଧ୍ୟରେ ସଚେତନତା କରାଇଥିଲେ ଏହିପରିଆଗାମୀ ଦିନ ମାନଙ୍କରେ ବିଭିନ୍ନସ୍ଥାନ ମାନଙ୍କରେ ସଚେତନ କାର୍ଯ୍ୟକ୍ରମ ଜାରିରହିବବୋଲି ସେ ମତବ୍ୟକ୍ତକରିଛନ୍ତି. ଅନ୍ୟମାନଙ୍କମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପକ ଚିତ୍ତ ରଞ୍ଜନ ଶତପଥି. ସାମ୍ବାଦିକ ସୁଶାନ୍ତ କୁମାର ଖଟୁଆ . ଅଶୋକ ଦାଶ ପ୍ରମୁଖ ଯୋଗଦେଇ ସଡ଼କସୁରକ୍ଷା ପ୍ରତି ସତପ୍ରତିସତ ଗୁରୁତ୍ୱଦେବାକୁ ପରାମର୍ଶମାନଦେଇଥିଲେ . ଶେଷରେ ଛାତ୍ରଛାତ୍ରୀମାନଙ୍କୁ ସଡ଼କସୁରକ୍ଷା ସମ୍ବଦିୟ ଲିଫିଲେଟମାନ ବଣ୍ଟନ କରାଯାଇଥିଲା. ଏହାକୁ ପରିଚାଳନାକରିବାରେ ସାମାଜିକ କର୍ମୀ ମନୋଜ କୁମାର ମହାନ୍ତି ପ୍ରେମଚାନ୍ଦ ମହାନ୍ତିଙ୍କ ସମେତ ଅଧ୍ୟପକ ଓ କର୍ମଚାରିବୃନ୍ଦ ଉପସ୍ଥିତଥିଲେ
ଜେନାପୁର ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
|
February 5, 2019 |



