ବଡଚଣା,: ଯାଜପୁର ଜିଲ୍ଲାର ସର୍ବଦା ଚର୍ଚ୍ଚିତ ବ୍ଲକ ବଡଚଣା । ଏଠି ଚାଲେ ପ୍ରଶାସକ ଏବଂ ନେତାଙ୍କ ମର୍ଜି । ପ୍ରତିଦିନ ବିଭିନ୍ନ ଯୋଜନା ନାଁରେ ଚାଲେ ହରିଲୁଟୁ । କିନ୍ତୁ ଏବେ ଚର୍ଚ୍ଚର କେନ୍ଦ୍ରବିନ୍ଧୁ ଦାଜିଛି ଜୌନିକ ଜେଇ ଏବଂ ସରପଂଚଙ୍କ ଅନ୍ତରଙ୍ଗ ଫୋଟ ପାଇଁ । ଆଉ ଏହି ଫୋଟ ଭାଇରାଲ ଫଛରେ ଘଟଣା ପଛରେ ଆହୁରି ଅନେକ ରୋଚକ ତଥ୍ୟ ସମ୍ପର୍କରେବଡଚଣାରେ ଚର୍ଚ୍ଚା ଜୋର ଧରିଛି । ଆଉ ପ୍ରତ୍ୟକ ଯୋଜନାର ଲୁଟ ଫଛରେ ନେତୃତ୍ୱ ନେଉଛନ୍ତି ଯନ୍ତ୍ରୀ ମାନେ । ଏମାନଙ୍କ ସହିତ ସାତ ଦିଅନ୍ତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିପିନି ବିହାରୀ ସେଠୀ ଏବଂ ପିସି ନେଇ ଚୁପ ରହୁଥିବା ବିଡିଓ ଅଜିତ ନାରାୟଣ ଗିରି । ଭାଇରାଲ ହୋଇଥିବା ଫଟୋରେ ଅରଖପୁରର ସରପଂଚ ହୁଣ୍ଡା ଏବଂ ଜେଇ ଶ୍ରଦ୍ଧ୍ରାଞ୍ଜଳୀ ମହାନ୍ତି ନିଜେ ସେଲ୍ପି ନେଇ ନିଜ ପେସବୁକ ଆକାଉଂଟରେ ପୋଷ୍ଟ କରିଥିଲେ । ଆଉ ଡିଲିଟ କରିବା ପୂର୍ବରୁ ତାହାକୁ ଅନେକ ନିଜ ମୋବାଇଲରେ ରଖିସାରିଥିଲେ । ପରେ ତାହା ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୁରି ବୁଲିଲା । ଅନେକ ଗଣମାଧ୍ୟମରେ ତାହା ପ୍ରସାରଣ ବି ହୋଇଗଲା । ଅନ୍ୟ ଏକ ଲୋକଚର୍ଚ୍ଚା ଅନୁଯାୟୀ ୫କି ୬ବର୍ଷ ତଳୁ ସରପଂଚ ସାଇକେଲ ଚଢ଼ିବାକୁ ପାଉନଥିଲା ସେ ଆଜି ଭଳିକି ଭଳି ଗାଡି ଚଢ଼ୁଛି । ସମ୍ପୁକ୍ତ ଜେଇ ବଡଚଣାର ଅରଖପୁର, କୁନ୍ଦଳ, ବାଲିଚନ୍ଦ୍ରପୁର. ପତରାଜପୁର, ବଡଘୁମୁରୀ, ମାଣ୍ଡୁକା ଆଦି ଗ୍ରାମପଂଚାୟର ଦାୟିତ୍ୱରେ ରହିଥିବା ସରପଂଚ ହୁଣ୍ଡାକୁ କରାୟତ କରିଥିଲା । ହୁଣ୍ଡା ମଧ୍ୟ ଏପରକି ବଡଲୋକ ହେବାର ସ୍ୱପ୍ନକୁ ହାତଛଡା କରିବାକୁ ଚାହୁଁ ନଥିଲା । ଫଳରେ ଜେଇ ମ୍ୟାଡମ ଏବଂ ସରପଂଚ ମିଶି ଅତ୍ୟଧିକ ପ୍ଲସ ବିଲ କରି ଅରଖପୁରକୁ ଲୁଟି ଚାଲିଲେ । ଜାରକାରେ ଅବସ୍ଥାନ କରୁଥିବା ସରପଂଚ ଦିନେ ପଂଚାୟତ ଆସୁନଥିବା ବେଳେ ସେଠାରେ ଚାଲେ ଯେତେକ କାରସାଜି । ଆଉ ଅଧିକାଂଶ ସମୟ ଜେଇଙ୍କ ଘର କଟକରେ । ନିକଟରେ ଚାରି ମାସରେ ୨୫ଲକ୍ଷରୁ ଅଧିକ ଟଙ୍କାର ପ୍ଲସ ବିଲ କରାଯାଇଥିବା ନେଇ ବଡଚଣାର ହାଟରେପଡି ଦାଣ୍ଡରେ ଗଢ଼ୁଛି । ଆଉ ଖୋଦ ଅମର ପ୍ରସାଦ ଶତପଥୀଙ୍କ ଗେଲ୍ଲା ହୋଇଥିବାରୁ ଏହି ସରପଂଚକୁ କାହାରିକୁ ଖାତିରବି କରେନି । ଆହୁରୀ ମଧ୍ୟ ଜେଇ ନିଜର ସ୍ୱାମୀଙ୍କୁ ଭଲ ପାଉନଥିବା ବେଳେ ସରପଂଚଙ୍କ ତାଙ୍କ କଟକସ୍ଥିତ ବାସଭବନରେ ବହୁବାର ରହିଥାନ୍ତି । ନିଜ ପଂଚାୟତକୁ ଛାଡି ଅନ୍ୟ ପଂଚାୟତରେ ଦାୟିତ୍ୱରେ ଥିବା ପ୍ରେମିକା ଜେଇ ଯୋଗୁ ସେଠାରେ ହୁଣ୍ଡା ମୁଣ୍ଡ ଖେଳାଇ ବେଶ ଅର୍ଥ ରୋଜଗାର କରିଥାଏ । ଫଳରେ ମାତ୍ର କମ ଦିନରେ ଲକ୍ଷାଧିକ ଟଙ୍କାର ସରକାରୀ ଅର୍ଥରେ ଲାଭବାନ ହୋଇ ଗାଡି ଘର କରିବାରେ ସୁଯୋଗ ଉଠାଇଛନ୍ତି ସରପଂଚ ମହାଶୟ । ଘଟଣା ପରେ ଅନେକ ବୁଦ୍ଧିଜିବୀ କହିଛନ୍ତି ତାଙ୍କର ପ୍ରେମ ଯେତିକି ଚର୍ଚ୍ଚାନୁହେଁ ବରଂ ଅଧିକ କଷ୍ଟ ଲାଗୁଛି ସାଧରଣ ଲୋକଙ୍କ ଅର୍ଥକୁ ଲୁଟ ପାଇଁ । ଏହି ଘଟଣା ପରେ ବିଡିଓ ମଧ୍ୟ ଚୁପୁ ହୋଇ ବସିରହିଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ଜାଣି ନଜାଣିବା ପରି ଅନ୍ଧପ୍ରଶାସନ ପାଲଟିଛି । ଦୀର୍ଘ ୩ବଷୟରୁୁ ଉର୍ଦ୍ଧ ସମୟ ଧରି ଏଠାରେ ରହିଥିବା ସମସ୍ତ ଜେଇ ଏବଂ ବିଡିଓଙ୍କୁ ବଦଳି କରିବାକୁ ସାଧରଣରେ ଦାବି ହେଉଛି । ଏପରକି ଜେଇ ରହିଥିବା ସମସ୍ତ ପଂଚାୟତର ବିଚାର ବିଭାଗୀୟ ତଦନ୍ତ କରିବାକୁ ବଡଚଣା ବାସୀ ଦାବି କରିଛନ୍ତି । ଏହି ବିଷୟରେ ଜେଇଙ୍କ ପଚାରିବାରୁ ମୋ ଫଟୋକୁ ଅନ୍ୟ କେହି ଛାଡିଛି ଏବଂ ମୁଁ ଆଇନ୍ର ସହାୟତା ନେଇଛି ବୋଲି କହିଛନ୍ତି ।
ରିପୋର୍ଟ – ବାରିପଦା ଅଫିସ