ଜୁଆ ଆଡ୍ଡାରେ ଚଢ଼ାଉ ୩ ବାଇକ୍ ସହ ଟଙ୍କା ଜବତ,୨ ଗିରଫ ଆସିଗଲେ ୮ ରୁ ଉର୍ଦ୍ଧ୍ବ ଜୁଆଡି

Spread the love

ବାରିପଦା , ୨୮/୦୭/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୋରନା ପାଇଁ ସପ୍ତାହର ଦୁଇ ଦିନ ଶନିବାର ଏବଂ ରବିବାର ମୟୁରଭଞ୍ଜ ଜିଲ୍ଲା ସଟଡାଉନ୍ ଘୋଷଣା ହୋଇଥିବା ବେଳେ ଜୁଆଡି ମାନେ ଗ୍ରାମାଞ୍ଚଳରେ ଏକତ୍ରିତ ହୋଇ ଆଡ୍ଡା ଚଳାଇଛନ୍ତି । ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ପୋଲିସ ଦୁଇ ଜଣ ଜୁଆଡିକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ୮ ରୁ ଅଧିକ ଜୁଆଡି ଖସିଯାଇଥିବା ଜଣାଯାଇଛି । ଏଭଳି ଘଟଣା ଘଟିଛି ଉଦଳା ଥାନା ଅନ୍ତର୍ଗତ କୋଚିଳାଡିହା ପଞ୍ଚାୟତ ଅଞ୍ଚଳରେ । ଗିରଫ ଦୁଇ ଜଣ ହେଲେ ନୀଳଗିରି ଥାନା ଗୋଡିଶୋଳ ଗ୍ରାମର ଖଗେନ୍ଦ୍ର ପାତ୍ର (୩୧) ଏବଂ କପ୍ତିପଦା ଥାନା ଅନ୍ତର୍ଗତ ବଡଗୁଡୁଗୁଡିଆ ଗ୍ରାମର ରତିକାନ୍ତ ମହାକୁଡ଼ (୪୬) ଏ ନେଇ ଏକ ମାମଲା ରୁଜୁ ହେବା ସହ ଦୁଇ ଅଭିଯୁକ୍ତଙ୍କୁ ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ଦାଶ ଆଜି କୋର୍ଟ ଚାଲାଣ କରିଛନ୍ତି । ଖବର ଅନୁସାରେ,ଯଦୁଖୁଣ୍ଟା ଗ୍ରାମରେ ଗତକାଲି ଜୁଆ ଆଡ୍ଡା ଚାଲିଥିବା କୁଶଳଦା ଫାଣ୍ଡି ଅଧିକାରୀଙ୍କୁ ଖବର ମିଳିଥିଲା । ଏହା ପରେ ପୋଲିସ ଜୁଆଆଡ୍ଡା ଉପରେ ଚଢ଼ାଉ କରିଥିଲା । ଯାହାକି ସେଠାରୁ ୮ ଜଣ ଜୁଆଡି ଆସିଯାଇଥିବା ବେଳେ ଦୁଇ ଜଣ ଜୁଆଡି ପୋଲିସ ହାତରେ ଧରା ପଡ଼ିଥିଲେ । ଏହା ସହିତ ସେଠାରେ ଅନ୍ୟ ଜୁଆଡିମାନେ ଛାଡ଼ି ଯାଇଥିବା ଗାଡ଼ି ସୋମେତ ମୋଟ ୩ଟି ବାଇକ୍ ଏବଂ ଦୁଇଟି ସାଇକେଲ ପୋଲିସ ଜବତ କରିଥିଲା । ଏହା ସହିତ ୩ ହଜାର ୪ଶହ ଟଙ୍କା ପୋଲିସ ଜବତ କରିଥିଲା । ସୂଚନା ଅନୁଯାୟୀ,ଯଦୁଖୁଣ୍ଟା ଠାରେ ସାପ୍ତାହିକ ହାଟରେ ଦୀର୍ଘ ବର୍ଷ ହେବ ଜୁଆ ଖେଳ ଚାଲି ଆସୁଥିବାବେଳେ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହେଉଛି ।

Related Posts

About The Author

Add Comment