ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାଥମିକ ଶିକ୍ଷା ସଚେତନତା ପାଇଁ ଗୁଞ୍ଜରଣ ଯାତ୍ରା

Spread the love
ବାଲିଗୁଡା,୨୮/୧୧ /୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସ୍ତରୀୟ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ନେତୃତ୍ୱରେ ବ୍ରାହ୍ମଣୀଗାଁ ରେ ଗୁଞ୍ଜରଣ ଯାତ୍ରାପହଂଚି, ବଜାର ପରିକ୍ରମା କରି ସର୍ବ ସାଧାରଣଙ୍କୁ ସଚେତନ ପ୍ରଚାର ପତ୍ର  ବଣ୍ଟନକରି ଥାନା ଅଧିକାରୀ ଦଶରଥ ହେମ୍ବ୍ରଙ୍କୁ ଏକ ସ୍ମାରକ ପ୍ରଦାନ କରିଥିଲେ । ଏହି ଗୁଞ୍ଜରଣ ଯାତ୍ରାର ଲକ୍ଷ୍ୟ  ଉଦେଶ୍ୟ, କୋରନା କାଳରେ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶିକ୍ଷା ଠାରୁ ଦୂରେଇ ରହିଛନ୍ତି। ଏହାସହିତ ପୂର୍ବ ବର୍ଷର ଶିକ୍ଷା କୁ ପାସୋରି ଦେଇଛନ୍ତି ଓ ସ୍କୁଲ ଯିବା ମୁଁହ ଭାଙ୍ଗିଯାଇଛି। ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ମୁହାଁ କରିବା , ସ୍କୁଲ ପରିବେଶକୁ ସ୍ୱଛ ନିର୍ମଳରଖିବା ଓ ଶିକ୍ଷାର ଗ୍ରହଣ ପାଇଁ ସ୍କୁଲ ମୁହାଁ ହୋଇ ଶିକ୍ଷାରେ ମନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ  ଉଦେଶ୍ୟ ବୋଲି ଜଣାପଡିଛି। ଏହି ଗୁଞ୍ଜରଣ ଯାତ୍ରା ଚଳିତ ମାସ ୧୫ ତାରିଖରୁ ମାଲକାନଗିରି ଠାରୁ ଆରମ୍ଭ ହୋଇ ଭୁବନେଶ୍ୱର ଠାରେ ଉଦଯାପିତ ହେବ ବୋଲି  ଜୀବିକା ସୁରକ୍ଷା ମଞ୍ଚ ସଦସ୍ୟ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment