ଜୀବନସାଥୀ ହୋଇଥିଲେ, ସାଥୀ ହୋଇଚାଲିଗଲେ :ପୂର୍ବତନ ଅଧ୍ୟକ୍ଷ ଓ ପତ୍ନୀଙ୍କ ମୃତ୍ୟୁ ନେଇ ସୋରରେ ଶୋକର ଛାୟା

Spread the love

ସୋର, ୦୮/୧୦/୨୦ (ସନ୍ଧାନ ନିଉଜ) :- ମୃତ୍ୟୁ ଏମିତିବି ଆସେ, ଏକାଥରେ ସ୍ଵାମୀ ସ୍ତ୍ରୀ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିଲେ । ଜଣେ ଭୁବନେଶ୍ୱର ଏମ୍ପରେ ଏବଂ ଜଣେ କଟକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ। ଗୋଟିଏ ରାତିରେ ଆଗ ଚାଲିଗଲେ ସ୍ତ୍ରୀ । ମାତ୍ର କେଇ ଘଣ୍ଟା ବ୍ୟବଧାନରେ ସ୍ଵାମୀ ପରପାରିକୁ ଚାଲିଗଲେ । ସୋର ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟକ୍ତି ,ଅବସରପ୍ରାପ୍ତ ଅଧ୍ୟକ୍ଷ, ସୁସାହିତ୍ୟିକ, ରିଟ୍ରିକ୍ ଡ. ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କର ଗତକାଲି ରାତିରେ ସସ୍ତ୍ରୀକ ପରଲୋକ ହୋଇଯାଇଛି । ସେ ମଧିମେହ ରୋଗରେ ପୀଡ଼ିତ ହୋଇ ଗତ ସେପ୍ଟେମ୍ବର ୧୭ରୁ ଭୁବନେଶ୍ୱର ଏମ୍ଭରେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ତ୍ରୀ ଅରୁନ୍ଧତୀ ପାଢ଼ୀ ମାତ୍ର କିଛିଦିନ ବ୍ୟବଧାନରେ ମଧିମେହରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ନସିଂହୋମରେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ୧୧ଟା ବେଳେ ପ୍ରଥମେ ଅରୁନ୍ଧତୀଙ୍କର ୫୯ ବୟସରେ କଟକ ନସିଂ ହୋମରେ ମୃତ୍ୟୁ ହୋଇଥିଲା । ରାତି ୪ଟା ସମୟରେ ଭୁବନେଶ୍ୱର ଏମ୍ପରେ ଡ,ପାଢ଼ୀଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଥିଲା । ପୁଅ ପବିତ୍ର ଏବଂ ୨ ଝିଅ କାଇଁ ଓ ପରିବାର ଲୋକେ ସେମାନଙ୍କ ପାଖରେ ପହଞ୍ଚି କରୋନା କଟକଣା ଯୋଗୁଁ ଅରୁନ୍ଧତୀଙ୍କର କଟକ ଏବଂ ଭୁବନେଶ୍ୱରରେ ଡ. ପାଢ଼ୀଙ୍କର ଅନ୍ତିମ ସତ୍କାର କରାଯାଇଛି। ଏଭଳି ଏକ ଦୁଃଖଦ ମୃତ୍ୟୁ ଖବର ପାଇ ସୋରବାସୀ ସ୍ତବ୍ଧ ହୋଇଯାଇଥିଲେ । ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଡ. ପାଢ଼ୀ ସୋର ବ୍ଲକ ଅନନ୍ତପୁର ପଞ୍ଚାୟତ କାନ୍ଦିଗଡ଼ିଆ ଗ୍ରାମରେ ୧୯୫୩ ଫେବୃୟାରୀରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୭୫ରେ ସୋର ହରିପୁର ଗ୍ରାମର ଚିନ୍ତାମଣି ମିଶ୍ରଙ୍କ ଝିଅ ଅରୁନ୍ଧତୀଙ୍କୁ ବିବାହ କରିଥିଲେ । ସେ ରୁପସା ନୀଳମଣି କଲେଜରୁ ଅଧାପନା ଆରମ୍ଭ କରି ବାସୁଦେବପୁର ଅଟଳ ବିହାରୀ କଲେଜ, ସୋର ୟୁଏନ୍ କଲେଜ ଓ ପରେ ମଙ୍ଗଳପୁର ଶ୍ରୀନିବାସ କଲେଜରେ ଅଧ୍ୟକ୍ଷ ଭାବେ ଅବସରଗ୍ରହଣ କରିଥିଲେ । ତାଙ୍କ ରଚିତ ଗବେଷଣା ଗ୍ରନ୍ଥ ‘ବ୍ରଜନାଥ ରଥଙ୍କ କାବ୍ୟବି ପ୍ରବନ୍ଧ ଏବଂ କଥା ପ୍ରସଙ୍ଗ (ଅନୁବାଦ) ପୁସ୍ତକ ପ୍ରକାଶିତ ହୋଇସାରିଛି । ଏହା ବ୍ୟତୀତ ତାଙ୍କ ରଚିତ କବିତା, ଗଳ୍ପ ଓ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ । ଅନ୍ୟ ଗଳ୍ପ ଓ କବିତା ପୁସ୍ତକ ପ୍ରକାଶ ଅପେକ୍ଷାରେ ରହିଛି । ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଏବଂ ଠାକୁର ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷିତ ହୋଇ ରିଦ୍ଧିକ୍ ଭାବେ ଅବସ୍ଥାପିତ ହୋଇଥିଲେ । ସେ ସୋର ସଙ୍ଗ କେନ୍ଦ୍ରର ସଭାପତି ଥିଲେ। ତାଙ୍କ ସ୍ତ୍ରୀ ଅରୁନ୍ଧତୀ ସୋର ସତ୍ସଙ୍ଗ ମାତୃମଣ୍ଡଳୀର ସଭାପତି ଥିଲେ । ତାଙ୍କ ମୃତ୍ୟୁରେ ସୋର ସଙ୍ଗ କେନ୍ଦ୍ରର ସମ୍ପାଦକ ଡା. ଶଶାଙ୍କ ଶେଖର ଆଚାର୍ଯ୍ୟଙ୍କ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Related Posts

About The Author

Add Comment