ଲିଙ୍ଗରାଜ ପଣ୍ଡା, ବାରିପଦା
ସ୍ଵତନ୍ତ୍ର ଜୀବନ -ସତ୍ୟ ଏବଂ ମିଥ୍ୟ ଏପରି ଦୁଇଗୋଟି ଧାରା ଜୀବନରେ ପରିଦୃଷ୍ଟ । ସତ୍ୟକୁ ମିଥ୍ୟ କିମ୍ବା ମିଥ୍ୟକୁ ସତ୍ୟ ବୋଲି ଅଭିହିତ କରିବା ବହୁ ପରିମାଣରେ ବ୍ୟକ୍ତିର ଗଭୀରତା ଉପରେ ନିର୍ଭର କରେ । ଆମ୍ଭେମାନେ ଜ୍ଞାତସାରରେ କିମ୍ବା ଅଜ୍ଞାତସାରରେ ଯାହା ସବୁ କରିଥାଉ, ତାହା ନିଜ ନିଜର ସୁଖ ଓ ଶାନ୍ତିର ମାତ୍ରା ବୃଦ୍ଧି ପାଇଁ । ବ୍ୟକ୍ତି ଯାହା କରେ ସେଥିରେ ତାର ବ୍ୟକ୍ତିଗତ ସୁଖକାମନାହିଁ ନିହିତ ଥାଏ । ଏହି ସୁଖକାମନାରୁ ହିଁ ଅପର ବ୍ୟକ୍ତିକୁ ସୁଖରୁ ବଞ୍ଚିତ କରିବାର ଅଭିଳାଷ ଜାତ ହୋଇଥାଏ । ବ୍ୟକ୍ତି କ୍ଷୁଦ୍ର ସୁଖଭିଳାଷ ହିଁ ତାକୁ ସ୍ଵାର୍ଥପର କରିଦିଏ । ଏହି ଭାବନାରୁ ହିଁ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବ୍ୟବଧାନ ବୈଷମ୍ୟ ବଢିଯାଏ । ନିଜର ସ୍ୱାର୍ଥସିଦ୍ଧି ପାଇଁ ବ୍ୟକ୍ତି ସମୟରେ ନିଜ ବନ୍ଧୁ ବିରୋଧରେ ଅସି ଉତ୍ତୋଳନ କରିଥାଏ । ସମାଜରେ ଆମେ ଏପରିଭାବରେ ସ୍ୱାର୍ଥପର ହୋଇ ଯାଇଛି ଏବଂ ଆମର ଚିନ୍ତା ଏପରି ବିଶୃଙ୍ଖଳିତ ହୋଇଯାଇଛି ଯେ ଆମେ ଶିଶୁ ପାଇଁ ଜନନୀର ତ୍ୟାଗ କରିବା ପ୍ରଶ୍ନ ଆସିଲା କେଉଁଠୁ ? କାରଣ ଜନନୀ ଓ ଶିଶୁର ସ୍ୱାର୍ଥ ଏକ । ଯେ ପର୍ଯ୍ୟନ୍ତ ଆମ୍ଭେମାନେ ମିଥ୍ୟକୁ ସତ୍ୟ ବୋଲି ଭାବିଥାଉ, ସେ ପର୍ଯ୍ୟନ୍ତ ଆମ୍ଭମାନଙ୍କୁ ଏପରି ଦୂରେ ପଡ଼ିବାକୁ ହେବ । ସଂଘର୍ଷ ଓ ସଂଗ୍ରାମ ପରେ ଆମ୍ଭେମାନେ ଯାହା ପାଉ ତାହା ମଧ୍ୟ ଆମ୍ଭମାନଙ୍କୁ ପୂର୍ଣ ସନ୍ତୋଷ ଦେଇପାରେନା । ପୁନଶ୍ଚ କାମନାର ପୂର୍ଣ୍ଣତା ମଣିଷ ହୃଦୟରେ ଆହୁରି ନୂତନ ଅଭିଳାଷ ଜାତ କରାଏ । ନିଜର ସୁଖ ଓ ଶାନ୍ତି ସନ୍ଧାନ କରିବାରେ ପ୍ରକୃତ ସରସତା ନଥାଏ । ସୁଖ ଓ ଶାନ୍ତି ଦୋକାନ-ବଜାରରେ କ୍ରୟ କରାଯାଇପାରେ । ଏହା ବ୍ୟବସାୟୀର ଏକଚଟିଆ ଅଧିକାର ନୁହେଁ । ଯେଉଁମାନେ ଅନ୍ୟମାନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ନିଜର ସୁଖ ଓ ଶାନ୍ତି ଜଳାଞ୍ଜଳି ଦେଇଥାନ୍ତି ସେମାନେ ପ୍ରକୃତରେ ଧନ୍ୟବାଦର ପାତ୍ର । ପୃଥିବୀର ବିଭିନ୍ନ ମହାପୁରୁଷମାନେ ଏହି ସତ୍ୟ ପ୍ରଚାର କରିଅଛନ୍ତି । ଜୀବନର ପ୍ରକୃତ ସୁଖ-ଶାନ୍ତି କାମନାରେ ନଥାଏ; ବରଂ ତାହା ନିଷ୍କାମ ଭାବରେ କାମ କରିବା ଦ୍ୱାରା ହିଁ ସୂଚିତ ହୁଏ।
ପ୍ରତାରନା- ଜୀବନ କଣ ? ଜୀବନରେ କେଉଁ ବସ୍ତୁ ମଙ୍ଗଳକର ଏବଂ ଜୀବନର ସୁଖ ଶାନ୍ତିର ହେତୁ କଣ ? ଏହି ପ୍ରଶ୍ନର ଉତ୍ତର ମିଳିବା ସହଜ ନୁହେଁ । ଜୀବନର ଅର୍ଥ ଖୋଜି ପାଇବା ସହଜ ନୁହେଁ । ଯେଉଁ ଭ୍ରମାତ୍ମକ ଦୃଷ୍ଟିକୋଣରୁ ଆମେ ଜୀବନକୁ ପରସ୍ପରଠାରୁ ପୃଥକ କରି ଦେଖୁ ତାହା ହିଁ ଜୀବନର ପ୍ରକୃତ ଅର୍ଥ ଖୋଜି ବାହାର କରିବାରେ ପ୍ରଥମ ପ୍ରତିବନ୍ଧକ । ନିଜ ନିଜ ଜୀବନର କୌଣସି ହେତୁ ନ ପାଇ ଆମେ ଅନ୍ୟମାନଙ୍କର ଜୀବନ ପ୍ରତି ଆକୃଷ୍ଟ ହେଉ । ଆଧୁନିକ ଜୀବନର ବିଶ୍ଳେଷଣ କଲେ ଜଣାଯାଏ ଯେ ଏହା ସଙ୍ଘର୍ଷ ଓ ଦ୍ବିନ୍ଦପୂର୍ଣ୍ଣ ଜୀବନ । ଜୀବନ ସମ୍ପର୍କରେ ବିଜ୍ଞାନର ମଧ୍ୟ ଏହି ଦୃଷ୍ଟିକୋଣ । ନିଜ ନିଜର ଅସ୍ତିତ୍ବ ପାଇଁ
। ମଣିଷ ପାଗଳ ହୋଇଉଠେ । ଏହି ସଂଘର୍ଷ ଅପେକ୍ଷା ମଣିଷର ଆଉ କିଛି କରିବାର ଅଛି ବୋଲି ତାହାର ବିଶ୍ଵାସ । ପ୍ରକୃତରେ ପ୍ରତ୍ୟେକ ସଭା ଶୃଙ୍ଖଳା ଓ ସମନ୍ବୟ ସହିତ କାର୍ଯ୍ୟ କରୁଥାନ୍ତି । ମଣିଷଜୀବନ ତାହାହେଲେ କଣ ପ୍ରକୃତି ଅପେକ୍ଷା କମ୍ ଶରଙ୍ଖଳିତ ? ସହିପରି ଏହି ଜୀବନର ପରପାରେ ଆହୁରି ଏକ ଜୀବନ ପାଇଁ ପ୍ରସ୍ତୁତ ହେବା ମଧ୍ୟ ପ୍ରତାରଣା । ପରପାରର ଜୀବନରେ ବିଶ୍ବାସ କରିବା ପୂର୍ବରୁ ପ୍ରଥମେ ମେ ଏହି ଜୀବନର ରହସ୍ୟ ଉପଲବଧ କରିବା ଉଚିତ । ସେଥିପାଇଁ ବର୍ଭମାନ ଜୀବନର ରହସ୍ୟ ବୁଝିନପାରି ପରବର୍ତ୍ତୀ ଜୀବନର ରହସ୍ୟ ବୁଝିବା ପାଇଁ ଚେଷ୍ଟାକରିବା ଏକ ପ୍ରତାରଣା । ଆମମାନଙ୍କର ବ୍ୟକ୍ତିଗତ ଜୀବନ ଯେପରି ସ୍ଵାର୍ଥପର ଭାବରେ ପରିଛାଳିତ, ତାହା ମଧ୍ୟ ଅର୍ଥଶୂନ୍ୟ ଓ ସାଘାତିକ । ଠିକପେଯପରି ଗୋଟିଏ ଶିଶୁ ନିଜର ଈପସିତ ପଦାର୍ଥ ପାଇଁ ଜିଦ୍ ଧରି ବସିଥାଏ, ସେ କୃତକାର୍ଯ୍ୟ ହେଲେ ମଧ୍ୟ ତାହାର ନନ୍ଦ ପରମୁହୁର୍ଭରେ ମିଳାଇ ଯାଇଥାଏ- ଜଣେ ନିଜ ପାଇଁ, ନିଜ ପରିବାର ପାଇଁ, ସମାଜ ପାଇଁ କିମ୍ବା ସମଗ୍ର ମାନବଜାତି ପାଇଁ ବଞ୍ଚିରହିବା ଯଥେଷ୍ଟ ନୁହେଁ । ବ୍ୟକ୍ତିଗତ ସ୍ଵାର୍ଥ ସିଦ୍ଧି ପାଇଁ ବଞ୍ଚିରହିବା ଯେପରି ଶୋଚନୀୟ ଓ ଅର୍ଥହୀନ ସେପରି ଗୋଷ୍ଠୀ ପାଇଁ ମଧ୍ୟ ବଞ୍ଚିରହିବା ଶୋଚନୀୟ । ବୃହତ୍ତର ସଭାର କୌଣସି ଅଂଶ ଯେତେବେଳେ ଦୁର୍ନୀତିଗ୍ରସ୍ତ ଓ ଶୋଚନୀୟ| ସେତେବେଳେ ସମଗ୍ର ସଭା ସେହିପରି ଦୁର୍ନୀତିଗ୍ରସ୍ତ ଓ ଶୋଚନୀୟ; କିନ୍ତୁ ଯେଉଁଠାରେ ପ୍ରତ୍ୟେକ ଅଂଶର ଆବଶ୍ୟକତା ଥାଏ ସେଠାରେ ପ୍ରତ୍ୟେକ ଅଂଶର ସମୟରେ ଆନନ୍ଦ ଓ ସୌନ୍ଦର୍ଯ୍ୟର ଏକ ପ୍ରତିମୂର୍ତ୍ତି ପ୍ରସ୍ତୁତ କରାଯାଇପାରେ। ଏହାର ଅର୍ଥ ହେଉଛି, ଅଗଣିତ ଜନସାଧାରଣଙ୍କ ଜୀବନର ସମୟ । ଏହା ସୌନ୍ଦର୍ଯ୍ୟ ଓ ଆନନ୍ଦରେ ପରିପୂର୍ଣ୍ଣ ।
ଜୀବନ ଓ କାମନା- ଜୀବନର କାମନା ଅସରନ୍ତି । ବ୍ରତର ବ୍ୟାସାର୍ବ ତୁଲ୍ୟ ବ୍ୟକ୍ତିର କାମନା ବ୍ୟାପକ । ମନୁଷ୍ୟର ଜୈବିକ ସଭା ଏହି କାମନାର ସମାହାର । କି ଅଶିକ୍ଷିତ, କି ଶିକ୍ଷିତ ପ୍ରତ୍ୟେକେ ଏହି କାମନାର ଅଧୀନ । ମଣିଷ ଏହି କାମନାର ଚରିତାର୍ଥ ପାଇଁ କେତେ ଯନ୍ତ୍ରଣା, କେତେ ନିର୍ଯ୍ୟାତନା ସହ୍ୟ କରେ ? ଜଣେ ଗ୍ରୀକ ଦାର୍ଶନିକ କହିଥିଲେ, ମୁଁ ଦୋକାନ ବଜାରକୁ ଯିବାପାଇଁ ଚାହେଁ । କାରଣ ସେଠାରେ ମୁଁ ଜାଣିପାରିବି କେତେ ପ୍ରକାର ଜିନିଷ ବିକ୍ରି ହେଉଛି; ଆଉ କେଉଁ ଜିନିଷ ଛାଡି ମୁଁ ଚଳିପାରିବ । ଗୋଟିଏ କାମନା ପୂର୍ଣ୍ଣ ହେବା ପୂର୍ବରୁ ଆଉ ଗୋଟିଏ କାମନା ମଣିଷର ହୃଦୟ ଅଧିକାର କରି ବସେ । ସତେ ଯେପରି ଜୀବନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏହି ଅଭିଳାଷ ପୂରଣ କରିବା । ଅଭିଳାଷ ବର୍ଜନ ମୃତ୍ୟୁ ସଙ୍ଗେ ସମାନ । ବ୍ୟକ୍ତି ନିଜର କାମନା ଚରିତାର୍ଥ କରିବା ପାଇଁ ବ୍ୟସ୍ତ ରହେ ଏବଂ ଅନ୍ୟମାନଙ୍କର କଥା ଭୁଲିଯାଏ । ଏହାହିଁ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଶତୃତାର ଆଉ ଏକ କାରଣ । ଆମ୍ଭେମାନେ ଜୀବନରେ ବୃହତ୍ତମ ଏବଂ ବ୍ୟାପକ ଅଭିବ୍ୟକ୍ତି ଚାହୁଁ । ଆମ୍ଭମାନଙ୍କର ଏକ ମହତ୍ତର ପ୍ରକୃତି ଅଛି, କିନ୍ତୁ ଆମେମାନେ ସ୍ଵାର୍ଥର ଜାଲ ମଧ୍ୟରେ ରୁଦ୍ଧ ହୋଇ ତାହା ଭୁଲିଯାଇଥାଉ । ଆମ୍ଭମାନଙ୍କ ମଧ୍ୟରେ କେତେକ ଦୈନିକ ଭୋଗବିଳାସରେ ଲିପ୍ତ ରହନ୍ତି; ଆଉ କେତେକ ଜୀବନର ପ୍ରକୃତ ଉଦ୍ଦେଶ୍ୟ କଅଣ ତାହା ଅନୁଧ୍ୟାନ କରିବାରେ ବ୍ୟସ୍ତ ରହନ୍ତି । କିନ୍ତୁ ଜୀବନର ପ୍ରକୃତ ନିୟମ ହେଉଛି ଆଧ୍ୟାମ୍ପିକ ଉପଲବଧ ଏବଂ ଆଧ୍ୟାୟିକ ଜ୍ଞାନାୟନ ।
ତେବେ ଏହି ଆଧ୍ୟାମ୍ପିକ ଉପଲବ୍ଧ କିଏ ହାସଲ କରିପାରେ ପ୍ରକୃତରେ ଯେ ମୁକ୍ତ ହୃଦୟ ଏବଂ ନିୟମ-ସମ୍ମତ, ବିଧାନ-ସମ୍ମତ ଜୀବନ ଯାପନ କରିବାରେ ବ୍ରତୀ, ସେହି ବ୍ୟକ୍ତି କେବଳ ଏହି ଆଧ୍ୟାମ୍ପିକ ଉପଲବର ଅଧୁକାରୀ ହୁଏ ।
ଯନ୍ତ୍ରଣା – ମଣିଷ ଅକଥନୀୟ ନିର୍ଯାତନା ଓ ଯନ୍ତ୍ରଣା ସହ୍ୟ କରେ । ଏହାର ହେତୁ କଣ ଓ ଏହାର ଆବଶ୍ୟକତା କଣ ? ଯେଉଁ ମଣିଷ ଜୀବନର ଜୈବିକ ସଭାରେ ବିଶ୍ୱାସ କରେ, ସେ ସାଧାରଣତଃ ଏହି ସମସ୍ୟାର ସୂତ ଅର୍ଥ ବୁଝିବା ପାଇଁ ଅକ୍ଷମ । ଜୀବନର ଯେତେ ବିଧାନ ଅଛି ତାହାର ବ୍ୟତିକ୍ରମ ହିଁ ଦୈହିକ ଯନ୍ତ୍ରଣାର ହେତୁ । ଆମେମାନେ ଯେତେ ଦିନ ପର୍ଯ୍ୟନ୍ତ ଦୈହିକ ନିୟମର ବ୍ୟତିକ୍ରମ ନ କରୁ, ସେତେ ଦିନ ପର୍ଯ୍ୟନ୍ତଆମ୍ଭେମାନେ କୌଣସି ଦୈହିକ ଯନ୍ତ୍ରଣାରୁ ରକ୍ଷାପାଇଥାଉ । ଏତାଦୃଶ ବିଧାନ ଲଘନ ଫଳରେ ଶରୀରରେ ଯେଉଁ ବିଶୃଙ୍ଖଳା ଜାତ ହୁଏ, ତାହା ଯନ୍ତ୍ରଣାର ହେତୁ ସୂତ୍ରପାତ କରିଥାଏ । ତେଣୁ ବିଧାନ ଲଘନ କରିବାଦ୍ୱାରା ଆମ୍ଭେମାନେ ଶରୀରକୁ ଧ୍ୱଂସ କରିଥାଉ, ଯାହା ଫଳରେ ଆମ୍ବାର ଉଦ୍ଦେଶ୍ୟ ସାଧିତ ହୋଇପାରିନଥାଏ । ଯେତେ ପାପ, ନିର୍ଯ୍ୟାତନା ସବୁ ଏହି ଲଘନର ହେତୁ । ମଣିଷର ଆଧାର୍ମିକ ପ୍ରବାହରେ ଅସୁସ୍ଥତା, ଦୁର୍ବଳତା ଓ ମୃତ୍ୟୁ ଅନେକ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଜୀବନର ସମସ୍ୟା- ଜୀବନର ଅର୍ଥ କଣ ? ସହି ଅର୍ଥ କିପରି ଜଣେ ଉପଲବଧ କରିପାରିବ ? ଜୀବନର ପ୍ରକୃତ ଅର୍ଥ ପରସ୍ପର ସଦଭାବ ପ୍ରତିଷ୍ଠା କରିବାରେ ନିହିତ । ଏହା ପ୍ରେମ, ସ୍ନେହ ଓ ମମତାର ନାମାନ୍ତର । ଏହି ପ୍ରେମ ସ୍ନେହ ବୃଦ୍ଧି କରି ଜାଣିଲେପ୍ରକୃତ ସରସ ଓ ସମୃଦ୍ଧ ଜୀବନ ପ୍ରାପ୍ତ ହୋଇପାରେ । ସମାଜରେ ବର୍ତ୍ତମାନ ଯେଉଁ ହିଂସା, ପ୍ରତାରଣା ଓ ଛଳନା ଚାଲିଛି ତାହାରଅବସାନହେବ ଏବଂ ତାର ସ୍ଥାନରେ ବିଶ୍ଵାସ ଓ ସମନ୍ବୟ ପ୍ରବର୍ତ୍ତିତ ହେବ । ଏହି ପ୍ରେମ ଓ ସଦଭାବରେ ପୂର୍ଣ୍ଣତା ଆଣିବାକୁହେଲେ ପ୍ରାର୍ଥନାଆବଶ୍ୟକ |
ଏହା ସର୍ବସାଧାରଣ ସ୍ଥାନରେ ପରିଚାଳିତ ନୁହେଁ । ଏହା ପୂରାପୂରି ବ୍ୟକ୍ତିମୂଳକ; ଏହା ଜଣକର ଚେତନାପ୍ରବାହରେ ଜଡିତ ହୋଇଥାଏ । ଏତଦ୍ବାରା ଜଣକର ମାନସିକ ଶକ୍ତି ବୃଦ୍ଧି ପାଏ । ଏହାର ଅର୍ଥ ଈଶ୍ବରଙ୍କର ଇଛା ଉପରେ ନିର୍ଭର କରିବା । ଈଶ୍ଵର ହେଉଛନ୍ତି ଏକ ଚେତନା,
ପ୍ରେମର ପ୍ରତିମୂର୍ତ୍ତି ଏବଂ ପ୍ରତ୍ୟେକ ବସ୍ତୁର ଆଧାର । ଟଲଷ୍ଟୟ ଏପରି ଈଶ୍ଵରଙ୍କୁ ନିଖିଳ ସୃଷ୍ଟିର ଉତ୍ସ ବୋଲି ବିଚାର କରୁଥିଲେ । ସେହି ଈଶ୍ବରଙ୍କର ମହତୀ ଇଛା ପୁର୍ଣ୍ଣ କରିବାରେ ହିଁ ଜୀବନର ଅର୍ଥ ପ୍ରତିଫଳିତ । ସେ ଚିରନ୍ତନ ଜୀବନ, ଶାଶ୍ୱତ ଜୀବନ କୋଥାଟି ବେଶ୍ ବିଶ୍ୱାସ କରୁଥିଲେ । ପ୍ରତ୍ୟେକ ଉତ୍ତମ କାର୍ଯ୍ୟ ଶାଶ୍ୱତ ଜୀବନର ମଙ୍ଗଳ ବୃଦ୍ଧି କରି ଏବଂ ପ୍ରତ୍ୟେକ ମନ୍ଦ କାର୍ଯ୍ୟ ସେହି ମଙ୍ଗଳକୁ ବ୍ୟାହତ କରେ । ଟଲଷ୍ଟୟ ସୃଷ୍ଟି ତର୍ ବରାବର ଆଲୋଚନା
କରୁଥିଲେ । ଖ୍ରୀଷ୍ଟଧର୍ମ ସମେତ ବିଭିନ୍ନ ଧର୍ମରେ ସୃଷ୍ଟି ସମ୍ପର୍କରେ ଯେଉଁ ବ୍ୟାଖ୍ୟାନ କରାଯାଇଛି, ସେ ତାହାର ଅନୁଶୀଳନ କରୁଥିଲେ । ଭାରତୀୟ ଦର୍ଶନର ବ୍ରହ୍ମା ବିଷ୍ଣୁ ମହେଶ୍ଵର ସୃଷ୍ଟି ତତ୍ତ୍ବ ମଧ୍ୟ ସେ ଉରମ ରୂପେ ବିଶ୍ଳେଷଣ କରିଥିଲେ । ଅଜ୍ଞାତବଶତଃ ଭୟ- ମୋର ବାସ୍ତବ
ସ୍ତବ ଆମ୍ବା ମୋର ଏହି ଅରୀର ନୁହେଁ, ବରଂ ମୋର
ଏହି ପାର୍ଥିବ ଦେହ ଭିତରେ ଯେଉଁ ଶକ୍ତି ସଂଖ୍ୟାଧୁକ ବର୍ଷବ୍ୟାପୀ ବଞ୍ଚାଅଛି ତାହାହିଁ ହେଉଛି ମୋର ଆତ୍ସା । ମୋର ଶରୀର କିମ୍ବା ଶରୀରର ସ୍ଥାୟୀତ୍ କୌଣସି ପ୍ରକାରେ ଆମ୍ବାର ଅସ୍ତିତ୍ୱ
ନିର୍ଣ୍ଣୟ କରିପାରନ୍ତି ନାହିଁ । ଉଚ୍ଚରେ ଦର୍ଶନ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ମଧ୍ୟ ଆମ୍ଭେମାନେ ଏହି ସତ୍ୟ ପ୍ରତି ଅବହିତ ହୋଇଥାଉ । ଯେଉଁ ମଣିଷ କେବଳ ଜୈବିକ ସ୍ତରରେ ବଥାଏ ତାର ଯେବେ ଗୋଟିଏ ହାତ କିମ୍ବା ଅଙ୍ଗ କଟିଯାଏ, ସେ ଜାଣେ ଯେ ସେଥିରେ
ତାର କିଛି ଯାଏ-ଆସେ ନାହିଁ । ଏମିତି ଅଙ୍ଗହାନି ଦ୍ଵାରା ତାର ଶରୀର କ୍ଷତିଗ୍ରସ୍ତ ହୁଏ ସିନା; କିନ୍ତୁ ଶରୀରକୁ ଯେ ଉଦୀପ୍ତ, ସତେଜ ତଥା କ୍ରିୟାଶୀଳ କରିଥାଏ ସେହି ଶକ୍ତିର କି କ୍ଷତି କିମ୍ବା ହାସ ହୁଏ ନାହିଁ । ମଣିଷ ହିସାବରେ ସେ ସେମିତି ନିଜକୁ ଅପେକ୍ଷାକୃତ କ୍ଷୁଦ୍ର ବୋଲି
ବିଚାର କରିନଥାଏ । ସେ ଜାଣେ ଯେ ଶାରୀରିକ ନିଦର୍ଶନ ତାର ବାସ୍ତବ ଆମ୍ବା ନୁହେଁ । ମୁଁ ଯେବେ ଜୀବନର ପ୍ରତ୍ୟେକ ମୁହୁର୍ଭରେ ମନେ ମନେ ନିଜକୁ ପଚାରେ, ମୁଁ କିଏ, ମୁଁ କଅଣ ? ସେତେବେଳେ ମୋର ଉତ୍ତର ହୁଏ, ଚିନ୍ତନ ଏବଂ ଅନୁଭୁତିରୁ କିଛି କିଛି । ଏହାର
ଅର୍ଥ ସଂସାରରେ ନିଜର ଅସ୍ତିତ୍ବ ସ୍ଵପଛାରେ ମିଳାଇ ଚଳିବାର ଧାରା; କିନ୍ତୁ ଏହି ଆମ୍ବାର ମୂଳ କେଉଁଠି ?
ଏହି ଚିନ୍ତାକ୍ଷମ, ଅନୁଭବ-ସମର୍ଥ ଆମ୍ବା ହଜାର ହଜାର ବର୍ଷ ପୂର୍ବେ ମୋର ପୂର୍ବ ପୁରୁଷମାନଙ୍କରଠାରେ ଉପୂଭି ଲାଭ କରିଥିଲା । ତାହାର ପୂର୍ବେ ପୂର୍ବ ପୁରୁଷମାନେ ଗୋଟିଏ ସଭାରୁ ଉତ୍ପତ୍ତି ଲାଭ କରିଥିବେ । କାଳ ସ୍ରୋତରେ ଦୈନନ୍ଦିନ ବିଭିନ୍ନ ଅନୁଭୂତି, ଅଭିଜ୍ଞତା ଦ୍ବାରା ଏହା ସଂସ୍କୃତ, ମାର୍ଜିତ ହେଲେ ମଧ୍ୟ ପୂର୍ବ ପୁରୁହମାନଙ୍କର କେତେକ ଚାରିତ୍ରିକ ବୈଶିଷ୍ଟ୍ୟରୁ ମୁକ୍ତ ନୁହେଁ । ଏହି ଆତ୍ମା ଅପ୍ରତିହତ, ଅବାରିତ ଗତିଶୀଳ । ମୋର ଦେହର ଗଠନ ପୂର୍ବରୁ ଏହାର ସୃଷ୍ଟି, ତେଣୁ ଏହା ମୋର ଦେହର ଏକ ମାମୂଲି ଅଂଶ ହୋଇ
ନପାରେ । ଦେହର ବିନାଶ କିମ୍ବା ପରିବର୍ତ୍ତନ ଯୋଗୁଁ ଏହାର କିମ୍ବା ପରିବର୍ତ୍ତନ ହୋଇ ନପାରେ । ଏହାର ଉତ୍ପଭି, ଏହାର ସ୍ଥାୟିତ୍ର ଦେହ ଉପରେ ନିର୍ଭର କରେ ନାହିଁ । ଏହାର ସ୍ଥିତ ଶରୀରଠାରୁ ସ୍ୱତନ୍ତ୍ର । ନିଜର ଅଭିବ୍ୟକ୍ତି ପାଇଁ ଏହା ଶରୀରକୁ ନିଯୁକ୍ତ କରେ, ଯେ ପର୍ଯ୍ୟନ୍ତ
ଶରୀର ଆମ୍ବାର ଏହି ଉଦ୍ଦେଶ୍ୟ ସାଧନ କରିବା ପାଇଁ ସକ୍ଷମ ଅଟେ । ଭଗବତ ଗୀତାରେ ଏହି
ମର୍ମରେ ଉଲ୍ଲେଖ ଅଛି –
” ନ.ଦୈବାହଂ ଜାତୁ ନାସଂ
ନ ତ୍ଵ, ନେମେ ଜନାଧିପା ।
ନ ଚୈବ ନ ଭବିଷ୍ୟ ମ
ସର୍ବେ ବୟମତଃ ପରମ୍ ।”
ଏହାର ମର୍ମ ହେଉଛି – ମୁଁ ଯେ ନଥିଲି, ତାହା ନୁହେଁ । ମୁଁ ଯେ ଭବିଷ୍ୟତରେ ନଥିବି, ତାହା ମଧ୍ୟ ନୁହେଁ । ଆମ୍ଭମାନଙ୍କର ଶରୀର ପରିବର୍ତ୍ତନ ଶୂନ୍ୟ କିମ୍ବା ପରିବର୍ଭନୀୟ ନୁହେଁ ବରଂ
ଏହା ନିୟମିତ ଭାବରେ ପରିବର୍ତ୍ତିତ ହେଉଅଛି । ଏପରି ପରିବର୍ତ୍ତନ ଯୋଗୁଁ, ମନ ଏହି ପରିବର୍ଭନଶୀଳ ସ୍ଥଳ ଶତୀର ସହିତ ଏକ ବୋଲି ଜଣାପଡେ, ତାହା ଅବାରିତ ନୁହେଁ ବରଂ ଚେତନା ପ୍ରବାହର ଧାରାବାହିକ ବିକାଶ ।ମୁତ୍ୟୁ ଭାବନାରେ ମନୁଷ୍ୟ ଭୀତତ୍ରସ୍ତ ହୁଏ । ଏହାର କାରଣ ମୃତ୍ୟୁ ଯେତିକି ନୁହେଁ, ତାହା ଅପେକ୍ଷା ତାକୁ ଅସ୍ବୀକାର କରିବାରେ କିମ୍ବା ତାର ବିରୋଧଭାବରେ ହିଁ ନିହିତ । ଏହି
ମୃତ୍ୟୁ-ଭୟ ମନୁଷ୍ୟ ତାର ଶାରୀରୀକ ଜୈବିକ ସ୍ଥିତିର ବିନାଶ ଯୋଗୁଁ ଭୀତତ୍ରସ୍ତ ବୋଲି ଯେସେ ମୃତ୍ୟୁକୁ ଭୟ କରେ ତାହା ନୁହେଁ, ବରଂ ତାର ଧାରଣା ଯୋଗୁଁ ସେ ମୃତ୍ୟୁକୁ ଭୟ କରେ । ଏହି ଧାରଣା ହେଉଛି ମନୁଷ୍ୟର ମୃତ୍ୟୁ ନାହିଁ କିମ୍ବା ମୃତ୍ୟୁ ହେବା ଉଚିତ ନୁହେଁ କିମ୍ବା ସେ ଅବଶ୍ୟ ମରି ନ ପାରେ; ମାତ୍ର ତାର ମୃତ୍ୟୁ ଘଟୁଛି । ଏହି ରହସ୍ୟ କିମ୍ବା ବୈଚିତ୍ର ହିଁ ତାର ସମସ୍ତ ମୃତ୍ୟୁଜନିତ ଦୁଃଖ ଓ ଭୟର କାରଣ । ମଣିଷ ଯାହା ବୁଝିପାରେ ନାହିଁ, ସେ ତାହାକୁ
। ଭୟ କରେ । ଯୁକ୍ତି ଓ ଦର୍ଶନ ଦ୍ବାରା ପ୍ରଭାବିତ ହେବାରୁ ଏହା ତାରବଂଶାନୁଗତ ଚରିତ୍ରର ପ୍ରଭାବ ଥିଲା । ପୁରାତନ ମଣିଷ ଭୟ, ଆଶଙ୍କା ସହିତ ସବୁ ବିଷୟ ବିଚାର କରୁଥିଲା । ଏହି ଭୟରୁ ହିଁ ସେ ସତର୍କ ହେବା ପାଇଁ ଶିକ୍ଷା କରିଥିଲା । ଏହି ସତର୍କତା ଫଳରେ ତାର
ଦୈହିକସ୍ଥିତି କାଳ ବୃଦ୍ଧି ପାଇଥିଲା । ମନୁଷ୍ୟ ସମାଜ ଏବେ ମଧ୍ୟ ଆଦିମ ମାନବର ବୟ ଓ ଆଶଙ୍କା ଅତିକ୍ରମ କରିପାରିନାହିଁ । ଏହି ଦେହର ମୃତ୍ୟୁ ହେବ, ବିନାଶ ହେବ । ଏହି ଚିନ୍ତାରେ ଆମ୍ଭେମାନେ ଭୀତତ୍ରସ୍ତ ହୋଇଥାଉ- ଜୀବନର ଅବସାନ ହୋଇଯିବ । ଏହି ଚିନ୍ତାରେ
ଆମ୍ଭେମାନେ ଯେତେ ଭୀତତ୍ରସ୍ତ ନୋହୁଁ, ଦୈହିକ ବିନାଶ ଯେ ବାସ୍ତବ ଜୀବନର ଅଭାବ ସୂଚିତ କରିଥାଏ ସେଥିପାଇଁ ଏବଂ ସେହି ବାସ୍ତବ ଜୀବନ ଅଭାବରେ ସେତିକି ଭୀତତ୍ରସ୍ତ ତଥା ଆତଙ୍କିତ ହେଉ । ଆମେମାନେ ସେହି ସମୟରେ ଦୈହିକ ଜୀବନର ଅସାରତା, ବିଳାସ
ବ୍ୟସନର ଅସାରତା ଉପଲବଧ କଗୁଁ । ସୁଖ ଓ ବିଳାସ ସର୍ବସ୍ଵ ଜୀବନର ପରିଣତି ଅତ୍ୟନ୍ତ କରୁଣ ଏବଂ ବ୍ୟର୍ଥ ବୋଲି ଜାଣୁ । ସେତେବେଳେ ଆମ୍ଭେମାନେ ଅନୁଭବ କରୁ ଆମେ ଲକ୍ଷୟଭ୍ରଷ୍ଟ ହୋଇଛି । ମାତ୍ର ଲକ୍ଷ୍ୟ ସାଧନ ପାଇଁ ସେତେବେଳେ ଆଉ ସୁବିଧା ସୁଯୋଗ
ନଥାଏ, ତେଣୁ ଆମ୍ଭେମାନେ ଅସ୍ଥିର ହେଉ । ନିଜ ନିଜର ସ୍ଵତନ୍ତ୍ର ଆମ୍ବା ହରାଇବା ଭୟରେ ଆମ୍ଭମାନଙ୍କର ମୃତ୍ୟୁଭୟ ଆରମ୍ଭ ହୋଇଥାଏ । ଆମେମାନେ ଭାବୁ ଯେ ଏହି ଆମ୍ବା ହିଁ ଆମ୍ଭମାନଙ୍କର ଜୀବନ ।
ମୋର ଚିନ୍ତା ହେଉଛି, ମୁଁ ମରିଯିବି, ମୋର ଶରୀର ଧ୍ବଂସ ପାଇବ ଏବଂ ଧ୍ବଂସ କରିଦେବ । ଇନ୍ଦ୍ରିୟମାନଙ୍କର କାଳନ ଦ୍ଵାରା ମୁଁ ଯେଉଁ ଶରୀରକୁ ସଜାଇଛି କେତେ ଆଶା, କେତେ ଅଭିଳାଷ, ଇଛା, ଅନିଛା, ମୋର ପ୍ରକୃତି ଯୋଗୁଁ ମୁଁ ପରିଶ୍ରମ କରେ ସଙ୍ଘର୍ଷ କରେ-
ସେହି ଶରୀର ହିଁ ହେଉଛି ମୋର ଆତ୍ମା । ମୁଁ ମୋର ଏହି ଶରୀର ଆଉ ଆମ୍ବାକୁ ପରସ୍ପରଠାରୁ ଅଭୀନ କରି ଦେଖେ । ତେଣି ମୁଁ ଉପସଂହାର କରିଥାଏ ଯେ ଶରୀରର ଧ୍ବଂସ ସହିତ ମୋର ଏହି ଆମ୍ବା ମଧ୍ୟ ଧ୍ବଂସ ପାଇଯିବ ।
ଆମେ ବଞ୍ଚିଥିବା ସମୟରେ ମଧ୍ୟ ଅନେକଥର ଉଭୟ ଶରୀର ଓ ମନକୁ ହଜାଇ ଥାଉ । ପ୍ରତ୍ୟେକ ମୁହୁର୍ଭରେ ସ୍ତର ଶରୀରର କ୍ଷୟ ଓ ପରିବର୍ତ୍ତନ ଘଟୁଛି । ଠିକ ସେହିପରି ନିଦ୍ରା ସମୟରେ ଆମ୍ଭର ଚେତନା ମଧ୍ୟ ନିଃଶେଷ ହେଉଛି । ପ୍ରତିଦିନ ପ୍ରତ୍ୟେକ ଘଣ୍ଟାରେ ଆମ୍ବର
ଏହି ଚେତନାର ଓଲଟପାଲଟ ଚାଲିଛି । ସେତେବେଳେ ଆମ୍ଭେମାନେ ଆଦୌ ବିବ୍ରତ ନୋହୁ । ତେଣୁ ଆମ୍ବର ଆମ୍ବା ବୋଲି ଯେବେ କୌଣସି ବସ୍ତୁ ଥାଏ, କିମ୍ବା ଶକ୍ତି ଥାଏ, ଯାହାକି ଆମ୍ଭେ ମୃତ୍ୟୁରେ ବିକାଶ ହେବ ବୋଲି ଆଶଙ୍କା କରୁ ସେହି ଆମ୍ବା ଆମର ଏହି ଶରୀରର ଏକ ଅଂଶ ହୋଇ ନ ପାରେ । ଏହା ଅବାରିତ ଓ ଅପ୍ରତିହତ; ତେଣୁ ଶରୀର ସଦୃଶ ତ୍ସା ପରିବର୍ତ୍ତନର ଅଧୀନ ନୁହେଁ ।
ତେବେ ସେହି ଶକ୍ତିଟି କଅଣ ? ତାହା କିପରି ଅସଂଖ୍ୟ ଚେତନାର ପ୍ରବାହକୁ ଏକତ୍ର ଗ୍ରତ କରିପାରେ ? ସେହି ଚେତନା ପ୍ରବାହ ପୂର୍ବେ ଥିଲା, ବର୍ଭମାନ ଅଛି ଏବଂ ଏହାପରେ ମଧ୍ୟ ରହିବ।ପ୍ରତିମୁହୁର୍ତ୍ତରେ ତାର ଅସ୍ତିତ୍ବ ବିଦ୍ୟମାନ । ତାହାହିଁ ହେଉଛି ମୋର ଆତ୍ମା । ଏହି ଚେତନା ଯୋଗୁଁ ମୁଁ କହେ ଏହା ମୋତେ ଭଲ ଲାଗେ, ତାହା ମୋତେ ଭଲ ଲାଗେ ନାହିଁ । ଏହି ଦୃଷ୍ଟିକୋଣ ଏହି ଆଭିମୁଖ୍ୟ ବିଚାରରେ ଜଣେ ଅନ୍ୟ ଜଣକ ଠାରୁ ସ୍ୱତନ୍ତ୍ର । ଜଣକୁ ଅନ୍ୟ ଜଣକଠାରୁ ଆମେ ପୃଥକ୍ ବୋଲି ବିଚାର କରୁ, ତାହାର ପ୍ରଥମ ।
Related Posts
About The Author
Add Comment