ଜୀବନର ମୁଲ୍ୟ କିଛି ନାହିଁ,ଯାନବାହାନ ସାଜିଛି ମୃତ୍ୟୁର ଦାନବ

Spread the love

ସୁନ୍ଦରଗଡ ତା:୨୪/୧୨/୨୦୨୫( ସନ୍ଧାନ ନ୍ୟୁଜ) ଆଜିର ଆଧୁନିକ ତଥା ଡିଜିଟାଲ ଦୁନିଆରେ  ସଚେତନତାର ଅଭାବ ।ପ୍ରତିଟି ମୁହୂର୍ତ୍ତରେ ଯାଉଚି ଲୋକଙ୍କ ଜୀବନ । ପରିବହନ ବିଭାଗ ସହିତ ଜିଲ୍ଲା ଆରକ୍ଷୀ ବିଭାଗର ଅବହେଳାରେ ପ୍ରତିଟି ସମୟରେ ଚାଲିଯାଉଛି ଲୋକଙ୍କ ଜୀବନ। ଝାଡ଼ଖଣ୍ଡ ରୁ ସୁନ୍ଦରଗଡ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ଯାନବାହାନ ସାଜିଛି ମୃତ୍ୟୁର ଦାନବ । ବିଗତ ବର୍ଷ ବର୍ଷ ଧରି ଝାରଖଣ୍ଡ ସହିତ ବାଲିସଙ୍କରା ବ୍ଲକର ଲୁଲକିଡିହି, ବନଡେଗା, ରାଉଳଡେଗା, ତଳସରା,ସବଡେଗା ଦେଇ ଅନେକ ସବାରି ଚାରି ଚକିଆ ଯାନ ଯିବା ଆସିବା କରୁଥିବା ବେଳେ ସେଥିରେ ଯାତ୍ରୀ ବସ୍ତା ଲଦିହୋଇ ନେବା ଆସିବା କରୁଥିବା ପ୍ରତ୍ୟେକ ସମୟରେ ଦେଖିବାକୁ ମିଳୁଛି ।ତା ସହିତ ଯାତ୍ରୀ ମାନେ ସବାରୀ ଗାଡ଼ି ଉପର ଜିନିଷ ରହିବା ସ୍ଥାନରେ ବସି ଯାଉଥିବା ବାରମ୍ବାର ଦେଖିବାକୁ ମିଳୁଛି । ଏହି କାରଣରୁ ଲୋକେ ଅନେକ ସମୟରେ ଦୁର୍ଘଟଣାରେ ପଡୁଥିବା ସୂଚନା ରହିଛି । ତା ସହିତ ସଚେତନତା ଅଭାବରୁ ଯାତ୍ରୀ ନିଜ ଜୀବନ କୁ ବାଜି ଲଗାଇଥିବା ଅଞ୍ଚଳରେ  ଅକ୍ ବଡ ପ୍ରଶ୍ନ ପାଲଟିଛି । ଆଗକୁ ବଡଦିନ ସହିତ ନୂତନ ବର୍ଷ ଆସୁଥିବା ବେଳେ  ସ୍ଥିତି ଅସମ୍ଭାଳ ହେବା ସାଧାରଣରେ ଚର୍ଚ୍ଚା ହେଉଛି । ଆଗାମୀ ଦିନରେ ପରିବହନ ବିଭାଗ ସହିତ ଆରକ୍ଷୀ ବିଭାଗ ଦୃଢ଼ ପଦକ୍ଷେପ ନ ନେଲେ ଏହା ଏକ ବିରାଟ ରୁପ ହେବାର ଆଶଙ୍କା କରାଯାଉଥିବା ସୂତ୍ରରୁ ଜଣାପଡିଛି । ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment