ଜି.ସି କଲେଜରେ ନିର୍ବାଚନୀ ହିଂସା, ଭଙ୍ଗାରୁଜା

Spread the love

ଯାଜପୁର-୪ /୧୦(ସନ୍ଧାନ ନିୟୁଜ) ବରୀର ଗୋପବନ୍ଧୁ ଚୈାଧୁରୀ ମହାବିଦ୍ୟାଳୟରେ ବୁଧବାର ଦିନ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଆଜି ନାମାଙ୍କନ ପତ୍ର ଦାଖଲ ତାରିଖ ଥିଲାବେଳେ ଶାନ୍ତି ଶୃଙ୍ଖଳାର ସହିତ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ନାମାଙ୍କନ ପତ୍ର ଦାଖଲ ପରେ ପ୍ରାର୍ଥୀଙ୍କ ସହିତ ତାଙ୍କ ସମର୍ଥକମାନେ ଭବ୍ୟ ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା। ପ୍ରାର୍ଥୀଙ୍କ ସମର୍ଥକମାନେ ବିଭିନ୍ନ ନାରା ଦେଇ ପ୍ରାର୍ଥୀମାନଙ୍କୁ କଲେଜ ପରିସର ସହିତ ବଜାର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ କଲେଜ ପରିସର ବାହାରେ ଦୁଇ ଛାତ୍ରଗୋଷ୍ଠିଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଯାହା ପର ମୁହୁର୍ତରେ ଅଧିକ ଘନିଭୁତ ନହୋଇ ପିଲାମାନେ ନିଜନିଜ ଘରକୁ ଫେରି ଯାଇଥିଲେ। ଅପରାହ୍ନ ପ୍ରାୟ ୩ଟା ସମୟରେ କଲେଜ ପରିସରରେ ହାତଗଣତି କର୍ମଚାରୀ ଉପସ୍ଥିତ ଥିଲାବେଳେ କିଛି ଛାତ୍ର ୪/୫ଟି ବାଇକ୍ରେ ଆସି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖ କବାଟକୁ ଢେଲା ମାରିବା ସହିତ କାନ୍ଥକୁ ଢେଲାମାରି ପଳାଇଯାଇଥିଲେ।

ଏହାର ମାତ୍ର ୧୦ରୁ ୧୫ ମିନିଟ ପରେ ପୂନର୍ବାର କିଛି ଛାତ୍ର ଆସି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଫୁଲକୁଣ୍ଡକୁ ଫୋପାଡିବା ସହିତ କାନ୍ଥ କଡରେ ଥିବା ଏକ ଗଡରେଜକୁ ଠେଲି ପକାଇ ଦେଇ ପଳାଇ ଯାଇଥିଲେ। ଖବର ପାଇଁ ଆଇଆଇସି ରୋଜାଲିନ ପଟେଲ ସଦଳବଳେ ଘଟଣା ସ୍ଥଳରେ ପହଂଚିଥିଲାବେଳେ ଏ ନେଇ ଅଧ୍ୟକ୍ଷ ନାରାୟଣପ୍ରସାଦ ଜେନାଙ୍କ ସହିତ ଆଲୋଚନା କରିଥିଲେ। ଅଧ୍ୟକ୍ଷଙ୍କ ପକ୍ଷରୁ ବରୀ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରାଯାଇଛି। କଲେଜ ପରିସରରେ ପୁଲିସ ମୁତୟନ ହୋଇଥିଲାବେଳେ ପରିସ୍ଥିତି ଆୟତାଧିନ ଅଛି।

Report M Rout

Related Posts

About The Author

Add Comment