ଜି.ଉଦୟଗିରିରେ ଅଧ୍ୟକ୍ଷା ଉପ ନିର୍ବାଚନ: ମତଦାନ ହାର ୫୫.୪୧ପ୍ରତିଶତ, ୩ ପ୍ରାର୍ଥିନୀଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ୍

Spread the love
ବାଲିଗୁଡା:୨୯/୧୧/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଏନଏସି ରେ ଅଧ୍ୟକ୍ଷା ପଦ ନିମନ୍ତେ ଉପ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି। ମୋଟ ୮ଟି ମତଦାନ କେନ୍ଦ୍ରର ୧୩ଟି ବୁଥରେ ଭୋଟର ଶାନ୍ତି ଶୃଙ୍ଖଳାରେ ମତଦାନ କରିଥିଲେ। ମତଦାନ ଶେଷ ହେବା ପରେ ଇଭିଏମ୍ ସିଲ କରି ରଖାଯାଇଛି ଏବଂ ୩ ଜଣ ପ୍ରାର୍ଥୀନୀଙ୍କ ଭାଗ୍ୟ ଏବେ ଇଭିଏମ ଭିତରେ ସିଲ୍ ହୋଇ ରହିଛି। ଗୁରବାର ଭୋଟ ଗଣତି ସହ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ରଞ୍ଜନ କୁମାର ସାହୁ ସୁଚନା ଦେଇଛନ୍ତି।ବୁଧବାର ଜି.ଉଦୟଗିରି ପରିଷଦର ୧୩ଟି ଓ୍ବାର୍ଡରେ ୩୮୧୧ ଜଣ ପୁରୁଷ ଭୋଟର,୪୩୪୧ ଜଣ ମହିଳା ଭୋଟର,୩ ଜଣ ତୃତୀୟଲିଙ୍ଗୀ ଭୋଟର ମୋଟ ୮୧୫୫ ଜଣ ଭୋଟଦାନରେ ଅଂଶଗ୍ରହଣ କରିଥିଲେ।

Related Posts

About The Author

Add Comment