ଜିଲ୍ଳ୍‌ା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।

Spread the love

ଯାଜପୁର, ତା ୦୩ା୦୪ା୨୦୨୩ ରିଖ : ଆଜି ପୂର୍ବାହ୍ନରେ ଜିଲ୍ଳ୍‌ା ପରିଷଦ ସମ୍ମିଳନୀ କକ୍ଷ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣିରେ ଜିଲ୍ଳ୍‌ାର ସମସ୍ତ ଅଧିକାରୀମାନେ ସହୃଦୟତାର ସହ ଅଭିଯୋଗ ଗୁଡିକର ସମାଧାନ ଦିଗରେ ଜନ ଶୁଣାଣି ଶିବିର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ଅଭିଯୋଗ ଶୁଣାଣିରେ ଅଧ୍ୟକ୍ଷତା କରି ଊପରୋକ୍ତ ବିଷୟ
ପ୍ରକାଶ କରିଚ୍ଥନ୍ତି । ଆଜିର ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲା, ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ବି.ଡି.ଓ., ଯାଜପୁର ଶ୍ରୀ ସୈାରଭ ଚକ୍ରବର୍ତ୍ତୀ, ତହସିଲଦାର, ଯାଜପୁର ଶ୍ରୀ ଜ୍ୟୋତିକାନ୍ତ ଭୁଜବଳ, ଡେପୁଟି କଲେକ୍ଟର, ସାଧାରଣ ଓ ବିବିଧ ଶ୍ରୀ ପ୍ରପୁଂଲ ଚନ୍ଦ୍ର ମିଶ୍ର, ଜିଲ୍ଳ୍‌ା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ସେଠୀ ଓ ଅନ୍ୟାନ୍ୟ ଜିଲ୍ଳ୍‌ା ସ୍ତରୀୟ ଅଧିକାରୀ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ ।
ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୧୩୨ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୨୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୦୭ ଗୋଟି ସମୁହ ଅଭିଯୋଗ ଥିଲା । ସେହିପରି ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ସହାୟତା ପ୍ରଦାନ ନିମନ୍ତେ ୧୪ ଗୋଟି ଅଭିଯୋଗ ଥିବାବେଳେ ଜିଲ୍ଳ୍‌ା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ଜନିତ ୨୫ ଗୋଟି ଅଭିଯୋଗ ଥିଲା । ଶିବିର ପ୍ରକୋଷ୍ଠରେ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ୫୦ ଗୋଟି ଅଭିଯୋଗର ତ୍ୱରିତ ସମାଧାନ କରିଥିଲେ । ପ୍ରକାଶ ଥାଊ କି, ଏପ୍ରିଲ ୧୦ ତାରିଖ ସୋମବାର କୋରାଇ ବ୍ଳ୍‌କ କାର୍ଯ୍ୟାଳୟ ଠାରେ, ୧୭ ତାରିଖ ସୋମବାର ଧର୍ମଶାଳା ବ୍ଳ୍‌କ କାର୍ଯ୍ୟାଳୟ ଠାରେ ଏବଂ ୨୪ ତାରିଖ ସୋମବାର ଦାନଗଦୀ ବ୍ଳ୍‌କ କାର୍ଯ୍ୟାଳୟ ଠାରେ ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଏହି ସମସ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ ଅଭିଯୋଗ ଶୁଣାଣି ଶିବିର ମାନଙ୍କରେ ଜିଲ୍ଳ୍‌ାର ବରିଷ୍ଠ ପଦାଧିକାରୀବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଯନ୍ତ୍ରୀ ଏବଂ ସଂପୃକ୍ତ ବ୍ଳକର ବି.ଡି.ଓ. ଏବଂ ତହସିଲଦାରମାନେ ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡିକର ତ୍ୱରିତ୍ ସମାଧାନ ଶୁଣାଣିରେ ଜିଲ୍ଳ୍‌ାପାଳଙ୍କୁ ସହଯୋଗ ପ୍ରଦାନ କରିବେ ।

Related Posts

About The Author

Add Comment