ଯାଜପୁର, ୨୨ /୧/୨୦୨୧(ସନ୍ଧାନ ନିଉଜ): ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ଉରଦାୟୀ ଭାବେ କାର୍ଯ୍ୟ କରିବାକୁ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି ମତ ବ୍ୟକ୍ତ କରିଚ୍ଥନ୍ତି । ଜିଲ୍ଳ୍ା ପରିବେଶ ସମିତି ପକ୍ଷରୁ ଜିଲ୍ଳ୍ା କାର୍ଯ୍ୟକାରିଣୀ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗୁରୁବାର ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍ାପାଳ ଶ୍ରୀ ମହାନ୍ତି ଅଧ୍ୟକ୍ଷତା କରିବା ସହ ବିଦ୍ୟାଳୟ ସ୍ତରରୁ ପରିବେଶ ସଚେତନତା ସଂପର୍କରେ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କୁ ସଚେତନ କରାଇବାକୁ ଗୁରୁତ୍ୱ ଦେଇଥିଲେ । ବିଗତ ବୈଠକ ମାନଙ୍କରେ ଆଲୋଚନା ହୋଇ ମଞ୍ଜୁରୀଲାଭ କରିଥିବା ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା, ପରିବେଶ ସମିତିର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ ଓ ନବ କଳ୍ପିତ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଅନୁଶୀଳନ କରି ସେମାନଙ୍କୁ ପୁରସ୍କୃତ କରିବାକୁ ସ୍ଥିର ହେଲା । ପ୍ଳାଷ୍ଟିକ, ପଲିଥିନ ଇତ୍ୟାଦିର ପ୍ରତିହତ ପାଇଁ ପଦକ୍ଷେପ ନେବା ସହ ଇକୋ କ୍ଳବ ଗୁଡିକର କାର୍ଯ୍ୟ ସମୀକ୍ଷା କରି ଦୁର୍ବଳ ପ୍ରଦର୍ଶନ କରୁଥିବା କ୍୍ଳବ ମାନଙ୍କୁ ବାଦ ଦେଇ ନୂଆ ଇକୋ କ୍ଳବ ଭାବେ ନୂତନ ବିଦ୍ୟାଳୟକୁ ସାମିଲ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରାରମ୍ଭରେ ପରିବେଶ ସମିତିର ସଂପାଦକ ଶରତ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ ସହ ବାର୍ଷିକ ବିବରଣୀ ଓ ଆୟ ବ୍ୟୟର ସୂଚନା ଦେଇଥିଲେ । କରୋନା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଚ୍ଥି ବୋଲି କହିବା ସହ ବର୍ତ୍ତମାନ ଭର୍ଚ୍ଚୁଆଲ ମୋଡରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଚ୍ଥି ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ପ୍ଳାଣ୍ଟ ପ୍ରୋଟେକ୍ସନ ଅଧିକାରୀ ଶ୍ରୀଧର ଦାସ ଓ ଅନ୍ୟାନ୍ୟ ଅଧିକାରୀ, ସଦସ୍ୟ ମାନେ ଯୋଗ ଦେଇଥିଲେ । ଶେଷରେ ସମିତିର ଯୁଗ୍ମ ସଂପାଦକ ମଳୟ କୁମାର ମିତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଳ୍ା ପରିବେଶ ସମିତି ବୈଠକ ଅନୁଷ୍ଠିତ
|
January 22, 2021 |