ଯାଜପୁର, ତା ୩୧ା୦୩ା୨୦୨୩ : ଜିଲ୍ଲା କାର୍ଯ୍ୟାଳୟର ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଜି ଅବସର ନେଉଥିବାରୁ ସେମାନଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଦିଆଯାଇ ସେମାନଙ୍କର ସୁସ୍ଥ, ନିରାମୟ ଏବଂ ଦୀର୍ଘାୟୁ ଜୀବନଯାପନ କାମନା କରାଯାଇଅଚ୍ଥି । ଯାଜପୁର ଜିଲ୍ଳ୍ା କାର୍ଯ୍ୟାଳର ଷ୍ଟାପଂ୍ କମିଟି ଆନୁକୂଲ୍ୟରେ ଜିଲ୍ଳ୍ା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଳ୍ାପାଳ ଶ୍ରୀ ରାଠୋର ଅବସରପ୍ରାପ୍ତ ବିଦାୟୀ ଦୁଇ ଅଧିକାରୀ ଡଃ ଅଲେଖ ଚନ୍ଦ୍ର ମହାରଣା ଓ ଶ୍ରୀ ନଭ କିଶୋର ନାୟକଙ୍କ ପ୍ରଶାସନିକ କାର୍ଯ୍ୟ ନୂତନ ପୀଢିକୁ ଦିଗ୍ଦର୍ଶନ ଦେବ ବୋଲି ଊତ୍ଥାପନ କରି ତାଙ୍କର କାର୍ଯ୍ୟଧାରାକୁ ଭୂୟସୀ ପ୍ରଶଂସା କରିଥିଲେ । ବିଦୟୀକାଳୀନ ସମ୍ୱର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତ, ଉପଜିଲ୍ଳ୍ାପାଳ ଶ୍ରୀ ଗୋପିନାଥ କୁଅଁର, ଡେପୁଟୀ କଲେକ୍ଟର, ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କା, ଶ୍ରୀମତୀ କାଜଲ ପ୍ରଧାନ, ଶ୍ରୀମତୀ ପ୍ରଜ୍ଞା ହୋତା, କଲେକ୍ଟୋରେଟ୍ ଷ୍ଟାପଂ୍ କମିଟିର ସାଧାରଣ ସମ୍ପାଦକ ଶ୍ରୀ ମଦନ ମୋହନ ପତି, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସନ୍ତୋଷ କୁମାର ସାହୁ, ଶ୍ରୀ ସୁବ୍ରତ କୁମାର କାନୁନ୍ଗୋ, ସଂସ୍ଥା ଅଧିକାରୀ ଶ୍ରୀ ବିଜୟ କୁମାର ଦାସ ଏବଂ ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକମାନେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଳ୍ାପାଳ ଡଃ ମହାନ୍ତ କହିଲେ ଯେ, ପ୍ରତ୍ୟେକ ସରକାରୀ କର୍ମଚାରୀ ସେମାନଙ୍କର ଧାର୍ଯ୍ୟ ଚାକିରୀ ଅବଧି ସରିଗଲାପରେ ସେମାନେ ଅବସର ଗ୍ରହଣ କରିଥାନ୍ତି । ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ଅମାୟିକ ବ୍ୟବହାର ଅନ୍ୟ କର୍ମଚାରୀ ମାନଙ୍କୁ ଦିଗ୍ଦର୍ଶନ ଦେବା ସହ ଅବସର ପରେ ମଧ୍ୟ ସେମାନଙ୍କର ଆଚାର ଉଚ୍ଚାରଣ ପରିବାର ଲୋକଙ୍କୁ ସଠିକ ମାର୍ଗରେ ପରିଚାଳିତ କରିବାରେ ସହାୟକ ହେବା ସହ ପରିବାର ଏବଂ ସମାଜ ସେମାନଙ୍କ ପାଇଁ ମଧ୍ୟ ଆନନ୍ଦ ଉଲ୍ଳାସରେ ବଞ୍ଚିବାର ଏକ ସୁଗମ ସରଳ ପଥ ଆବିଷ୍କାର କରିଥାନ୍ତି ବୋଲି ସେ କହିଥିଲେ । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଳ୍ାପାଳ(ରାଜସ୍ୱ) ଓ ଉପଜିଲ୍ଳ୍ାପାଳ ଅବସର ବିଦାୟି ଅଧିକାରୀଦ୍ୱୟ ଡଃ ମହାରଣା ଓ ଶ୍ରୀ ନାୟକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଚ୍ଥ ପ୍ରଦାନ ପୂର୍ବକ ମା’ ବିରଜାଙ୍କ ନିକଟରେ ଅବସର ଚଲାପଥ କୁସୁମିତ ହେଉ ବୋଲି କାମନା କରିଥିଲେ ।
ଜିଲ୍ଳ୍ା କାର୍ଯ୍ୟାଳୟର ଦୁଇଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା
|
April 4, 2023 |



