ଜିଲ୍ଲା ସ୍ତରୀୟ ପଂଚାୟତ ଗ୍ରାମ୍ୟ ମାନଙ୍କରେ କାମ କରିଥିବା ଗାଁ କଲ୍ୟାଣ ସମିତ ପୁରସ୍କୃତ

Spread the love

ଯାଜପୁର, ୨୯/୦୩/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ବିଭିନ୍ନ ପଂଚାୟତରେ କାର୍ଯ୍ୟକରି ଆସୁଥିବା ଆଶା ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗଣେଷ ପ୍ୟାଲେସ ଯାଜପୁର ଠାରେ ଅନୁଷ୍ଟିତ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଳିନୀ ଜେନା ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ଜେନା ଯୋଗଦାନ କରି ଏହାକୁ ଉଦ୍ଘାଟନ କରିଥିଲେ । ଆଶା କର୍ମି ଗାଁ କଲ୍ୟାଣ ସମିତି ମାଧ୍ୟମରେ ମହାମାରୀ କରୋନାକୁ ଖାତିରି ନକରି ୧୨ ଘଣ୍ଟା ଧରି ବିଭିନ୍ନ ପଂଚାୟତରେ ଅଙ୍ଗନୱାଡ଼ି କର୍ମିଠାରୁ ଆରମ୍ଭ କରି ଏନଏମ ଦିଦି ପର୍ଯ୍ୟନ୍ତ ଆଶାକର୍ମୀ ମାନେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଭୂମିକା ତୁଲାଇଥିଲେ । ଯାହାକି ପ୍ରତି ଘରଘର ବୁଲି ଆଶା କର୍ମୀ ମାନେ କୋଭିଡ଼ରୁ ଦୂରଇ ରହିବାପାଇଁ ସଚେତନ କରାଇଥିଲେ । ଏହି ଅବସରରେ ଆଶା କର୍ମୀ ମାନେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଭୂମିକା ଲିଭାଇଥିଲେ । ଏହି ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ବିଭିନ୍ନ ପଂଚାୟତରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସା ସହିତ କାର୍ଯ୍ୟ ଲିଭାଇଥିଲେ । ଯାହାକି ଏହି ସ୍ୱାସ୍ଥ୍ୟମିଶନ ଆନୁକୁଲ୍ୟରେ କରାଯଅଇଥିବା ସମ୍ମାନୀୟ ଅତିଥି ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଷକ ଅଶୋକ ବେଉରିଆ ଏବଂ ଏନଏମ ଦିଦିଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ଶ୍ରୀ ବେଉରିଆ କରିଥିଲେ । ସମ୍ମାନୀୟ ଅତିଥି ଯାଜପୁର ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ବିରଞ୍ଚô ନାରାୟଣ ବାରିକ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ୯୫ ପ୍ରତିଶତ ସଫଳତା ହାସଲ କରିଥିବା ବେଳେ, ଏହା ଆଶାକର୍ମି ମାନଙ୍କ ପାଇଁ ସଫଳ ହୋଇଚି ବୋଲି ଶ୍ରୀ ବାରିକ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଡାକ୍ତର ସିବାଶିଷ ମହାରଣା ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି ସମାବେଶର ଆଭିମୁଖ୍ୟ ସମ୍ପର୍କ ଉପରେ ଆଲୋଚନା କରିଥିଲେ । ଜିଲ୍ଲାରେ ୧୮୮୩ ଜଣ ଆଶାକର୍ମୀ କାର୍ଯ୍ୟ କରୁଥିବା ବେଳେ, ୧୫୩୭ ଟି ଗାଁ କଲ୍ୟାଣ ସମିତି ଗଠନ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ସହରାଞ୍ଚଳ ୧୭ ଟି ମହିଳା ଆରୋଗ୍ର ସମିତି କାର୍ଯ୍ୟ କରୁଅଛି । କାର୍ଯ୍ୟ କରୁଥିବା ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଆଶା କର୍ମୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପଂଚାୟତ ସ୍ତରରେ କାର୍ଯ୍ୟ କରାଯାଉଥିବା ଅନୁଷ୍ଠାନ ମାନଙ୍କୁ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଉଲ୍ଲେଖନୀୟ ଅବଦାନ ପାଇଁ ୪ ଗୋଟି ଗ୍ରାମ ପଂଚାୟତକୁ ପୁରସ୍କୃତ କରାଯାଇଥିଲା । ୧୦ ଟି ସ୍ୱାସ୍ଥ୍ୟ ଗାଁ ପୁରସ୍କାର ଜିଲ୍ଲା ସ୍ତରୀୟ ଶ୍ରେଷ୍ଠ ଆଶା ପୁରସ୍କାର ଏବଂ ବ୍ଲକ୍ ସ୍ତରୀୟ ଶ୍ରେଷ୍ଠ ଆଶା ପୁରସ୍କୃାର ମୁଖ୍ୟ ଅତିଥି ନଳୀନୀପ୍ରଭା ଜେନା ଉପଢ଼ୌକନ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଏହି ଅବସରରେ ଏଡିଏମ ସୁଧାଂଶୁ ଶେଖର ବଳ ଜିଲ୍ଲା ପ୍ରୋଗ୍ରାମଡ଼ ଚିନ୍ମୟ ବରାଳ ଯୋଗ ଦେଇଥିବା ବେଳେ, ଆଶାର ସହକାରୀ ମ୍ୟାନେଜର ନେତ୍ରାନନ୍ଦ ଜେନା ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଡାଟା ମ୍ୟାନେଜର ମମତାମୟୀ ରଥ, ରଶ୍ମୀରେଖା ମହାନ୍ତି, ମୁକୁନ୍ଦ ନାୟକ, ଅନୁସୁୟା ରାଉତ, ଏବଂ ବିଜୟ ସାହୁ, ସହଯୋଗ କରିଥିଲେ । ଏହି ଅବସରରେ ବଡ଼ଚଣା ବଡ଼ଚଣା ରାଧାଦେଇପୁର ପଂଚାୟତକୁ ଶ୍ରେଷ୍ଠଗ୍ରାମ ପଂଚାୟତ ଭାବରେ ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଧାଦେଇପୁରର ସରପଂଚ ଶ୍ରୀମତୀ ସାଗରିକା ଚୌଧୁରୀ ଉପଢ଼ୌକନ ମାନପତ୍ର ସହିତ ୧୦ ହଜାର ଟଙ୍କା ଚେକ ଏବଂ ମାନପତ୍ର ଦେଇ ଶ୍ରୀମତୀ ଚୌଧୁରୀଙ୍କୁ ସମ୍ମନୀୟ କରାଯାଇଥିଲା । ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ କାର୍ଯ୍ୟ କରୁଥିବା ଆଶାକର୍ମୀ ପାଇକରାପୁର ଗ୍ରାମର ଆଶାକର୍ମୀ ଜ୍ୟୋତିମୟୀ ରାଉତରାୟ, ବୈରୀ ଗ୍ରାମର ଆଶାକର୍ମୀ ନିରୁପମା ସ୍ୱାଇଁ, ଖଣ୍ଡିଆବନ୍ଧର ଆଶାକର୍ମୀ ସବିତା ରାଉତଙ୍କୁ ଶ୍ରେଷ୍ଠ ଆଶାକର୍ମି ଜିଲ୍ଲାପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା ଉପଢ଼ୌକନ ମାନପତ୍ର ଦେଇ ଶ୍ରେଷ୍ଠ ଆଶାକର୍ମି ଭାବରେ ପୁରସ୍କୃତ କରିଥିଲେ ।

Related Posts

About The Author

Add Comment