ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ କମିଟି ବୈଠକ

Spread the love

ଯାଜପୁର, ତା ୦୮.୧୨.୨୦୨୨(ସନ୍ଧାନ ନିଉଜ) : ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆଧାର ମନିଟରିଂ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଥି । ବୈଠକର ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ବୈଠଳରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ପୂର୍ବକ ଜିଲ୍ଲାରେ ଆଧାର କାର୍ଡ ଅଦ୍ୟତନ ସମ୍ୱନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଟଓଊଇଓ ପକ୍ଷରୁ ଶ୍ରବଣ କୁମାର, ସହକାରୀ ମ୍ୟାନେଜର ଭାରତ ସରକାର ତଥା ଓଡିଶା ସରକାର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ଇ ଓ ଆଇ.ଟି. ବିଭାଗ ତରପଂରୁ ଜାରି କରାଯାଇଥିବା ନିୟମାବଳୀ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଓ ପି.ପି.ଟି. ମାଧ୍ୟମରେ ଅପଡେଟ ହୋଇଥିବା ଆଧାର ଏକ ଶକ୍ତିଶାଳୀ ଆଧାର ବୋଲି କହିଥିଲେ ।ଯାଜପୁର ଜିଲ୍ଲାରେ ୦ ରୁ ୫ ବର୍ଷ ମଧ୍ୟରେ ଥିବା ଶିଶୁ ମାନଙ୍କର ଆଧାର ଏନ୍‌ରୋଲମେଣ୍ଟରେ ଶତ ପ୍ରତିଶତ ଟାର୍ଗେଟ ହାସଲ ପାଇଁ ୫ ବର୍ଷ ପରେ ଓ ୧୫ ବର୍ଷ ପରେ ଆଧାର ଅଦ୍ୟତନ (ଅପଡେସନ) କରିବା ପାଇଁ ସମସ୍ତଙ୍କୁ ସତର୍କ କରାଇବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପ୍ରସ୍ତୁତ କରାଇଥିବା ପ୍ରତ୍ୟେକ ବ୍ୟକ୍ତି ପିଓଆଇ (ପ୍ରୁପଂ ଅପଂ ଆଇଡେନଟିଟି) ଓ ପିଓଏ (ପ୍ରୁପଂ ଅପଂ ଆଡ୍ରେସ୍‌)ଅଦ୍ୟତନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଜଣାଇଥିଲେ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଧାର ଏନ୍‌ରୋଲମେଣ୍ଟ ସେଣ୍ଟର ସୁଚାରୁ ରୂପେ ନିଜର କର୍ତବ୍ୟ ସଂପାଦନ କରୁଚ୍ଥନ୍ତି କି ନାହିଁ ଏବଂ ସେଥିପାଇଁ ଯତ୍ନବାନ ହେବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଇ-ଗଭର୍ଣ୍ଣାନ୍ସ ମ୍ୟାନେଜର ଶାରଦା ପ୍ରସାଦ ଜେନା, ମୋ-ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଦୀପ୍ତି ରଂଜନ ବାରିକ, ଲିଡ୍ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିନିଧି ସମର ପାଢୀ, ହେଡ୍‌ ପୋଷ୍ଟମାଷ୍ଟର ନିତ୍ୟାନନ୍ଦ ନାଥଶର୍ମା, ଏ.ଡି.ଇ.ଓ. ଶଶିଧର ସିଂ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏ. ଉଷାରାଣୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଶେଷରେ ଡେପୁଟି କଲେକ୍ଟର ତିଳୋତମା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment