ଭଦ୍ରକ, ୨୫/୧୦ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ୱଚ୍ଛଭାରତ ଅଭିିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରବି ନାରାୟଣ ଖିଲାର,ସାଧାରଣ ସଂପାଦକ ଶଶି ଭୂଷଣ ସ୍ୱାମୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି ସହରର ମଧ୍ୟସ୍ଥଳୀ ଟାଉନଥାନା ସମ୍ମୁଖରୁ ସ୍ୱରାଜବାର୍ତ୍ତା କାର୍ଯ୍ୟାଳୟର ମଧ୍ୟରେ ସ୍ୱଚ୍ଛଭାରତ ଅଭିଯାନ କରାଯିବା ସହିତ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟାଉନ ଥାନାଧିକାରିଣୀ ସରୋଜିନୀ ସିଂ,ବରିଷ୍ଠ ଆଇନଜୀବି ଯତିକାନ୍ତ ନାୟକ,ଆନଜୀବି ଜାମିନୀକାନ୍ତ ନାୟକ,ଡା.ରବି ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ,ତପନ ସ୍ୱାଇଁ,ପାର୍ଥ ସାରଥି ନାୟକ,ସୌମ୍ୟ ପାଣି,ଅଶ୍ୱିନୀ ପାଢୀ,ଆଶିଷ କୁମାର ମହାନ୍ତି,ଜ୍ଞାନ ପ୍ରକାଶ ପାଣି,ସତ୍ୟଭୂଷଣ ସ୍ୱାମୀ,ନବ ସ୍ୱାଇଁ,ସନିୟା ନନ୍ଦ,ଲାଲା ପ୍ରମୋଦ ରାୟ,ଅଜିତ ଓଝା,ସଞ୍ଜୟ ଦାସ,ବୃଷଭାନୁ ସାହୁ,ସାଧନ କୁମାର ଧର,ସମ୍ବିତ ନାୟକ,ନସିମ ଅକତାର,ନବ ସାହୁ,ଜଗନ୍ନାଥ ଦାସ,ରଶ୍ମିରଞ୍ଜନସାହୁ ,ଶଶାଙ୍କତ୍ରିପlଠୀ,ବିଦ୍ୟାଧର ସାହୁ,ଶରତ ପାଢୀ ପ୍ରମୁଖ ସାମ୍ବା୍ିକମାନେ ଯୋଗଦେଇଥିଲେ ।
ଜିଲ୍ଲା ସାମ୍ବାଦିକ ସଂଘପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛ ଭାରତ ଅଭିଯାନ
|
October 26, 2019 |



