ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପଦ ବଜାଇ ରଖିଲେ ପ୍ରଦିପ ଦାସ

Spread the love

ଯାଜପୁର ସଦର,୧୦ା୦୧(ସନ୍ଧାନ ନିୟୁଜ/ଗୋପିନାଥ ଦାଶ): ରାଜ୍ୟସରକାରଙ୍କ ପକ୍ଷରୁ ଜିଲ୍ଲା କମିଟି ଗଠନ କରାଯାଇଥିବା ବେଳେ, ଯାଜପୁର ଜିଲ୍ଲାର ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଦିପ ଦାସ ତାଙ୍କ ପଦ ବଜାଇ ରଖିଥିବା ଜଣାଯାଇଚି । ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦାର ବରିଷ୍ଠ ଯୁବନେତା ପ୍ରଦିପ ଦାସ ବରୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୁନନ୍ଦା ଦାସ ଯାଜପୁର ଜିଲ୍ଲା ସଭାପତି ସରୋଜ ମହାପାତ୍ର ରାଜ୍ୟ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏବଂ ବରୀର ସାରଥି ଦେବେନ୍ଦ୍ର ଦାସ, ପ୍ରଦିପଙ୍କ ଉପରେ ଦଳ ଭରଷା କରି ତାଙ୍କୁ ବିଜେଡ଼ି ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଥିବାରୁ ଦଳିୟ ନେତା ମାନଙ୍କ ଉପରେ କୃତଜ୍ଞତା ଜଣାଇଛନ୍ତି । ପ୍ରଦିପ ଦାସଙ୍କ ନାମ ଘୋଷଣା ହେବାପରେ ଏନେଇ ଯାଜପୁର ଜିଲ୍ଲାରେ ବିଜେଡ଼ି ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଚି । ବ୍ରହ୍ମବରଦା ବିଜେଡ଼ି କାର୍ଯ୍ୟାଳୟ ପରିଶରରେ କର୍ମୀମାନେ ପହଁଞ୍ଚô ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହିତ ଯାଜପୁର ଜିଲ୍ଲାର ଜିଲ୍ଲା ଆଞ୍ଚଳିକ ବିଡ଼ି ଶ୍ରମିକ ସଂଘ ଏବଂ ଯାଜପୁର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ସଦସ୍ୟମାନେ ପହଁଞ୍ଚô ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇବା ସହିତ କୃତଜ୍ଞତା ଜଣାଇଛନ୍ତି ।

Related Posts

About The Author

Add Comment