ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତି ପକ୍ଷରୁ କରୋନା ସଚେତନତା ରାଲି 

Spread the love
ବାଲିଗୁଡ଼ା,୧୪/୦୬/୨୧(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ସାରଙ୍ଗଡ଼ ପଞ୍ଚାୟତ ରେ କରୋନା ସଚେତନତା ରାଲି ଅନୁଷ୍ଠିତ ହେଇଯାଇଛି  । କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ସମିତିର ମିଳିତ ଉଦ୍ୟମ ରେ  ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ହାତରେ କରୋନା ସଚେତନତା ବାର୍ତ୍ତା ଥିବା ପ୍ଲାକାର୍ଡ ସହ ବ୍ୟାନର ଧରି  ସ୍ଲୋଗାନ ମାନ ଦେଇ ସଚେତନତା କରିଥିଲେ। ସରକାରଙ୍କ  କୋଭିଡ଼-୧୯ ନିୟମ ମାନିବା ପାଇଁ ପରାମର୍ଶ ଦେଇଥଲେ । ଘରୁ ବାହାରକୁ ବାହାରିଲେ ସର୍ବଦା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷାକରିବା,ସାନି ଟାଇଜ କରି ହାତ ସଫା ରଖିବା , ନିଜେ ସତର୍କ ରହିବା ସହ  ଅନ୍ୟମାନଙ୍କୁ ସତର୍କ କରିବା ସଂପର୍କରେ  ଲୋକଙ୍କୁ ବୁଝାଇଥିଲେ ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ମା ପାଟଖଣ୍ଡା ପାଞ୍ଚ ବନ୍ଧୁ ସମାଜ, ସ୍ଵାସ୍ଥ୍ୟକର୍ମୀ, ସରକାରି କର୍ମଚାରୀଙ୍କ ସମେତ ଶିକ୍ଷକ ରାକେଶ କୋଠଦଳାଇ, ଡ଼ମ୍ବୁର ଧର ପାତ୍ର, ଦେବରାଜ ପାତ୍ର , ସହଦେବ ପାତ୍ର, ଜୟସେନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Related Posts

About The Author

Add Comment