ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଓ ତାଙ୍କ ମା’ଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

Spread the love

ବାରିପଦା,୦୬.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା ):- ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ଉପସଭାପତି ଅମିତ କୁମାର ବୈଠା ଏବଂ ତାଙ୍କ ମାସୌଭାଗିନୀ । ବୈଠା(୪୯) ଙ୍କୁ ଘରେ ପଶି ଗତକାଲି ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ଏହି ଘଟଣା‌ସମ୍ପର୍କରେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ ହେବାପରେ ପୁଲିସ । । ୩ଜଣଙ୍କୁ  ଗିରଫ କରିଛି। ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ନାବାଳକଙ୍କୁ ଅନୁଗୁଳସ୍ଥିତ ଜୁଭେନାଇଲ୍ ହୋମ୍‌ ପଠାଯାଇଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାରିପଦା ୱାର୍ଡ ନଂ-୧୮ ଭଞ୍ଜପୁରର ରାଜା ସିଂ(୧୯) ଓରଫ୍ ଅଙ୍ଗୁର, ୱାର୍ଡ ନଂ- ୨୪ କାଳିକାପୁରର ପବନା ମୁଖୀ(୨୪) ଏବଂ ବାରୁଦ ମୁଖୀ(୨୬) । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୬ ଜଣାଶୁଣା ଅପରାଧୀ ହିମାଶ୍ରୀ ରାମ ଓରଫ୍ ଜନ୍ଦା ଫେରାର୍ ଅଛି । ଜନ୍ଦା କିଛି ମାସ ପୂର୍ବରୁ ଜଣେ ୧ ମାନସିକବିକାରଗ୍ରସ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜେଲ୍‌ରୁ ଜାମିନରେ ଫେରିଛି।  ତାବିରୋଧରେ ଆହୁରି ମଧ୍ୟ ଅଭିଯୋଗ ରହିଛି।  ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ; ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୪ କାଳିପୁରସ୍ଥିତ ଘରେ ଅମିତଙ୍କ  ମାତାଙ୍କ ନାତିଙ୍କ ସହିତ ଥିଲେ । ରାତି ପ୍ରାୟ ସାଢ଼େ ୯ଟା ସମୟରେ ଜନ୍ଦା, ପବନ ଓ ବାରୁଦ ମୁଖୀଙ୍କ ସମେତ ଅନ୍ୟମାନେ ଘରେ ପଶି ସୌଭାଗିନୀଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ନାତିଙ୍କୁ ମଧ୍ୟ ତଣ୍ଟିଚିପି ହତ୍ୟା କରିବାକୁ ଦୁବୃମାନେ ଉଦ୍ୟମ କରିଥିବା ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ଏହି ସମୟରେ ଅମିତ ପହଞ୍ଚି ତାଙ୍କ ମାଙ୍କୁ ରକ୍ଷା କରିବାକୁ ଉଦ୍ୟମ କଲାବେଳେ ଦୁବୃର୍ତ୍ତମାନେ । ଖଣ୍ଡା ଏବଂ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଅମିତ ଗୁରୁତର ଆହତ ହୋଇଛନ୍ତି। ଏନେଇ ବାରିପଦା ଟାଉନ୍ ଥାନାରେ ଦଫା ୫୨/୩୫୪|୩୪୧|୩୨୩/୩୦୭|୨୯୪]୩୪  ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ମୁଖ୍ୟ ଅଭିଯୁକ୍ତ ଜନ୍ଦାର ବେଆଇନ କାର୍ଯ୍ୟକଳାପକୁ ଅମିତ ବିରୋଧ କରୁଥିବାରୁ ତାଙ୍କ ଉପରେ ଏପରି ଆକ୍ରମଣ ହୋଇଥିବା ଜଣାପଡ଼ିଛି।

Related Posts

About The Author

Add Comment