ଜିଲ୍ଲା କାର୍ଯ୍ୟାଳୟର ଦୁଇଜଣ ବରିଷ୍ଠ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ।

Spread the love

ଯାଜପୁର, ତା ୨୮ା୦୨ା୨୦୨୩ ରିଖ :ଜିଲ୍ଲା କାର୍ଯ୍ୟାଳୟର ଦୁଇଜଣ ବରିଷ୍ଠ କର୍ମଚାରୀ ଆଜି ଅବସର ନେଉଥିବାରୁ ସେମାନଙ୍କୁ ଅବସର କାଳୀନ ସମ୍ୱର୍ଦ୍ଧନା ଦିଆଯାଇ
ସେମାନଙ୍କର ସୁସ୍ଥ, ନିରାମୟ ଏବଂ ଦୀର୍ଘାୟୁ ଜୀବନଯାପନ କାମନା କରାଯାଇଅଚ୍ଥି । ଯାଜପୁର ଜିଲ୍ଲା କାର୍ଯ୍ୟାଳର ଷ୍ଟାପ କମିଟି ଆନୁକୂଲ୍ୟରେ ଅତିରିକ୍ତି ଜିଲ୍ଳାପାଳ(ରାଜସ୍ୱ) ଡଃ ଦିବ୍ୟଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଏହି ପରିପ୍ରେକ୍ଷୀରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ବିଦାୟୀ କର୍ମଚାରୀଦ୍ୱୟ ଶ୍ରୀଗଙ୍ଗାଧର ଜେନା ଓ ଶ୍ରୀ ଅଜିତ୍ କୁମାର ସାମଲ, ବରିଷ୍ଠ ରାଜସ୍ୱ ସହାୟକଙ୍କ ବିଦୟାକାଳୀନ ସମ୍ୱର୍ଦ୍ଧନା ସଭାରେ ଉପଜିଲ୍ଲା ପାଳ ଶ୍ରୀ ଗୋପିନାଥ କୁଅଁର, କଲେକ୍ଟୋରେଟ୍‌
ଷ୍ଟାପ କମିଟିର ସାଧାରଣ ସମ୍ପାଦକ ଶ୍ରୀ ମଦନ ମୋହନ ପତି ଏବଂ ବିଭାଗୀୟ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ବରିଷ୍ଠ ଓ କନିଷ୍ଠ ରାଜସ୍ୱ ସହାୟକମାନେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ମହାନ୍ତ କହିଲେ ଯେ, ପ୍ରତ୍ୟେକ ସରକାରୀ କର୍ମଚାରୀ ସେମାନଙ୍କର ଧାର୍ଯ୍ୟ ଚାକିରୀ ଅବଧି ସରିଗଲାପରେ ସେମାନେ ଅବସର ଗ୍ରହଣ କରିଥାନ୍ତି । ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଓ ଅମାୟିକ ବ୍ୟବହାର ଅନ୍ୟ କର୍ମଚାରୀ ମାନଙ୍କୁ ଦିଗ୍‌ଦର୍ଶନ ଦେବା ସହ ଅବସର ପରେ ମଧ୍ୟ ସେମାନଙ୍କର ଆଚାର ଉଚ୍ଚାରଣ ପରିବାର ଲୋକଙ୍କୁ ସଠିକ ମାର୍ଗରେ ପରିଚାଳିତ କରିବାରେ ସହାୟକ ହେବା ସହ ପରିବାର ଏବଂ ସମାଜ ସେମାନଙ୍କ ପାଇଁ ମଧ୍ୟ ଆନନ୍ଦ ଉଲ୍ଳାସରେ ବଞ୍ଚିବାର ଏକ ସୁଗମ ସରଳ ପଥ ଆବିଷ୍କାର କରିଥାନ୍ତି ବୋଲି ସେ କହିଥିଲେ । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲା ପାଳ ଓ ଉପଜିଲ୍ଲାପାଳ ଅବସର ବିଦାୟି କର୍ମଚାରୀଦ୍ୱୟ ଶ୍ରୀ ଜେନା ଓ ଶ୍ରୀ ସାମଲଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଚ୍ଥ ପ୍ରଦାନ ପୂର୍ବକ ମା’ ବିରଜାଙ୍କ ନିକଟରେ ଅବସର ଚଲାପଥ କୁସୁମିତ ହେଉ ବୋଲି କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁର୍ଯ୍ୟୋଧନମଲ୍ଳ୍‌କ, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସୁବ୍ରତ କୁମାର କାନୁନ୍‌ଗୋ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment